ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଆନନ୍ଦପୁର, ୧୮।୧ ଭଦ୍ରକ-କରଞ୍ଜିଆ ୫୩ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଗୋଳାବନ୍ଧ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦପୁର ଥାନା ଗୋହିରାବଣି ଗ୍ରାମର ରୁଷିଆ ଶଙ୍ଖୁଆଳ ଏବଂ ତାଙ୍କ ପତ୍ନୀ କଳାବତୀ ଶଙ୍ଖୁଆଳ ।
ଗୋହିରାବଣି ଗ୍ରାମର ରୁଷିଆ ଶଙ୍ଖୁଆଳ ଏବଂ ତାଙ୍କ ପତ୍ନୀ ହାଟରୁ ସଉଦା କରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଭଦ୍ରକ-କରଞ୍ଜିଆ ୫୩ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଗୋଳାବନ୍ଧ ନିକଟରେ ଏକ ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ସ୍ଥାନୀୟ ଲୋକେ ରୁଷିଆ ଓ କଳାବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।