PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଏବେ ବ୍ଲଡ ଟେଷ୍ଟରୁ ଜଣାପଡିବ କରୋନା ରୋଗୀଙ୍କର ମୃତ୍ୟୁର ବିପଦ କେତେ ରହିଛି? ବିଶେଷଜ୍ଞଙ୍କ ରିସର୍ଚ୍ଚରୁ ଜଣାପଡିଲା

https://www.amarujala.com/

ନୂଆଦିଲ୍ଲୀ,୯।୮: କରୋନା ଭାଇରସର ବିପଦ ଲଗାତାର ଭାବରେ ଗମ୍ଭୀର ହେବାରେ ଲାଗିଛି। ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଭ୍ୟାକସିନ ପାଇଁ ପଞ୍ଜିକରଣ କରିବା ଓ ଅକ୍ଟୋବରରୁ ଟୀକାରଣ ଅଭିଯାନ ଚଲାଇଛନ୍ତି। ତେବେ ଆଜି ପର୍ଯ୍ୟନ୍ତ କରୋନା ରୋଗୀଙ୍କ ଚିକିତ୍ସା  ଔଷଧ ଜରିଆରେ କରାଯାଉଛି। ଯେ​‌ବେଠାରୁ କରୋନା ଭାଇରସର ବିପଦ ସାରା ବିଶ୍ବରେ ଛାଇ ହୋଇ ରହିଯାଇଛି, ସେବେଠାରୁ ଏହାକୁ ନେଇ ବିଭିନ୍ନ ପ୍ରକାର ରିସର୍ଚ୍ଚ ସାମନାକୁ ଆସିଛି।  ଏବେ ଆମେରିକାର ଜର୍ଜ ଓ୍ବାଶିଂଟନ ୟୁନିଭର୍ସିଟିର ବିଶେଷଜ୍ଞ ୫ଟି ଏଭଳି ବାୟୋମେକର ଅଣୁଙ୍କ ସନ୍ଧାନ କରିଛନ୍ତି, ଯାହା ବିଷୟରେ କରୋନା ରୋଗୀଙ୍କ ମୃତ୍ୟୁ ଓ କ୍ଲିନିକାଲ କଣ୍ଡିସନକୁ ଖରାପ ରହିବ କି ନାହିଁ ତାହା ଜଣାପଡିବ। ଏହି ବାୟୋମେକର ରୋଗୀର ରକ୍ତରେ ଥାଏ, ଯାହାକି ମେଡିକାଲ ଇଣ୍ଡିକେଟର୍ସ(ଚିକିତ୍ସା ସଙ୍କେତକ)ର କାମ କରିଥାଏ।

ଏହି ରିସର୍ଚ୍ଚ ଜର୍ନାଲ ଫ୍ୟୁଚର ମୋଡିସିନରେ ପ୍ରକାଶିତ ହୋଇଛି। ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମିତ ୨୯୯ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି, ଯିଏକି ୧୨ ମାର୍ଚ୍ଚରୁ ୯ ମଇ ଭିତରେ ସଂକ୍ରମିତ ହୋଇଥିବା ଜର୍ଜ ଓ୍ବାଶିଂଟନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୋଟ ୨୯୯ ରୋଗୀଙ୍କ ଭିତରୁ ୨୦୦ ଜଣଙ୍କ ଭିତରେ ୫ଟି ବାୟୋମେକର ଅଣୁ ମିଳିଥିଲା। ଏହି ୫ ବାୟେମେକର ଅଣୁ ହେଉଛି ସିଆରପି, ଆଇଏଲ୍-୬, କେରାଟିନ୍, ଏଲଡିଏଚ୍ ଓ ଡି-ଡିମର।

ବିଶେଷଜ୍ଞଙ୍କ ମତରେ, ବାୟୋମେକର ଅଣୁ କାରଣରୁ କରୋନା ସଂକ୍ରମିତ ରୋଗୀଙ୍କ ଶରୀରରେ ଜ୍ବଳନ, ଫୁଲିବା ଓ ରକ୍ତସ୍ରାବ୍ ବଢିଯାଇଥାଏ। ଏହି କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରହିବାକୁ ପଡିଥାଏ। ଏଭଳି ସ୍ଥିତିରେ କେବେ କେବେ ରୋଗୀର ମୃତ୍ୟୁ ହୋଇଯାଇଥାଏ। ଜର୍ଜ ଓ୍ବାଶିଂଟନ୍ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଓ ରିସର୍ଚ୍ଚର ଜନ୍ ରିସଙ୍କ କହିବା ଅନୁସାରେ, ଚୀନରେ ହୋଇଥିବା କିଛି ପ୍ରାରମ୍ଭିକ ରିସର୍ଚ୍ଚରୁ ଜଣାପଡିଛି ଯେ, କରୋନା ସଂକ୍ରମିତ ରୋଗୀଙ୍କ ଖରାପ ସ୍ଥିତିରୁ ବାୟୋମେକର ଅଣୁର ସିଧା ସମ୍ପର୍କ ରହିଛି। ଏହି କାରଣରୁ ଏହା ଜାଣିବାକୁ ଆମେରିକାରେ ମଧ୍ୟ ରିସର୍ଚ୍ଚ କରାଯାଇଛି ଯେ, କ’ଣ ସେଠାରେ ବି ଏହାର କାରଣ ବାୟୋମେକର ଅଣୁ ଅଟେ କି? ସେ କହିଛନ୍ତି, ଯେତେବେଳେ କରୋନା ରୋଗୀର ଚିକିତ୍ସା କରାଯାଇଥାଏ ତେବେ ଏଥିରୁ ଜଣାପଡିନଥାଏ ଯେ, କାହାର ସ୍ଥିତି କାହିଁକି ଖରାପ ହେଉଛି ଓ କୌଣସି ସ୍ଥିତିରେ ସୁଧାର କିଭଳି ହେଉଛି।