PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏମଆରଆଇ ମେସିନ୍ ଭିତରେ କପଲ କଲେ ସେକ୍ଦ, ସାରା ଦୁନିଆ ଦେଖିଲା ଏହାର ଫଟୋ… ଜାଣନ୍ତୁ କ’ଣ ଥିଲା ପ୍ରକୃତ ଘଟଣା

ନୂଆଦିଲ୍ଲୀ,୨୦।୧୨: ଏମଆରଆଇ ମେସିନ୍ ଭିତରେ ସେକ୍ସ କଲେ କପଲ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଜିଠାରୁ ଦୀର୍ଘ ବର୍ଷ ତଳେ ୨୫ ଡିସେମ୍ବରରେ ବ୍ରିଟେନ୍ ମେଡିକାଲ ଜର୍ନାଲ ମାଗାଜିନରେ ଛପା ଯାଇଥିବା ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଲେଖାକୁ ୨୦ ବର୍ଷ ହୋଇଯିବ। ଚିକିତ୍ସା କ୍ଷେତ୍ରରେ ଏହି ପତ୍ରିକାକୁ ଅନେକ ପୁରସ୍କାର ମିଳିସାରିଛି। ଏହି ଆର୍ଟିକିଲ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ପଢାଯାଇଥିବା ଓ ଡାଉନଲୋଡ୍ କରାଯାଇଥିବା ଆର୍ଟିକିଲ ଭାବରେ ରେକର୍ଡ ସୃଷ୍ଟି କରିଛି।  

ଏହି ଆର୍ଟିକିଲରେ ଏକ ରିସର୍ଚ୍ଚ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଥିଲା। ଏହି ରିସର୍ଚ୍ଚକୁ ଆନାଟୋମି(ଶାରିରୀକ ସରଞ୍ଚନା)ସମ୍ପର୍କରେ ଅଧିକ ଜାଣିବା ପାଇଁ ଡଚ୍ ବୈଜ୍ଞାନିକମାନେ କରିଥିଲେ। ଏହି ରିସର୍ଚ୍ଚ ଜରିଆରେ ଶାରିରୀକ ସମ୍ପର୍କ ରଖିବା ସମୟରେ ମହିଳା ଓ ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ଜାଣିବାର ଚେଷ୍ଟା କରାଯାଇଥିଲା। ସମ୍ପର୍କ ରଖିବା ସମୟରେ ମହିଳା ଓ ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟରେ କ’ଣ ସବୁ ପରିବର୍ତ୍ତନ ହେଉଛି ତାହା ଦେଖିବାକୁ କରାଯାଇଥିଲା। ଏଥିପାଇଁ ଏମଆରଆଇ ସ୍କାନରରେ ଇଣ୍ଟିମେଟ୍  ହେବାକୁ କୁହାଯାଇଥିଲା।

ଏହି ରିସର୍ଚ୍ଚ ପାଇଁ ୮ ଜଣ ଯୋଡା କପଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ଭିତରୁ ଏକ କପଲ ଷ୍ଟ୍ରିଟ୍ କଳାକାର ଥିଲେ ଓ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ପ୍ରକାର ଆକ୍ଟ କରୁଥିଲେ। ଏଆରଆଇ ମେସିନରେ ଏହି ରିସର୍ଚ୍ଚ ନେଦରଲାଣ୍ଡର ଏକ ୟୁନିଭର୍ସିଟି ହସ୍ପିଟାଲରେ କରାଯାଇଥିଲା। ଏମଆରଆଇ ସ୍କାନରକୁ ଚାରିପଟୁ ପରଦା​ରେ ଢାଙ୍କି ଦିଆଯାଇଥିଲା, ଯାହାଫଳରେ ଏହି କପଲମାନେ ଶାରିରୀକ ସମ୍ପର୍କ ବିନା ସଙ୍କୋଚରେ ରଖିପାରିଥିଲେ।

ଏମଆରଆଇ ସ୍କାନର ସାମନାରେ ଏକ କନଟ୍ରୋଲ ରୁମ୍ ଥିଲା, ଯେଉଁଠି ବସି ରିସର୍ଚ୍ଚର ନିଜର ପଏଣ୍ଟସ୍ ବୁଝିବାର ଚେଷ୍ଟା କରିଥିଲେ। ଏହି ସମୟରେ ମହିଳା ଓ ପୁରୁଷଙ୍କର ଭିନ୍ନ ଭିନ୍ନ ପ୍ରକାର ଫଟୋ ନିଆଯାଇଥିଲା। ଷ୍ଟଡିରୁ ଜଣାପଡିଥିଲା ମେସିନ୍ ଭିତରେ ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଶାରିରୀକ ସମ୍ପର୍କ ରଖିବାରେ ଅଧିକ କଷ୍ଟ ହେଉଥିଲା। କେବଳ ଗୋଟିଏ କପଲଙ୍କୁ ଛାଡି ସମସ୍ତଙ୍କୁ ଭିଏଗ୍ରା ବ୍ୟବହାର କରିବାକୁ ପଡିଥିଲା।

୨୦୦୦ ମସିହାରେ ଏହାକୁ ଷ୍ଟଡିର ଏଲଜି ନୋବେଲ ଭାବରେ ସମ୍ମାନିତ କରାଯାଇଥିଲା। ଏହାକୁ ଲକ୍ଷାଧିକ ଲୋକ ଖୁବ୍ ମଜା ନେଇ ପଢିବା ସହ ନିଜର ବିଚାର ରଖିଥିଲେ। ଦ ବିଏମଜେ ମାଗାଜିନର ଡେପୁଟି ଏଡିଟର ଭାବରେ ଅବସର ଗ୍ରହଣ କରିଥିବା ଡାକ୍ତର ଟୋନି ଡେଲମାଥ୍ ପତ୍ରିକାରେ ଏହି ବର୍ଷ କ୍ରିସମସ୍ ଅବସରରେ ଏହି ଷ୍ଟଡିର ବାର୍ଷିକି ଅବସରରେ ଓ ଏହାର ଲୋକପ୍ରିୟତା ସମ୍ପର୍କରେ ଲେଖାଯାଇଛି।