PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଫେସ୍‌ବୁକ୍‌ରେ ବନ୍ଧୁତ୍ୱ କରି ଠକେଇ ଅଭିଯୋଗରେ ଦମ୍ପତି ଗିରଫ, କେବେ ଭାଇଭଉଣୀ ତ’ କେବେ ସାଙ୍ଗ ହୋଇ ଲୁଟୁଥିଲେ

କଟକ,୪ା୪(ବ୍ୟୁରୋ): କେତେବେଳେ ଭାଇ ଭଉଣୀ ତ କେତେ ବେଳେ ଅସହାୟ ସାଙ୍ଗ । ପୁଣି ଆଉ କେତେ ବେଳେ ମାଆ ପୁଅ । ଫେସ୍‌ବୁକ୍‌ରେ ଏଭଳି କିଛି ଫେକ୍‌ ଆକାଉଣ୍ଟ କରି ବିଭିନ୍ନ ଲୋକଙ୍କ ସହ ବନ୍ଧୁତ୍ୱ କରୁଥିଲେ । ନିଜର ଦୁର୍ବଳ ଆର୍ôଥକ ସ୍ଥିତି କଥା କହି ଲୋକଙ୍କଠାରୁ ଟଙ୍କା ସାହାଯ୍ୟ ନେଲା ପରେ ଚମ୍ପଟ ମାରୁଥିଲେ । ଏପରି ଢଙ୍ଗରେ ଠକେଇ କରୁଥିବା ସ୍ୱାମୀ ସ୍ତ୍ରୀଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ମୁରଲୀଧର ଇଟୁଆ (୩୦)ଓ ପତ୍ନୀ ତନ୍ମୟା ପରିଡ଼ା (୨୫) । ଅଭିଯୁକ୍ତମାନେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ମୁରଲୀଧର ଓ ପତ୍ନୀ ତନ୍ମୟା ସଂପୂର୍ଣ୍ଣ ବେକାର । ଲୋକଙ୍କୁ ଠକି ଚଳିବା ପାଇଁ ଦୁହେଁ ଗଲା ବର୍ଷେ ଦେଢ଼ ବର୍ଷ ହେବ ଏକ ଅଭିନବ ଉପାୟ ଅବଲମ୍ବନ କରୁଥିଲେ । ଫେସ୍‌ବୁକ୍‌କୁ ମାଧ୍ୟମ କରି ଲୋକଙ୍କ ସହିତ ବନ୍ଧୁତ୍ୱ କରି ପରେ ସେମାନଙ୍କୁ ଠକୁଥିଲେ । ଏଭଳି ଏକ ଘଟଣା ଫେସ୍‌ବୁକ୍‌ରେ ଥିବା ବ୍ରାହ୍ମଣ ସମାଜ ଗ୍ରୁପ୍‌ ସହିତ ହୋଇଥିଲା । ଏହି ସମାଜର ଜଣେ ସଦସ୍ୟ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ମଧୁସୂଦନ ତ୍ରିପାଠୀ ନାମକ ବ୍ୟକ୍ତିଙ୍କ ସହିତ ମୁରଲୀଧର ଓ ତନ୍ମୟା ଭାଇ ଭଉଣୀ ପରିଚୟ ଦେଇ ଫେସ୍‌ବୁକ୍‌ରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ । ମୁରଲୀଧର ନିଜକୁ ବିଏସ୍‌ଏନ୍‌ଏଲ୍‌ର ବଡ଼ କର୍ମଚାରୀ ପରିଚୟ ଦେଇଥିବା ବେଳେ ତନ୍ମୟାକୁ ନିଜର ଭଉଣୀ ତଥା ମେଡ଼ିକାଲ୍‌ ଛାତ୍ରୀ ବୋଲି କହିଥିଲେ । ମୁରଲୀଧର ଫେସ୍‌ବୁକ୍‌ ଚାଟିଂ ବେଳେ ମଧୁସୂଦନଙ୍କୁ କହିଥିଲେ କି ଭଉଣୀର ପାଠପଢ଼ା ପାଇଁ ୬୫ ହଜାର ଟଙ୍କା ଆବଶ୍ୟକ । ଦରମା ପାଇଲେ ଟଙ୍କା ଶୁଝି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କଥାକୁ ମଧୁସୂଦନ ବିଶ୍ୱାସ କରି ପରେ ମୁରଲୀଧରଙ୍କ ସହ ଫୋନ୍‌ରେ କଥା ହୋଇ ଟଙ୍କା ଦେବାକୁ ରାଜି ହେବା ସହିତ ଭଉଣୀକୁ ନିଜ ଘରକୁ ପଠାଇବାକୁ କହିଲେ । ପରେ ମୁରଲୀଧରଙ୍କ ପତ୍ନୀ ତନ୍ମୟା ଭଉଣୀ ହୋଇ ମଧୁସୂଦନଙ୍କ ପାଖକୁ ଯାଇ ୬୫ ହଜାର ଟଙ୍କା ଆଣିଥିଲେ । ଆଉ ଟଙ୍କା ପାଇବାର କିଛି ସମୟ ପରେ ମୁରଲୀଧରଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଡିଲେଟ୍‌ ହୋଇଗଲା ।
ଏଭଳି ବିଷୟ ଜାଣିବା ପରେ ମଧୁସୂଦନ ଚାଉଳିଆଗଞ୍ଜ ଥାନାରେ ଏତଲା ଦାୟର କରିଥିଲେ । ସେହିଭଳି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅସହାୟ ବୋଲି ପରିଚୟ ଦେଇ ଉକ୍ତ ବ୍ୟକ୍ତିଙ୍କ ଘରେ ପୁଅ ଓ ଝିଅ ହୋଇ ରହିଥିଲେ । କିଛି ଦିନ ପରେ ଉକ୍ତ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଓ ଲାପ୍‌ଟପ୍‌ ନେଇ ପଳାଇଥିଲେ । ଏଭଳି ଭାବେ ଦୁହେଁ ରାଜ୍ୟ ତମାମ୍‌ ୨୫ ଲକ୍ଷରୁ ଅଧିକ ଟଙ୍କା ଠକିଛନ୍ତି । ଗତକାଲି ଭୁବନେଶ୍ୱର ଜଣେ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଟଙ୍କା ଠକିବା ପାଇଁ ଉଦ୍ୟମ କଲା ବେଳେ ଦୁଇ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଥିଲା ।