ମିଥ୍ୟା ଦୁଷ୍କର୍ମ ମାମଲା ନଷ୍ଟ କରିଦେଲା ଜୀବନ ଓ କ୍ୟାରିୟର, ଯୁବତୀଙ୍କୁ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦେଶ

ଚେନ୍ନାଇ,୨୨।୧୧:  ମିଛ ଦୁଷ୍କର୍ମ ମାମଲା ପାଇଁ ଯୁବକଙ୍କ ଜୀବନ ଓ କ୍ୟାରିୟର ସବୁ କିଛି ନଷ୍ଟ ହୋଇଗଲା। ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ଏହି ଯୁବକ। ଏଭଳି ଏକ ଘଟଣା   ତାମିଲନାଡୁର ଚେନ୍ନାଇରେ ସାମନାକୁ ଆସିଛି। ଚେନ୍ନାଇର ଜଣେ ଯୁବକଙ୍କ ବିରୋଧରେ ଆସିଥିଲା ଦୁଷ୍କର୍ମ ଅଭିଯୋଗ । ଏହାପରେ ଯୁବକ ଜଣକୁ ଦୁଷ୍କର୍ମ ମାମଲାର ସାମନା କରିବାକୁ ପଡିଥିଲା। ୭ ବର୍ଷ ପର୍ଯ୍ୟନ୍ତ ବଦନାମ ସହିବାକୁ ପଡିଥିଲା। ଯୁବକଟିର ଇଞ୍ଜିନିୟରିଂ ଡିଗ୍ରୀ ଚାଲିଯାଇଥିଲା ଓ ଜେଲ୍ ସଜା କାଟିବାକୁ ପଡିଥିଲା। ଏବେ କୋର୍ଟ ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ଜାଣିବା ପରେ ଦୋଷମୁକ୍ତ କରିଛନ୍ତି। ଏହା ସହିତ କୋର୍ଟ ଅଭିଯୋଗ କରିଥିବା  ଯୁବତୀଙ୍କୁ ନିର୍ଦେଶ ଦେଇଛନ୍ତି ସେ ଯୁବକ ଜଣକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ।

ଉଲ୍ଲେଖନୀୟ ଯେ, ସନ୍ତୋଷ ନାମକ ଜଣେ ଯୁବକଙ୍କ ଉପରେ ଏକ  ଯୁବତୀ ଅଭିଯୋଗ କରିଥିଲେ ସେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଯୁବତୀ ଗର୍ଭବତୀ ହୋଇଥିଲେ ଓ ସେ ଏକ ଶିଶୁକନ୍ୟାକୁ ଜନ୍ମ ମଧ୍ୟ ଦେଇଥିଲେ। ତେବେ ଡିଏନଏ ଟେଷ୍ଟରୁ ପ୍ରମାଣିତ ହୋଇଥିଲା ଶିଶୁ କନ୍ୟାଟି ସନ୍ତୋଷଙ୍କର ନଥିଲା। ଏହାପରେ ସନ୍ତୋଷ କୋର୍ଟରେ ଯୁବତୀ ଜଣକ ତାଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ। ସନ୍ତୋଷ କହିଥିଲେ, ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କ ଜୀବନ ଓ କ୍ୟାରିୟର ନଷ୍ଟ ହୋଇଯାଇଛି।  ସେ କୋର୍ଟରେ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି  କରିଛନ୍ତି। ସନ୍ତୋଷ ଏହି ମାମଲାରେ, ଉକ୍ତ ଯୁବତୀ ଓ ତାଙ୍କର ବାପା-ମା’ ଓ  ମାମଲାର ତଦନ୍ତ କରୁଥିବା  ସେକ୍ରେଟେରିଏଟ୍ କଲୋନୀ ପୋଲିସ ଇନ୍ସପେକ୍ଟରଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସନ୍ତୋଷଙ୍କ ଓକିଲ ସିରାଜୁଦ୍ଧିନ୍ କହିଛନ୍ତି, ଉକ୍ତ ଯୁବତୀ ଓ ତାଙ୍କର ପରିବାର ପଡୋଶୀ ଥିଲେ। ଦୁହେଁ ଗୋଟିଏ ଜାତିର ମଧ୍ୟ ଥିଲେ। ଦୁହିଁଙ୍କ ଘର ଲୋକ ବିବାହ କରିବାକୁ ରାଜି ହୋଇଥିଲେ। ସବୁ କିଛି ଠିକ୍ ଚାଲିଥିଲା। ଏହାପରେ କିଛି ଦିନ ପରେ ଦୁହିଁଙ୍କର ଘର ଭିତରେ ସମ୍ପତ୍ତିକୁ ନେଇ କିଛି ବିବାଦ ହୋଇଥିଲା। ସନ୍ତୋଷ ଓ ତାଙ୍କ ପରିବାର ଚେନ୍ନାଇର ଏକ ଅଞ୍ଚଳରେ ଯାଇ ରହିଥିଲେ। ସନ୍ତୋଷ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ କରିଥିଲେ। ସେଠାରେ ସେ ବି.ଟେକ୍ କରୁଥିଲେ। ଏହି ସମୟରେ  ଯୁବତୀଙ୍କ ମା’ ସନ୍ତୋଷଙ୍କ ବାପା-ମାଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଥିଲେ, ସନ୍ତୋଷ ଓ ତାଙ୍କର ଝିଅ ଭିତରେ ତୁରନ୍ତ  ବାହାଘର ହୋଇଯିବା ଦରକାର। ସନ୍ତୋ​‌ଷ କିନ୍ତୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାପରେ ଝିଅର ପରିବାର ଲୋକ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ।

ସନ୍ତୋଷଙ୍କୁ ପୋଲିସ ଗିରଫ କରି ନେଇଥିଲା। ତାଙ୍କୁ ୧୨ ଫେବୃଆରୀ ୨୦୧୦ରେ ୯୫ ଦିନ ପାଇଁ ଜେଲ ପଠାଇ ଦେଇଥିଲା। ୩ ମାସ ପରେ ସନ୍ତୋ​‌ଷ ଜାମିନରେ ବାହାରକୁ ଆସିବା ପରେ ଜାଣିବାକୁ ପାଇଥିଲେ ଯୁବତୀ ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ସନ୍ତୋଷ ଝିଅଟିର ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ। ଅନ୍ୟ ପଟେ ସନ୍ତୋଷଙ୍କ ବିରୋଧରେ ଟ୍ରାଏଲ ଆରମ୍ଭ ହୋଇଥିଲା। ଡିଏନଏ ଟେଷ୍ଟରୁ ଜଣାପଡିଥିଲା ଶିଶୁ କନ୍ୟାଟିର ବାପା ସନ୍ତୋଷ ନୁହେଁ। କୋର୍ଟ ସନ୍ତୋଷଙ୍କୁ ଜାମିନ୍ ଦେଇଥିଲେ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..