କରୋନାରୁ ଭଲ ହେବାପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଲେ- ଡାକ୍ତରମାନେ ତାଙ୍କ ମୃତ୍ୟୁର ଖବର ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ

ଲଣ୍ଡନ,୩।୫: କରୋନା ଭାଇରସ୍ ଆକ୍ରାନ୍ତ ହେବାପରେ ମଧ୍ୟ ସୁସ୍ଥ ହୋଇ ଫେରିଆସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। କିନ୍ତୁ ଏକ ଇଣ୍ଟରଭ୍ୟୁରେ ବୋରିସ୍  ଖୁଲାସା କରିଛନ୍ତି ଯେ, ଚିକିତ୍ସା ସମୟରେ ତାଙ୍କର ଡାକ୍ତରମାନେ ତାଙ୍କ ମୃତ୍ୟୁର ଘୋଷଣା କରିବା ନେଇ ପ୍ରସ୍ତୁତି କରିଥିଲେ। ତାଙ୍କୁ ଜୀବିତ ରଖିବା ପାଇଁ ଅନେକ ଲିଟର ଅକ୍ସିଜେନ୍ ଦିଆଯାଇଥିଲା।

୫୫ ବର୍ଷୀୟ ଜନସନଙ୍କ କହିବା​‌ ଅନୁସାରେ, ଏହା ଖୁବ୍ ଖରାପ ସମୟ ଥିଲା। ମୁଁ ତାହା ମନା କରିବିନି। ‘ଷ୍ଟାଲିନଙ୍କ ମୃତ୍ୟୁ’ ଭଳି ମୋର ମଧ୍ୟ ପ୍ଲାନିଂ କରିନିଆଯାଇଥିଲା। ମୋର ସ୍ଥିତି ବିଶେଷ ଭଲ ନଥିଲା ଓ ମୋତେ ଜଣାଥିଲା ଆକସ୍ମିକ ଘଟଣାକୁ ନେଇ ଯୋଜନା ପ୍ରସ୍ତୁତି ହେଉଛି।’

ଏବେ କରୋନାରୁ ସୁସ୍ଥ ହୋଇସାରିଥିବା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, କିଛି ଖରାପ ହେଲେ କ’ଣ ହେବ, ଏହାକୁ ନେଇ ଡାକ୍ତରମାନେ ପୁରା ପ୍ଲାନିଂ କରିନେଇଥିଲେ। ଉଲ୍ଲେଖନୀୟ ଯେ, ଜନସନଙ୍କୁ ଆଇସିୟୁରେ ରଖାଯାଇଥିଲା। ମନିଟରରେ ଦେଖାଯାଉଥିବା ଇଣ୍ଡିକେଟରରୁ ଲାଗୁଥିଲା ଭୁଲ ଦିଗରେ ଯାଉଛି। ଏହି ସମୟରେ ଅନୁଭବ ହୋଇଥିଲା କରୋନା ଭାଇରସର କୌଣସି ଚିକିତ୍ସା ନାହିଁ।

ଗତ ମାସରେ ବୋରିସ୍ ଜନସନଙ୍କ ଚିକିତ୍ସା ଲଣ୍ଡନର ସେଣ୍ଟ୍ ଥୋମାସ୍ ହସ୍ପିଟାଲରେ କରାଯାଇଥିଲା। ଚିକିତ୍ସା ସମୟରେ ଜନସନ୍ ଲଗାତାର ଭାବରେ ପ୍ରଶ୍ନ ପଚାରୁଥିଲେ କିଭଳି ସ୍ଥିତିରୁ ବାହାରିବେ। ସେତେବେଳେ ତାଙ୍କର ଦେହ ଏତେ ଖରାପ ହୋଇଯାଇଥିଲା ଯେ, ମାନସିକ ଅବସାଦକୁ ପଳାଇଥିଲେ। ତେବେ କରୋନା ସହ ଲଢି ଶେଷରେ ଜିତିଥିଲେ ଜନସନ। ତା ଛଡା ତାଙ୍କ ପାଇଁ ସବୁଠାରୁ ଭଲ କଥା ହେଉଛି ସେ ଠିକ୍ ହେବାର କିଛି ଦିନ ପରେ ତାଙ୍କର ପ୍ରେମିକା କେରି ସିମଣ୍ଡ ଏକ କନ୍ୟା​‌ ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ତାଙ୍କର ଝିଅର ନାମ (ନିକୋଲାସ୍) ସେହି ଡାକ୍ତରଙ୍କ ନାଁରେ ରଖିଛନ୍ତି ଯିଏ ତାଙ୍କର ଜୀବନ ବଞ୍ଚାଇଥିଲେ।

   ସମ୍ବନ୍ଧିତ ଖବର


ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ