ଫେବୃଆରୀରେ କମିଯିବ କରୋନା ସଂକ୍ରମଣ, ବୈଜ୍ଞାନିକ କଲେ ଦାବି

ନୂଆଦିଲ୍ଲୀ, ୧୮/ ୧୦: କିଛିଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା କମିବାରେ ଲାଗିଛି। ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିବାରେ ନା ଧରୁନି। ଏସବୁ ମଧ୍ୟରେ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ସଂସ୍ଥା ଗୁଡ଼ିକ ତାଙ୍କ ଆକଳନରେ ଦାବି କରିଛନ୍ତି ଯେ, ୨୦୨୧ ଫେବୃଆରୀ ମାସ ସୁଦ୍ଧା ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ସାରା ଦେଶରେ ନିୟନ୍ତ୍ରିତ ହୋଇଯିବ। ସେତେବଳେ ଦେଶରେ କରୋନା ଲକ୍ଷଣ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ପର୍ଯ୍ୟନ୍ତ ପହଁଞ୍ଚିପାରେ ବୋଲି ବିଶେଷଜ୍ଞ ମାନେ ନିଜର ମତ ପ୍ରକାଶ କରିଛନ୍ତି। ସେହି ସମୟରେ ଦୈନିକ ସଂକ୍ରିମିତଙ୍କ ସଂଖ୍ୟା ୧ ହଜାର କି ତା ପାଖାପାଖୀ ରହିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ମାନେ।

ଆଇଆଇଟି ହାଇଦ୍ରବାଦର ପ୍ରଫେସର ଏମ୍. ବିଦ୍ୟାସାଗରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଶେଷଜ୍ଞ ଟିମ୍‌ ରବିବାର ଦିନ ତାଙ୍କ ରିପୋର୍ଟ ପ୍ରକାଶ କରିଛନ୍ତି। ପ୍ରଫେସର ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରାଓ୍ବାଲ ସାମ୍ବାଦିକ ସମ୍ମିନଳୀରେ କହିଛନ୍ତି ଯେ, ୨୦୨୧ ଫେବୃଆରୀ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୦୬ ଲକ୍ଷ ହୋଇଯିବ। ଯାହାକି ଏବେ ୭୫ ଲକ୍ଷ ରହିଛି। ଫେବୃଆରୀ ମାସ ସୁଦ୍ଧା ଦେଶରେ ମହାମାରୀ ନିୟନ୍ତ୍ରଣ ହୋଇ ପାରେ। ଏହା ତେବେ ସମ୍ଭବ ହେବ ଯେବେ ଲୋକେ କରୋନାରୁ ରକ୍ଷା ପାଇବା ପାଇଁ ଯେଉଁ ନିୟମ ପାଳନ କରାଯାଇଛି ତାହା ସଠିକ୍‌ ଭାବେ ପାଳନ କରିବେ ବୋଲି ବିଶେଷଜ୍ଞ କହିଛନ୍ତି।

ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏ ପର୍ଯ୍ୟନ୍ତ ଦେଶରେ ମାତ୍ର ୩୦ ପ୍ରତିଶତ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି। ଆଇସିଏମ୍‌ଆରର ସେରୋ ସର୍ଭେରେ ଏହି ସଂଖ୍ୟା ୭ ପ୍ରତିଶତ ଥିଲା। ହେଲେ ନୂଆ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଅଗଷ୍ଟ ମାସ ଶେଷ ସୁଦ୍ଧା ୧୪ ପ୍ରତିଶତ ଲୋକେ ସଂକ୍ରମିତ ହୋଇଥିଲେ।

ବିଶେଷଜ୍ଞ ଦ୍ବାରା ହୋଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ପାଇଁ ଗ୍ରାମାଞ୍ଚଳରେ କରୋନା ଭାଇରସ୍‌ ସଂକ୍ରମଣ ହୋଇନଥିଲା। ଉତ୍ତର ପ୍ରଦେଶ ଓ ବିହାରରେ ଏହାକୁ ନେଇ ବିଶେଷ ଭାବେ ଅଧ୍ୟୟନ କରାଯାଇଥିଲା। କାରଣ ଏହି ରାଜ୍ୟ ଗୁଡ଼ିକକୁ ବେଶି ପ୍ରବାସୀ ଶ୍ରମିକ ଫେରିଥିଲେ। ଯାହାଫଳରେ ତାଙ୍କୁ ୧୪ ଦିନ କ୍ବାରାଣ୍ଟିନରେ ରଖଯାଇଥିଲା। ଯଦି ଲକ୍‌ଡାଉନ୍‌ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଗାଁକୁ ଯିବାକୁ ଅନୁମତି ଦିଆ ଯାଇଥାଆନ୍ତା ତେବେ ଦେଶରେ କରୋନା ସଂକ୍ରମଣ ଆହୁରି ବ୍ୟାପିଥାଆନ୍ତା ବୋଲି ଅଧ୍ୟୟନରେ ଜଣା ପଡ଼ିଥିବା ବିଶେଷଜ୍ଞ ମାନେ କହିଛନ୍ତି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now