PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ, ଗୋଟିଏ ହଷ୍ଟେଲରେ ୧୯୦ ଜଣ ଛାତ୍ର କରୋନା ପଜିଟିଭ

ପୁନେ,୨୫.୨: ଦେଶର ବହୁ ରାଜ୍ୟରେ କରୋନାର ବେଗ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ରୂପ ନେବାରେ ଲାଗିଛି। ମିଳିଥିବା ତାଜା ସୂଚନା ଅନୁସାରେ, ଓ୍ବାସିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର  କରୋନା ପଜିଟିଭ ଜଣାପଡିଛନ୍ତି। ରିସୋଡ ତହସିଲର ଗ୍ରାମ ଦେଗାଙ୍ଗ ସ୍ଥିତ ଆଶ୍ରମ ଶାଳାରେ ଛାତ୍ରମାନେ ପଢିବା ସହିତ ସେଠାରେ ଥିବା ହଷ୍ଟେଲରେ ରୁହନ୍ତି।  ଏହି ସବୁ ଛାତ୍ରଛାତ୍ରୀ ଅମରାବତୀରୁ ଆସିଛନ୍ତି। ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେବା ମଧ୍ୟ ଅମରାବତୀ ଜିଲ୍ଲାରୁ ହୋଇଥିଲା। ଏଠାରେ ଏବେ ୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ୍ ଲଗାଯାଇଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮,୮୦୭ ନୂଆ ରୋଗୀ ମିଳିଥିଲେ। ଏଠାରେ ୧୮ ଅକ୍ଟୋବର ପରେ ସବୁଠାରୁ ଅଧିକ ସଂଖ୍ୟା ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦ ରୋଗୀଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନର ନୂଆ ଷ୍ଟେ୍ରନ ଆସିବା ପରେ ଲୋକମାନ ଭୟଭୀତ ହୋଇପଡିଛନ୍ତି। କର୍ଣ୍ଣାଟକ ଓ ଗୁଜରାଟ ଭଳି ପଡୋଶୀ ରାଜ୍ୟ ପକ୍ଷରୁ ପୂର୍ବରୁ ଟ୍ରାଭେଲ ବ୍ୟାନ୍ ଲାଗୁ କରାଯାଇ ସାରିଛି।