କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

ଥେନି, ୨୯।୩ ; କରୋନା ଭାଇରସକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ସାରା ବିଶ୍ବ ଭୟଙ୍କର ସ୍ଥିତି ଦେଇ ଗତି କରୁଥିବା ବେଳେ ସ୍ଥିତି ମଧ୍ୟ ଖୁବ୍ ସଙ୍ଗୀନ ହେବାରେ ଲାଗିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଏବେ ବି ଲୋକମାନେ ସଚେତନ ନୁହଁନ୍ତି। ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି। ଶ୍ରୀଲଙ୍କାରୁ ଫେରିଥିବା ଜଣେ ଯୁବକ କରୋନା ଭାଇରସ କାରଣରୁ କ୍ବାରେଣ୍ଟାଇେନରେ ଥିଲେ।

ଯୁବକ ଜଣକୁ ପାଖ ଗାଁରେ ଥିବା ନିଜ ଘରେ କ୍ବାରେଣ୍ଟାଇନରେ ରଖା ଯାଇଥିଲା। କିନ୍ତୁ ଯୁବକ ଜଣକ ବାହାରକୁ ଉଲଘ୍ନ ଅବସ୍ଥାରେ ଖସି ପଳାଇଥିଳେ। ଏହି ସମୟରେ ଘର ପାଖରେ ଥିବା ଜଣେ ୮୦ ବର୍ଷୀୟ ମହିଳା ତାଙ୍କୁ ବାରଣ କରିବାରୁ ସେ ରାଗିଯାଇ ତାଙ୍କୁ କାମୁଡି ଦେଇଥିଲେ। ଯାହାପଳରେ ବୃଦ୍ଧାଜଣଙ୍କର ମୃତ୍ୟୁ ହୋଇଛି।

ପୋଲିସର ସୂଚନା ଅନୁସାରେ, ଶୁକ୍ରବାର ଦିନ ବୃଦ୍ଧା ମହିଳା ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ କେବଳରେ କାମୁଡା ଚିହ୍ନ ଥିଲା। ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଯୁବକ ଜଣକୁ ଧରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି।

   ସମ୍ବନ୍ଧିତ ଖବର


ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଟ୍‌ଲାସ୍‌ ସାଇକେଲ୍ସ ସଟର ଡାଉନ୍‌, ୪୩୧ କର୍ମଚାରୀ ହେଲେ ଛଟେଇ

ଭାରତ ସୀମା ପାଇଁ ଚୀନ୍‌ର ନୂଆ କମାଣ୍ଡର

ରାତିଅଧରେ ଲୁଟେରାଙ୍କ ଆତଙ୍କ: କାର୍‌ ଯାତ୍ରୀଙ୍କ ଉପରେ ଆକ୍ରମଣ, ଆମ ସୀମା ନୁହେଁ କହି ଫେରାଇଲା ଦେଲା ପୁଲିସ