ଭାଡ଼ି ତଳେ ଚାପି ହୋଇ ଦମ୍ପତି ମୃତ

ଖଜୁରୀପଦା ୧୬/୪: ନୂଆଗଡ଼ ବ୍ଲକ୍‌ ତାରମାଙ୍ଗଡ଼ା ଗ୍ରାମରେ ଏକ ଦୁଃଖଦ ଅଘଟଣ ଘଟିଛି । ଘର ଭାଡ଼ି ତଳେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଶୋଇଥିବା ବେଳେ ହଠାତ୍‌ ଭାଡ଼ି ଖସି ପଡ଼ିବାରୁ ଏହା ତଳେ ଚାପି ହୋଇଯାଇଥିଲେ ସ୍ୱାମୀସ୍ତ୍ରୀ ଦୁହେଁ । ଆର୍.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଖଜୁରୀପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ପୁଲିସ ସୂଚନା ଅନୁସାରେ, ଉପରୋକ୍ତ ଘଟଣା ରବିବାର ରାତିରେ ଘଟିଛି । ତାରଙ୍ଗଡ଼ା ଗ୍ରାମର ଶ୍ରୀପଇ ଶବର(୫୨) ଏବଂ ତାଙ୍କ ପତ୍ନୀ ମାଳତି ଶବର(୪୭) ଖାଇସାରି ଶୋଇବା ପାଇଁ ଯାଇଥିଲେ । ତେବେ ଶୋଇବା ଘରର କାଠଭାଡ଼ି ଉପରେ ସେମାନେ ସଂଗ୍ରହ କରିଥିବା ଧାନ, ମାଣ୍ଡିଆ ଏବଂ କାଙ୍ଗୁ ଆଦି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମହଜୁଦ ରଖିଥିଲେ । ତେବେ ଓଜନ ସମ୍ଭାଳି ନପାରି ଏହା ଖସିପଡ଼ିଥିଲା । ଫଳରେ ଏହା ତଳେ ଚାପି ହୋଇଯାଇଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ।

ଅନ୍ୟଘରେ ଶୋଇଥିବା ତାଙ୍କ ପୁଅମାନେ ଉଠିଯାଇ ସେଠାରୁ ବାପାମାଆଙ୍କୁ ଉଦ୍ଧଶର କରିଥିଲେ । ହେଲେ ସେତେବେଳକୁ ଦୁହିଁଙ୍କ ମୃତ୍ୟୁ ହୋଇ ସାରିଥିଲା । ପରେ ସେମାନେ ରା.ଉଦୟଗିରି ଥାନାକୁ ଜଣାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ତେବେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା ଖଜୁରୀପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ତେବେ ତାରଙ୍ଗଡ଼ା ଗ୍ରାମ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେଠାରୁ ପୁଲିସ ଗୋଟିଏ ଦିନରେ ଶବ ଜବତ କରି ବ୍ୟବଚ୍ଛେଦ କରାଇପାରିନଥିଲା ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ବଲାଙ୍ଗୀର ପୋଲିସ୍‌ ହାତରେ ବଡ ଲୁଟେରା ଗ୍ୟାଙ୍ଗ, ୩ ବାଇକ୍ ଓ ପିସ୍ତଲ ସମେତ ଅଫୁଟା ଗୁଳି ଜବତ…

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…