୨ ବର୍ଷ ପର୍ଯ୍ୟନ୍ତ ଜାରି ରହିବ କରୋନା ପ୍ରକୋପ, ଏହି କାରଣରୁ ହେବନି ଶେଷ: ଆମେରିକା ବିଶେଷଜ୍ଞଙ୍କ ସୂଚନା

ନୂଆଦିଲ୍ଲୀ,୧୧।୫: କରୋନା ମହାମାରୀ କବଳରେ ସାରା ବିଶ୍ବବାସୀ। ଏହାର ପ୍ରକୋପରୁ ବଞ୍ଚିବା ଏତେ ସହଜ ନୁହେଁ। ତେବେ ଏହା ଭିତରେ ଆମେରିକାର ବିଶେଷଜ୍ଞମାନେ ଏକ ନୂଆ ଷ୍ଟଡିରୁ ଅନୁମାନ କରିଛନ୍ତି ଯେ, କରୋନା ମହାମାରୀ ପ୍ରକୋପ ଆଗାମୀ ୧୮ ରୁ ୨୪ ମାସ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି। ଏହା ସହିତ ବିଶ୍ବର ସମସ୍ତ ଦେଶର ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି ଯେ, ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ରୋଗ ସମୟ ସମୟରେ ଆସିପାରେ, ଆଉ ଏଥିପାଇଁ ପ୍ରସ୍ତୁତ ରହିବା ଦରକାର।

ଆମେରିକାର ମିନିସୋଟାରେ ସେଣ୍ଟର ଫର ଇନଫେକସିୟସ୍ ଡିଜିଜ୍ ରିସର୍ଚ ଆଣ୍ଡ ପଲିସି ପକ୍ଷରୁ ‘କୋଭିଡ୍-୧୯ ଭ୍ୟୁପଏଣ୍ଟ’ ନାମରେ କରାଯାଇଥିବା ଷ୍ଟଡିରେ ଇନଫ୍ଲୁଏଞ୍ଜା ମହାମାରୀ ଗତ ପାର୍ଟନ ଉପରେ ଆଧାରିତ ରହିଛି। ଏହାକୁ ୪ ଜଣ ଲୋକ ମିଶିକି କରିଛନ୍ତି। ଏହାର ନା ଡଃ କ୍ରିଷ୍ଟନ  ଏ.ମୁରୋ, ଡକ୍ଟର ମାର୍କ ଲିପସିଚ୍(ଡାଇରେକ୍ଟର, ସେଣ୍ଟର ଫର କମ୍ୟୁନିକେବଲ ଡିଜିଜ୍ ଡାୟନାମିକ୍ସ, ହାଓ୍ବାର୍ଡ ଟିଏନ୍ ଚାନ୍ ସ୍କୁଲ ଅଫ୍ ପବ୍ଳିକ ହେଲ୍‌ଥ୍), ଜନ୍ ଏମ ବେରି(ପ୍ରଫେସର, ତୁଳାନେ ୟୁନିଭର୍ସିଟି ସ୍କୁଲ ଅଫ୍ ପବ୍ଲିକ ହେଲଥ୍) ଓ ମାଇକେଲ ଟି ଓଷ୍ଟରହୋମ୍(ଡାଇରେକ୍ଟର, CIDRAP)

୧୭୦୦ ମସିହାରୁ ଏପର୍ଯ୍ୟନ୍ତ ବିଶ୍ବରେ ୮ ପ୍ରକାର ଇନଫ୍ଲୁଏଞ୍ଜା ମହାମାରୀକୁ ଦେଖିବାକୁ ମିଳିଛି। ଏହା ଭିତରୁ ୪ଟି ୧୯୦୦ ପରେ ଆସିଛି। ୧୯୦୦୧୯୧୯, ୧୯୫୭,୧୯୬୮ ଓ ୨୦୦୯-୧୦ରେ ବିଶେଷଜ୍ଞଭ୍କ ତର୍କ ଥିଲା ଯେ, SARS ଓ MERS ଭଳି କରୋନା ଭାଇରସ୍ ରୋଗ ପ୍ରକୃତିରେ ଥିବା SARS-CoV-2ର  ପ୍ରକୃତିଠାରୁ ଖୁବ୍ ଅଲଗା। ଷ୍ଟଡି ଅନୁସାରେ, ଇନଫ୍ଲୁଏଞ୍ଜା ଭାଇରସ ଓ କୋଭିଡ୍-୧୯ ଭାଇରସ୍ ଭିତରେ ପ୍ରାର୍ଥକ୍ୟ ହେବାପରେ ବି ଖୁବ୍ ସମାନତା ରହିଛି, ଯାହାକୁ ବୈଜ୍ଞାନିକମାନେ ମଧ୍ୟ ମାନୁଛନ୍ତି।

ଦୁଇଟି ଯାକ ମୁଖ୍ୟ ଭାବରେ ଶ୍ବାଶ ନଳୀରୁ ବ୍ୟାପିଥାଏ। ଦୁଇଟି ଭାଇରସ୍ ବିନା ଲକ୍ଷଣରେ ମଧ୍ୟ ବ୍ୟାପିଥାଏ। ଦୁଇଟି ଭାଇରସ୍ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିଛି। ଷ୍ଟଡିରେ କୁହାଯାଇଛି ଗତ ମହାମାରୀକୁ ତୁଳନା କଲେ   କୋଭିଡ୍-୧୯ ବହୁତ ବଡ ବିପଦ। ନୋଭେଲ କରୋନା ଭାଇରସର ଇନଫ୍ଳୁଏଞ୍ଜାର କ୍ୟୁବେସନ୍ ପିରିୟଡ ଇନଫ୍ଲୁଏଞ୍ଜାଠାରୁ ବି ଅଧିକ। କରୋନା ଭାଇରସର ରିପ୍ରଡକ୍ସନ ନମ୍ବର ମଧ୍ୟ ଇନଫ୍ଳୁଏଞ୍ଜା ମହାମାରୀଠାରୁ ଅଧିକ। ଶୀତ ଦିନ କିମ୍ବା ଖରାଦିନ ଗତ ମହାମାରୀରେ ମଧ୍ୟ ଏହାର କୌଣସି ଫରକ୍ ପଡିନଥିଲା।

ବିଶେଷଜ୍ଞଙ୍କ ମତରେ ୨୦୨୦ର ବସନ୍ତରେ କୋଭିଡ୍-୧୯ର ଶିଖରରେ ପହଁଞ୍ଚିବା ପରେ ଖରାଦିନେ ଟିକେ କମିବ। ଏଭଳି ୧-୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହା କିଛି ସ୍ଥାନୀୟ କାରକ, ଭୂଗୋଳ ଓ ନିୟନ୍ତ୍ରଣ ପାଇଁ ଉଠାଯାଇଥିବା ପଦକ୍ଷେପ ଉପରେ ନିର୍ଭର କରେ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ