ରାଜ୍ୟରେ କମୁଛି କରୋନା ସଂକ୍ରମଣ ହାର

ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ କୋରନା ପରୀକ୍ଷଣ ବଢୁଛି । ହେଲେ କୋଭିଡ ସଂକ୍ରମଣ ହାର କମୁଛି । ଆଉ ଗତ ୧୦ ଦିନ ହେଲା ରାଜ୍ୟରେ କୋରନା ଗ୍ରାଫ ଏକ ପ୍ରକାର ସ୍ଥିର ରହିଛି । ଆଉ ଏହା ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିରତାର ନେଇ ସୂଚନା ଦେଉଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏବେ ପଜିଟିଭ ସଂଖ୍ୟା ଧୀରେ ଧୀରେ ତଳ ମହାଁ ହେବା ଏକ ଭଲ ସୂଚନା ବୋଲି କୁହାଯାଉଛି ।


ବଢୁଛି କୋଭିଡ ଟେଷ୍ଟ। କମୁଛି କରୋନା ପଜେଟିଭ ସଂଖ୍ୟା । ରାଜ୍ୟରେ କୋରନା ଟେଷ୍ଟ ଦୈନିକ ପାଖା ପାଖି ୨୦ ହଜାର ହେଉଛି । କିନ୍ତୁ ସେଇ ହାରରେ ପଜେଟିଭ ସଂଖ୍ୟା କିନ୍ତୁ ବଢିନି । ଗତ ୭ ଦିନରେ ରାଜ୍ୟର କରୋନା ଗ୍ରାଫକୁ ଦେଖିଲେ ଏମିତି ଚିତ୍ର ଏବେ ସାମ୍ନାକୁ ଆସୁଛି । ଅଗଷ୍ଟ ୫ ତାରିଖରେ ରାଜ୍ୟରେ ୧୪୯୧୫ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରେ ପଜେଟିଭ ସଂଖ୍ୟା ଥିଲା ୧୩୩୭ । ଅଗଷ୍ଟ ୬ରେ ୧୫ ହଜାର ୮୬ ଟେଷ୍ଟ ହୋଇଥିବାବେଳେ ୧୬୬୯୯ ପଜିଟିଭ କେଶ ବାହାରିଥିଲା । ଅଗଷ୍ଟ ୭ରେ ୧୬୦୫୫ କୋରନା ଟେଷ୍ଟ ହୋଇଥିବାବେଳେ ପଜେଟିଭ କେଶ ଥିଲା ୧୮୮୩୩ । ଅଗଷ୍ଟ ୮ରେ ୧୭୪୪୪ ଟେଷ୍ଟ ହୋଇଥିବାବେଲେ ୧୬୪୩ ପଜିଟିଭ କେଶ ସାମ୍ମନାକୁ ଆସିଥିଲା । ସେହିପରି ୯ ତାରିଖରେ ୧୬୦୯୩ ଟେଷ୍ଟ ହୋଇଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟାଥିଲା ୧୭୩୪ । ୧୦ ତାରିଖରେ ୧୯୦୮୩ ଟେଷ୍ଟ କରିଥିଲେ ରାଜ୍ୟ ସରକାର । ସେଥିରୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୫୨୮ । ଆଉ ୧ ତାରିଖ ତଥଅୟ କହୁଛି ରାଜ୍ୟରେ କରୋନା ଟେଷ୍ଟ ହୋଇଛି ସର୍ଭାଧିକ ୨୩୦୩୫ ଆଉ ଏଥିରୁ କୋଭିଡ ପଜେଟିଭ ୧୩୪୧ । କରୋନାର ଏହି ତଥ୍ୟ କହୁଛି ରାଜ୍ୟରେ କରୋନା ଗ୍ରାଫର ସ୍ଥିରତା ଆସିଲାଣି । ଏବେ ଟେଷ୍ଟିଂ ବଢୁଛି, ତା ତୁଳନାରେ ପଜିଟିଭ ସଂଖ୍ୟା କମୁଛି । ଏବେ ଦେଶରେ ରାଜ୍ୟ ସଂକ୍ରମଣ ହାର ୯ ପ୍ରତିଶତରୁ କମି ୬ପ୍ରତିଶତକୁ ଆସିଲାଣି । ଏବେ କମିବା, ଭଲ ସଂକେତ। ଗତ ୧୦ ଦିନ ହେଲା କୋରନା ଗ୍ରାଫ ଏକ ପ୍ରକାର ସ୍ଥିର ରହିଛି। ସଂକ୍ରମଣରେ ସ୍ଥିରତା ଆସିଲାଣି। ଆଗକୁ ଆହୁରୀ କମିବ ବୋଲି କହିଛନ୍ତି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର ।


ସେପଟେ ଆରଏମଆରସି ମଧ୍ୟ ସମାନ ଆକଳନ କରିଛି । ଆରଏମଆରସିର ସୂଚନା ଅନୁସାରେ ରାଜ୍ୟରେ ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟ । କିନ୍ତୁ କମୁଛି ସଂକ୍ରମଣ ହାର । ଯେଉଁମାନେ ସଂକ୍ରମିତ ଆସୁଛନ୍ତି ସେମାନେ ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସି ପଜିଟିଭ ବାହାରୁଛନ୍ତି ନୂଆ ସଂକ୍ରମିତ ଆସୁନାହାନ୍ତି । ଅର୍ଥାତ ସଂକ୍ରମଣ ବଢ଼ୁନି । ଏବେ ଯଦି ପଜିଟିଭ ସଂଖ୍ୟା ଧୀରେ ଧୀରେ ତଳ ମହାଁ ହେବ ଓ ସ୍ଥିତି ସ୍ଥିରତା ଆଡକୁ ଯିବାର ସମ୍ଭାବନା ଅଧିକ ବୋଲି ଆରଏମଆରସିର ନିଦ୍ଦେଶକ କହିଛନ୍ତି ।


ଗଞ୍ଜାମରେ ସ୍ସଂକ୍ରମଣ କମୁଛି । ହେଲେ ଖୋର୍ଦ୍ଦା ଜିଲ୍ଲାରେ ମେଗା ସିଟି। ଗଞ୍ଜାମ ତୁଳନାରେ ଅଧିକ ଲୋକ । ସେମାନଙ୍କ ଭିତରୁ ବାହାର ଜିଲ୍ଲାରୁ ଦୈନିକ ଏଠାକୁ ଲୋକ ଆସୁଛନ୍ତି । କେବଳ ସେତିକି ନୁହେଁ ଏଠି ପରୀକ୍ଷା ଅଧିକ ବୋଲି ରୋଗୀ ଅଧିକ ଚିହ୍ନଟ ହେଉଛନ୍ତି। ସବୁ ରାଜ୍ୟର ରାଜଧାନୀରେ ସମାନ କଥା ବୋଲି କୁହାଯାଉଛି । ସେପଟେ ମୃତ୍ୟୁ ହାର କାରଣ ନେଇ ବିଶେଷଜ୍ଞଙ୍କ କହିବା କଥା ଯେହେତୁ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲ ମାନଙ୍କରେ ଭର୍ତ୍ତି କରାଯାଉଛି। ସେଥିରୁ ୫୦ପ୍ରତିଶତ ୬୦ରୁ ୬୫ ବର୍ଷ ଓ ୬୦ ପ୍ରତିଶତ ୟସବଭରଗ୍ଧରଗ୍ଦ ରୋଗୀ କୋଭିଡ ସଂକ୍ରମିତ ହୋଇ ଆସୁଛନ୍ତି । ସେଥିଲାଗି ମୃତ୍ୟର ହେଉଛି । ଏହି ହାରକୁ କେବଳ କୋଭିଡ ମୃତ୍ୟୁ ଅଧିକ ବୋଲି କୁହାଯାଇପାରିବନି ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ

ପାଟିରେ ସୁନା ବିସ୍କୁଟ ପୂରାଇ ଚେନ୍ନାଇ ଯିବାକୁ ଚେଷ୍ଟା କରୁଥିଲେ ସ୍ମଗଲର: କଥା କହି ପାରିଲେନି ବୋଲି ଏୟାରପୋର୍ଟରେ ଧରାପଡିଲେ, ୪୦୦ ଗ୍ରାମର ସୁନା ଜବତ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…