ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଲାଗିଲା ୧୫ କୋଟିର ଜରିମନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ନ୍ୟୁୟର୍କ,୮।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନ୍ୟୁୟର୍କର ଏକ କୋର୍ଟ ପ୍ରାୟ ୧୫ କୋଟି ଟଙ୍କାର ଜରିମନା ଲଗାଇଛନ୍ତି। ଏହି ମୋଟା ଅଙ୍କର ଜରିମନା ଲାଗିଥିବାର ମୁଖ୍ୟ କାରଣ ହେଲା ନିର୍ବାଚନ ପ୍ରଚାରରେ ଟ୍ରମ୍ପ ତାଙ୍କ ଚ୍ୟାରିଟିର ଅର୍ଥ ଅପବ୍ୟବହାର କରିଥିଲେ। କୋର୍ଟଙ୍କ ନିକଟରେ ଏହି ଅଭିଯୋଗ ପ୍ରମାଣିତ ମଧ୍ୟ ହୋଇଥିଲା। ତେଣୁ କୋର୍ଟ ତାଙ୍କ ଉପରେ ଏହି ଜରିମାନା ଲଗାଇଥିବା ଜଣାପଡିଛି।

ମିଳିଥିବା ଖବର ଅନୁସାରେ, ଟ୍ରମ୍ପଙ୍କ ଉପରେ ୨୦୧୬ରେ ନିଜର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଚ୍ୟାରିଟିର ଅର୍ଥ ଖର୍ଚ୍ଚ କରିଥିବାର ଅଭିଯୋଗ ଥିଲା।   ଶୁକ୍ରବାର କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ଥ କରି ଏହି ଜରିମାନା ଲଗାଇଛନ୍ତି। କେବଳ ନିର୍ବାଚନ ନୁହେଁ ଟ୍ରମ୍ପ ଏହି ଚ୍ୟାରିଟି ର ଅର୍ଥ ଖର୍ଚ୍ଚ କରି ନିଜ କମ୍ପାନୀର ଋଣ ସୁଝିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ  ଟ୍ରମ୍ପ ଓ ତାଙ୍କ ଓକିଲ ଏହି ଅଭିଯୋଗକୁ ଖଣ୍ଡନ କିରିଛନ୍ତି। ସେ କେବଳ ରାଜନୈତିକ ସ୍ଵାର୍ଥ ପାଇଁ ଏଭଳି କରିଥିବା କହିଛନ୍ତି। ଟ୍ରମ୍ପଙ୍କ ଉପରେ ଏହି ଅଭିଯୋଗ ଗତ ବର୍ଷ ହୋଇଥିଲା।

   ସମ୍ବନ୍ଧିତ ଖବର


ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…

ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍