ବିଶ୍ୱରେ ସଂକ୍ରମିତ ୨୦.୪ ଲକ୍ଷ ପାର୍‌, ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାର ଟପିଲା: ଦିନକରେ ଆମେରିକାରେ ୨ ହଜାରରୁ ଅଧିକ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ ୧୬/୪ କରୋନା ଭାଇରସ୍‌ (କୋଭିଡ-୧୯) କାୟା ସମଗ୍ର ବିଶ୍ୱକୁ କବଳିତ କରିଛି । ବିଶ୍ୱର ୨୧୦ଟି ଦେଶ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ବିଶ୍ୱରେ ବର୍ତ୍ତମାନ ୨୦ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାର ୯୩୦ ହୋଇଛି । ୧୪ ଲକ୍ଷରୁ ଅଧିକ ଲୋକ ଚିକିତ୍ସାଧୀନ ଥିଲା ବେଳେ ସେମାନଙ୍କ ମଧ୍ୟରେ ୫୧ ହଜାର ଗୁରୁତର ଅଛନ୍ତି । ଅନ୍ୟପକ୍ଷରେ ୫ଲକ୍ଷ ୪ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି ।

କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଏଠାରେ ସଂକ୍ରମିତ ସଂଖ୍ୟା ୬ ଲକ୍ଷ ୧୯ ହଜାର ୩୩୧ରୁ ଅଧିକ ରହିଥିଲା ବେଳେ ମୃତ୍ୟୁସଂଖ୍ୟା ୨୭ ହଜାର ୧୭୬ ଅତିକ୍ରମ କରିଛି । ଗତକାଲି ଗୋଟିଏ ଦିନରେ ଏଠାରେ ୨୬ ହଜାର ୯୪୫ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୨୪୦୭ ଜଣଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ସେଠାରେ ମଧ୍ୟ ୫ ହଜାର ୪୪୫ ଜଣ ସଂକ୍ରମିତ ହୋଇଛନ୍ତି ଓ ୧୧୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କରୋନା ମହାମାରୀ ରୋକିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଫଳ ହୋଇଥିବାରୁ ଏହାକୁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଯଦି ଠିକ୍‌ ଭାବେ କାର୍ଯ୍ୟ କରିଥାନ୍ତା ତେବେ ବିଶ୍ୱରେ ଏତେ ଲୋକଙ୍କ ଜୀବନ ଯାଇ ନଥାନ୍ତା । କରୋନା ଉପରେ ଏହାର ଭୂମିକା କ’ଣ ତାହାର ସମୀକ୍ଷା କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।

ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛି ଆମେରିକା ମେଡିକାଲ ଆସୋସିଏସନ । ଆମେରିକା ତଳକୁ ସଂକ୍ରମଣ ତାଲିକାରେ ରହିଛି ସ୍ପେନ । ଏଠାରେ ଏପର୍ଯ୍ୟନ୍ତ ୧ଲକ୍ଷ ୭୭ ହଜାର ୬୩୩ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୧୮ ହଜାର ୫୮୦ରେ ପହଞ୍ଚିଛି । ଗତକାଲି ଏଠାରେ ୪୯୯ ଜଣଙ୍କର ମୃ୍‌ତ୍ୟୁ ଘଟିଥିଲା ବେଳେ ବୁଧବାର ୩୨୪ ଜଣ ପ୍ରାଣ ହରାଇସାରିଲେଣି ।

ସେହିଭଳି ଇଟାଲୀ ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନର ସ୍ଥିତି ଅତ୍ୟନ୍ତ ଭୟାବହ ଆକାର ଧାରଣ କରିଛି । ଇଟାଲୀରେ ଏପର୍ଯ୍ୟନ୍ତ ୧ ଲକ୍ଷ ୬୫ ହଜାର ୧୫୫ ଜଣ ସଂକ୍ରମିତ ହୋଇଛନ୍ତ ଓ ୨୧ ହଜାର ୬୪୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତକାଲି ଏଠାରେ ୬୦୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ୫୭୮ ଜଣଙ୍କ ଜୀବନ ଯାଇଛି ।

ଫ୍ରାନ୍ସରେ ୧ ଲକ୍ଷ ୪୩ ହଜାର ୩୦୩ ଜଣ ସଂକ୍ରମିତ ହୋଇଛନ୍ତି । ସେଠାରେ ମୃତ୍ୟୁସଂଖ୍ୟା ୧୫ ହଜାର ୭୨୯ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ୭୬୨ ଜଣଙ୍କ ଜୀବନ ଯାଇଛି । ଜର୍ମାନୀରେ ୧ ଲକ୍ଷ ୩୨ ହଜାର ୭୪୭ ଜଣ ସଂକ୍ରମିତ ଓ ୩,୫୯୨ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିଟେନରେ ଲଗାତାର ଭାବେ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୯୮ ହଜାର ୪୭୬ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୨ ହଜାର ୮୬୮ରେ ପହଞ୍ଚିଲାଣି । ଗତକାଲି ଏଠାରେ ୭୭୮ ଜଣ ପ୍ରାଣ ହରାଇଥିଲା ବେଳେ ବୁଧବାର ୭୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ