ଭାଇରାଲ ହେଲା ବିବାହ କାର୍ଡ: ଲେଖା ହୋଇଛି- ସାଙ୍ଗରେ ଚୌକି ଓ ଖାଦ୍ୟ ନେଇକି ଆସ,ଯଦି…

ନୂଆଦିଲ୍ଲୀ,୧୬।୯: ବାହାଘରରେ ମଜା ମସ୍ତି ଏବଂ ଖିଆପିଆ ଖୁବ୍ ଯୋରଦାରରେ ଚାଲେ ବୋଲି ଆମେ ସମସ୍ତେ ଜାଣୁ। କିନ୍ତୁ ଏବେ  ସୋସିଆଲ ମିଡିଆରେ ଏଭଳି ଏକ ବିବାହ କାର୍ଡ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିବାହ କରିବାକୁ ଯାଉଥିବା ଦମ୍ପତ୍ତି ଲେଖିଛନ୍ତି, ଅତିଥିମାନେ ବିବାହରେ  ଆସିବା କିମ୍ବା ନଆସିବାର ସୂଚନା ସମୟ ଆଗରୁ ଯଦି ଦେବେନି ତେବେ ସେମାନେ ସାଙ୍ଗରେ ଚୌକି ଏବଂ ସ୍ୟାଣ୍ଡଓ୍ବିଚ ଧରିକି ଆସନ୍ତୁ।

ଏ ସମ୍ପର୍କରେ ଜଣେ ୟୁଜର ସୋସିଆଲ ଡିକ୍ସସନ୍ ଓ୍ବେବସାଇଟ୍ ରେଡଇଟରେ ଏହାକୁ ସେୟାର କରିଛନ୍ତି। ଏହାପରେ ବହୁ ଲୋକ ଏହି ଓ୍ବେଡି କାର୍ଡକୁ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି।

ତେବେ ଓ୍ବେଡିଂ କାର୍ଡରେ ଏଭଳି ଲେଖିଥିବା ଦମ୍ପତ୍ତିଙ୍କ ନାମ ଜଣାପଡିନାହିଁ। ଏହି ଦମ୍ପତ୍ତି ଗତ ୧୦ ତାରିଖରେ ହୋଇଥିବା ନିଜର ବିବାହରେ ଆସିବା କିମ୍ବା ନଆସିବାର ସୂଚନା ଦେବାକୁ କହିଥିଲେ। ରେଡଇଟରେ ମାତ୍ର କିଛି ଘଣ୍ଟା ଭିତରେ ଏହି ନିମନ୍ତ୍ରଣ ପତ୍ରକୁ ନେଇ ୧୦୦୦ରୁ ଅଧିକ କମେଣ୍ଟ ଆସିଥିଲା। ବହୁ ଲୋକ କପଲଙ୍କୁ ଖୁବ୍ ପ୍ରଶଂସା କରିଥିଲେ।

ଏହି ଦମ୍ପତ୍ତି ନିଜର ବିବାହ କାର୍ଡରେ ଲେଖିଥିଲେ ଅତିଥିମାନେ ଆମନ୍ତ୍ରଣ ସ୍ବୀକାର କରୁଛନ୍ତି ନା ପୁଣି ଦୁଃଖର ସହିତ ଆମନ୍ତ୍ରଣକୁ ଅସ୍ବୀକାର କରୁଛନ୍ତି। କିନ୍ତୁ ଯଦି ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜବାବ୍ ଆସେ ନାହିଁ ତେବେ ସାଙ୍ଗରେ ଚେୟାର ଓ ସ୍ୟାଣ୍ଡଓ୍ବିଚ ନେଇକି ଆସନ୍ତୁ।  

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର