ଡରାଉଛି କରୋନାର ନୂଆ ଷ୍ଟ୍ରେନ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ

amarujala
ନୂଆଦିଲ୍ଲୀ, ୨୩/୨ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ସୁସ୍ଥ ହାର ୯୫.୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ। ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ କରୋନାର ଏହି ନୂଆ ଷ୍ଟ୍ରେନ ପରିଲକ୍ଷିତ ହୋଇଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ଏମ୍ସ ପ୍ରମୁଖ ଡା. ରଣଦୀପ ଗୁଲେରିୟା ଆଶଙ୍କା ପ୍ରକାଶ କରିଛନ୍ତି।
୨୦୧୯ ଶେଷରେ ଚୀନର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁର ଲକ୍ଷଣ କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନାର ଯେଉଁ ଲକ୍ଷଣ ଥିଲା ସେଗୁଡିକ ମଧ୍ୟରୁ ଜ୍ଵର ହେବା, କାଶ ହେବା, ଖାଦ୍ୟର ସ୍ଵାଦ ଏବଂ ଗନ୍ଧ ଚାଲିଯିବା ଭଳି ଲକ୍ଷଣ ଦେଖାଯାଉଥିଲା। ତେବେ କରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଏହାଠାରୁ ଭିନ୍ନ। ଶରୀର ପୀଡା, ଡାଇରିଆ, ମୁଣ୍ଡବିନ୍ଧା, ତ୍ଵଚା ଶୁଷ୍କ ହୋଇଯିବା, ଗୋଡ ଆଙ୍ଗୁଠି ଗୁଡିକର ରଙ୍ଗ ବଦଳିଯିବା, ଗଳା ଯନ୍ତ୍ରଣା, ଦୃଷ୍ଟିଶକ୍ତିରେ ଅସୁବିଧା ଆଦି ନୂଆ ଷ୍ଟ୍ରେନର ଲକ୍ଷଣ।
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, କରୋନାର ପ୍ରକୃତିରେ ପ୍ରଥମ ପରିବର୍ତ୍ତନ ସେପ୍ଟେମ୍ଵର ମାସରେ ବ୍ରିଟେନର କ୍ୟାଣ୍ଟରେ ହୋଇଥିଲା। କରୋନା ଭୂତାଣୁର ଦ୍ଵିତୀୟ ପାର୍ଟନ ଦକ୍ଷିଣ ଆଫ୍ରିକାରେ ମିଳିଥିଲା। ଏହାପରେ ଦୁନିଆର ବହୁ ଦେଶରେ କରୋନାର ଏହି ଷ୍ଟ୍ରେନ ଦେଖିବାକୁ ମିଳିଥିଲା। କରୋନା ଭୂତାଣୁର ପ୍ରକୃତିରେ ୪ଟି ନୂଆ ପରିବର୍ତ୍ତନ ଦେଖାଦେଇଛି।
କରୋନା ଭୂତାଣୁ ଲକ୍ଷଣକୁ ନେଇ ହୋଇଥିବା ଅଧ୍ୟୟନକୁ କାନାଡିଆନ ମେଡିକାଲ ଆଶୋସିଏସନ ଜର୍ଣ୍ଣାଲରେ ପ୍ରକାଶିତ କରାଯାଇଛି। ଏଥିରେ ୭୦ ହଜାର ରୋଗୀଙ୍କ ତଥ୍ୟକୁ ନେଇ ସଂକ୍ରମଣର ଲକ୍ଷଣର ଶ୍ରେଣୀ ବିଷୟରେ କୁହାଯାଇଛି। ବିଶେଷଜ୍ଞମାନେ ଏହି ଡାଟାକୁ ତିନୋଟି ଶ୍ରେଣୀରେ ବିଭାଜିତ କରାଯାଇଛି। ପ୍ରଥମଟି ହେଉଛି ପେସେଣ୍ଟ, ଦ୍ଵିତୀୟଟି ଇନପେସେଣ୍ଟ ଏବଂ ତୃତୀୟଟି ଆଇସିୟୁରେ ଭର୍ତ୍ତି ରୋଗୀ।