ଚୀନ୍ ତିଆରି କଲା କରୋନା ଟୀକା, ଟ୍ରାଏଲରେ ଦେଖିବାକୁ ମିଳିଲା ଆଶାଜନକ ପରିଣାମ

ବେଜିଂ,୨୩।୫: କରୋନା ସଙ୍କଟ ସହ ସାରା ବିଶ୍ୱ ଏବେ ସଂଗ୍ରାମ ଜାରି ରଖିଛି। ଏହା ଭିତରେ  ଚୀନରୁ ଆସିଛି ଏକ ଖୁସି ଖବର ଆସିଛି। ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଦ୍ୱାରା କୋଭିଡ୍ -୧୯ ଟୀକା ପ୍ରଥମ ପର୍ଯ୍ୟାୟର ସଫଳ ପରୀକ୍ଷଣ ପରେ ଶୁକ୍ରବାର ଦିନ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଚାଇନାରେ ବିକଶିତ ଏକ ଟିକା ନିରାପଦ ମନେ ହେଉଛି ଏବଂ ଲୋକଙ୍କୁ ଭୟଙ୍କର କରୋନା ଭାଇରସରୁ ରକ୍ଷା କରିପାରିବ। କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ପହଞ୍ଚିବା ଥିବା କୋଭିଡ -୧୯ର ପ୍ରଥମ ଟୀକା ନିରାପଦ, ମଣିଷ ସହନଶୀଳ ଏବଂ କରୋନା ଭାଇରସ୍ ବିରୁଦ୍ଧରେ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିବାରେ ସକ୍ଷମ |

‘ଦ ଲାନସେଟ୍ ମାଗାଜିନ’ରେ ଏହା ଦାବି କରାଯାଇଛି। ୧୦୮ ସୁସ୍ଥ ବୟସ୍କଙ୍କ ଉପରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଏହି ଟୀକା SARS-COV-2 କୁ ଶେଷ କରିବା ପାଇଁ ଆଣ୍ଟିବଡି ସୃଷ୍ଟି କରିଥିଲା ଓ ରୋଗ ପ୍ରତିରୋଧକ ତନ୍ତ୍ରର ଟି-କୋଷିକାର ସାହାର୍ଯ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ତେବେ ଚାଇନାର ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟେକ୍ନୋଲୋଜିର ଅନୁସନ୍ଧାନକାରୀଙ୍କ ସମେତ ଅନ୍ୟମାନେ କହିଛନ୍ତି ଯେ ଏହି ଟିକା SARS-COV-2 ସଂକ୍ରମଣରୁ ରକ୍ଷା କରେ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ। ଅଧ୍ୟୟନରେ ଦର୍ଶାଯାଇଛି ଯେ  ୧୦୮ ସୁସ୍ଥ ବୟସ୍କଙ୍କ ଉପରେ କରାଯାଇଥିବା ଏକ ପରୀକ୍ଷଣରେ ଏହି ଟିକା ୨୮ ଦିନ ପରେ ଭଲ ଫଳାଫଳ ପରିଣାମ ଦେଖାଇଥିଲା। ଅନ୍ତିମ ପରିଣାମ ଆଗାମୀ ଛଅ ମାସ ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ଆକଳନ କରାଯିବ।

   ସମ୍ବନ୍ଧିତ ଖବର


ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା