PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନାତିକୁ ଘରେ ପଢାଇବା ବେଳେ କୋଟିପତି ହୋଇଗଲେ ଜେଜେ ମା’, ବହି ଭିତରୁ ବାହାରିଲା ଏହି ଜିନିଷ

ମଣ୍ଟ୍ରିୟାଲ,୪।୪:  ନାତିକୁ ଘରେ ପାଠ ପଢାଉଥିବା ବେଳେ ଜେଜେ ମା’ ଏଭଳି କିଛି ଜିନିଷ ସେ ବହି ଭିତରୁ ପାଇଗଲେ ଯେ ଏବେ ହୋଇଯାଇଛନ୍ତି କୋଟିପତି। ହଁ ଏଭଳି ଘଟଣାର କାନାଡାରେ ଘଟିଛି। ଜ​‌ଣେ ବୃଦ୍ଧା ତାଙ୍କ ନାତିକୁ ଘରେ ପାଠ ପଢାଉଥିବା ବେଳେ ବହି ଭିତରୁ ଏକ ଲଟେରି ଟିକେଟ୍ ପାଇଥିଲେ।  ଲଟେରି ଟିକେଟ୍ରୁ ପୁରସ୍କାର ପାଇଥିବା ବୃଦ୍ଧ ଦମ୍ପତ୍ତି ହେଲେ  ନିକୋଲା ପେଡନାଲ୍ଟ ଓ ତାଙ୍କ ସ୍ବାମୀ ରାଁଜର ଲାରୋକ। ତାଙ୍କୁ ଗତ ସପ୍ତାହରେ ଜଣାପଡିଥିଲା ସେମାନେ ଲଟେରି ଜିତିଯାଇଛନ୍ତି। ସେ ଗତ ବର୍ଷ ଅର୍ଥାତ ୨୦୧୮ ଭାଲେଣ୍ଟାଇନ ଡେ’ରେ ଏହି ଲଟେରି ଟିକେଟ  କିଣିଥିଲେ।   

source: https://www.news18.com/news

ଲୋଟୋ-କ୍ୟୁବେକ୍ ଅର୍ଗାନାଇଜେସନ୍ ଗତକାଲି ଏହି ଲଟେରି ବିଜେତାଙ୍କ ନାମ ଘୋଷଣା କରିଥିଲା। ଏହି ଦମ୍ପତ୍ତିଙ୍କୁ ଏବେ ୧୦ ଲକ୍ଷ କାନାଡାଇ ଡଲାର(ପ୍ରାୟ ୫ କୋଟି ଟଙ୍କା) ପୁରସ୍କାର ମିଳିଛି। ସବୁଠାରୁ ବଡ କଥା ହେଉଛି ଏହି ଲଟେରୀ ଟିକେଟ୍ ତାରିଖ ସରିବାର ଗୋଟେ ଦିନ ପୂର୍ବରୁ ନିକୋଲାଙ୍କ ହାତରେ ଏହା ଲାଗିଥିଲା। ନିକୋଲାଙ୍କ କହିବା ଅନୁସାରେ ’ମୁଁ ମୋ ନାତିକୁ ପଢାଉଥିବା ବେଳେ ବହି ଭିତରୁ ଏହି ଲଟେରି ଟିକେଟ୍ ମିଳିଥିଲା। ଯଦି ମୁଁ ମୋ ନାତିକୁ ପଢାଇନଥାନ୍ତି  ତେବେ ମୋତେ ଏହି ଲଟେରୀ ମିଳିନଥାନ୍ତା।

ଲଟେରୀ ଟିକେଟ୍ କୁ ନେଇ ନିକଟରେ ଆଉ ଏକ ମାମଲା  ମେରିଲାଣ୍ଡ, ଆମେରିକାରେ ଦେଖିବାକୁ ମିଳିଥିଳା। ଭେନେସା ଓ୍ବାର୍ଡ ନାମକ ଜରେ ମହିଳ ଫୁଡ ଷ୍ଟୋର ଯାଇଥିବା ବେଳେ ଏକ ବନ୍ଧାକୋବି ମିଳିବା ପରେ ସେ ଏକ ଲଟେରି ଟିକେଟ୍ କାଟିତିଲେ। ଟିକେଟ୍ ଏବଂ କୋବି ଘରକୁ ଧରିକି ଆସିବା ମାତ୍ରେ ସେ ଟିକେଟଟିକୁ ସ୍କ୍ରାଚ୍ କରିଥିଲେ। ଶେଷରେ ସେ ଏହି ଗେମର ସବୁଠାରୁ ବହ ପ୍ରାଇଜ ଜିତିଥିଲେ। ଏହି ଲଟେରି ଟିକେଟରୁ ସେ ୧.୫୮ କୋଟି ଜିତି ପାରିଥିଲେ।

ସମ୍ବନ୍ଧିତ ଖବର