କରୋନା ପରି ଆଉ ଏକ ଆତଙ୍କ କାୱାସାକି ରୋଗ… ୟୁରୋପୀୟ ଦେଶରେ ଖେଳାଇଛି ଆତଙ୍କ…ଶିଶୁଙ୍କ ପାଇଁ ଘାତକ

ନୂଆଦିଲ୍ଲୀ  ୫/୦୫ :  କରୋନା ଭାଇରସ୍‌ ପାଇଁ ଆଉ କିଛି କହି ଦର୍ଶାଇବାର ନାହିଁ । ମାଟିରୁ ଆକାଶ ସବୁଠି ଏହି ନୂଆ ଭାଇରସ ଖେଳାଇଛି ଆତଙ୍କ । ସାରା ବିଶ୍ୱରେ ଏଥିନେଇ ହାହାକାର । କେବେ ଏମିତି ଏକ ବିଶ୍ୱସ୍ତରୀୟ ମହାମାରୀକୁ ସାମନା କରିନଥିବା ମଣିଷ ସମାଜ କରୋନାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏମିତି ବି କେବେ ଘଟିପାରେ ?  ଯେଉଁଠି ସାଇନ୍ସ ବି ହାର୍‌ ମାନିଯାଉଛି । ମଣିଷକୁ ଭାବିବାକୁ ବି ସମୟ ଦେଉନି ।

ଏ ଭିତରେ ଆଉ ଏକ ଆତଙ୍କ ଖେଳାଇବା ଆରମ୍ଭ କଲାଣି କାୱାସାକା । ପିଲାଙ୍କୁ ଆକ୍ରାନ୍ତ କରୁଥିବା ଏହି ଅଦ୍ଭୁତ ସିଣ୍ଡ୍ରୋମ୍‌କୁ କୋଭିଡ୍‌-୧୯ସହ ଯୋଡ଼ା ଯାଇ ପାରେ। ଯାହାକି ୟୁରୋପୀୟ ଦେଶରେ ଖୁବ୍‌ ଜୋରରେ ବ୍ୟାପି ଚାଲିଛି । ପିଲାମାନଙ୍କ ଠାରେ କୋଭିଡ୍‌-୨୯ , ଟକ୍ସିସ୍‌ ସକ୍ ସିଣ୍ଡ୍ରୋମ୍ ଓ କାୱାସାକିର ଲକ୍ଷଣ  ଦେଖାଯାଉଛି । ୟୁକେ , ଫ୍ରାନ୍ସ , ଇଟାଲୀ , ସ୍ପେନ୍‌ ଓ ୟୁଏସ୍‌ ସମସ୍ତେ ମାମଲାର ରିପୋର୍ଟ ଦେଇଛନ୍ତି ।  କିନ୍ତୁ କେହି  କୋଭିଡ-୧୯ର ପଜିଟିଭ୍‌ ଚେଷ୍ଟ କରିନାହାନ୍ତି।

କାୱାସାକି ରୋଗ କଣ ?

 କାୱାସାକି  ରୋଗ ପ୍ରାଥମିକ ଭାବେ  ୫ ବର୍ଷରୁ କମ୍‌ ଶିଶୁଙ୍କୁ ପ୍ରଭାବିତ କରେ ଏବଂ ଏଥିରେ ବ୍ଲଡ୍‌ ଭେସେଲ୍‌ର କ୍ଷତି  ହୋଇପାରେ । ଏହାସହ ଧମନୀ ଶୁଖି ଯାଏ। ଏହାର ଲକ୍ଷଣ ଗୁଡ଼ିକ ହେଉଛି–ଜ୍ୱର ହେବା ,ଆଖି , ଓଠ, ଜିଭ, ହାତ ଆଦି ଲାଲ୍ ପଡ଼ିଯାଏ।

ଯେଉଁ ଦେଶରେ କରୋନା ଭାଇରସ୍‌ ଖୁବ୍‌ ବ୍ୟାପିଛି ,ସେଠାରେ ଏହି କାୱାସାକି  ରୋଗ ବେଶୀ ପ୍ରଭାବିତ କରିଛି। ସେଠାରେ କିଛି ଶିଶୁ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

NHS ଇଂଲଣ୍ଡ ନିକଟରେ ଚେତାବନୀ ଦେଇଛନ୍ତି ଯେ, କିଛି ଶିଶୁଙ୍କ ଠାରେ ଟକ୍ସିସ୍ ଡିଣ୍ଡ୍ରୋମର ଲକ୍ଷଣ ଦେଖାଦେଇଛି । ଯାହାକି ବ୍ୟାକ୍ଟେରିଆମାନଙ୍କ କାରଣରୁ ଘଟୁଛି। ଏହା ଶରୀର ଭିତରକୁ ଯାଇ ଏବଂ ମାରାତ୍ମକ ଟକ୍ସିନ୍‌ ବାହାର କରୁଛି। ଯାହାକି କାୱାସାକି ରୋଗର ଜୀବାଣୁ । ସେହି ଶିଶୁଙ୍କ ଠାରେ ମଧ୍ୟ ମାରାତ୍ମକ କାୱାସାକି ଭୂତାଣୁ ରହୁଛି ।

ଏଣୁ ଏହି କାୱାସାକି ଏକ ସଙ୍କଟର ବାତାବରଣ ସୃଷ୍ଟି କରିବାକୁ ବସିଛି । ଏହି ଭୂତାଣୁ କରୋନା ପରି ବିଶ୍ୱସ୍ତରୀୟ ରୋଗ ନହେଉ । ନୁହେଁତ ଏ ମଣିଷ ପୁଣି ଏକ ମାରାତ୍ମକ ମହାମାରୀର ସାମନା କରିବା କିଛି ଅସମ୍ଭବ ନୁହେଁ ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି