ଚିନ୍ମୟାନନ୍ଦ ମାମଲା‌: ପୀଡିତା ଛାତ୍ରୀଙ୍କ ଗିରଫ ଉପରେ ରୋକ ଲଗାଇବାକୁ ମନାକଲେ ହାଇକୋର୍ଟ

ଆହ୍ଲାବାଦ,୨୩।୯: ଆଜି ଆହ୍ଲାବାଦ ହାଇକୋର୍ଟ ଚିନ୍ମୟାନନ୍ଦଙ୍କ ଯୌ ଉତ୍ପୀଡନ ମାମଲା​‌ରେ ପୀଡିତା ଛାତ୍ରୀଙ୍କୁ ଗିରଫ କରାଯିବା ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ  ଖାରଜ କରିଛନ୍ତି। ବିଚାରପତି ମନୋଜ ମିଶ୍ର ଓ ବିଚାରପତି ମଞ୍ଜୁ ରାଣୀ ଚୌହାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଥିଲେ, ଯଦି ପୀଡିତା ନିଜକୁ ଗିରଫ ହେବା ଠାରୁ ମୁକୁଳାଇବାକୁ ଚାହାନ୍ତି ତେବେ ସେ ଉଚିତ୍ ଖଣ୍ଡପୀଠ ନିକଟରେ ନିଜର ଆବେଦନ କରିପାରିବେ।

କୋର୍ଟ କହିଥିଲେ ଏହି ଖଣ୍ଡପୀଠ କେବଳ ଏହି ମାମଲାର ତଦନ୍ତ ଉପରେ ଦୃଷ୍ଟି ରଖିବା ପାଇଁ ନାମିତ କରାଯାଇଛି ଓ ଗିରଫ ମାମଲାରେ ରୋକ ଲଗାଇବା ପାଇଁ କୌଣସି ନିର୍ଦେଶ ଦେବା ଆମ ଅଧିକାରରେ ନାହିଁ। ଏହି ମାମଲାର ଶୁଣାଣି ସମୟରେ ପୀଡିତା ନିଜେ କୋର୍ଟ ପରିସରରେ ଉପସ୍ଥିତ ଥିଲେ। କୋର୍ଟ ଚିନ୍ମୟାନନ୍ଦଙ୍କ ମାମଲାରେ ଏସଆଇଟିର ପୋଗ୍ରୋସିଭ ରିପୋର୍ଟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଆଗକୁ ରିପୋର୍ଟ ଦାଖଲ କରିବା ପାଇଁ ୨୨ ଅକ୍ଟୋବର ତାରିଖ ଧାର୍ଯ୍ୟ କରିଛନ୍ତି।

କୋର୍ଟରେ ପୀଡିତା ଦ୍ବିତୀୟ ପାର୍ଥନା କରିଥିଲେ ଯେ, ମାଜିଷ୍ଟେ୍ରଙ୍କ ଆଗରେ ସିଆରପିସିର ଧାରା ୧୬୪ ଅନୁସାରେ ଦାଖଲ କରାଯାଇଥିବା ବୟାନ ଠିକ୍ ନୁହେଁ ଓ ନୂଆ ବୟାନ ଦାଖଲ କରିବାକୁ ଅନୁମତି ଦିଆଯାଉ। କିନ୍ତୁ କୋର୍ଟ ତାଙ୍କର ଏହି ପ୍ରାର୍ଥନାକୁ ସ୍ବୀକାର କରିନଥିଲେ। କୋର୍ଟ କହିଥିଲେ, ନୂଆ ବୟାନ ପାଇଁ ଆବେଦନ ସମ୍ପର୍କିତ ମାଜିଷ୍ଟେ୍ରଟଙ୍କ ବିରୋଧରେ କୌଣସି ଅଭିଯୋଗ ଲଗାଯାଇ ନାହିଁ ଓ ନା ପୀଡିତା ଛାତ୍ରୀଙ୍କ ନୂଆ ବୟାନ ଦାଖଲ କରିବା ପାଇଁ କୌଣସି ନିୟମ ଦର୍ଶାଯାଇଛି।

କେବଳ ଏହି ଅଭିଯୋଗ ଥିଲା ଯେ, ସେ ଦେଇଥିବା ବୟାନର ପ୍ରତ୍ୟେକ ପୃଷ୍ଠାରେ ତାଙ୍କର ସିଗନେଚର ନିଆଯାଇନଥିଲା ଓ କେବଳ ଶେ​‌ଷ ପେଜରେ ନିଆଯାଇଥିଲା। ତାଙ୍କର ବୟାନ ନିଆଯିବା ବେଳେ କେତେଜଣ ମହିଳା ଥିଲେ। ଏହା ଉପରେ କୋର୍ଟ କହିଛନ୍ତି ସେହି ତାଙ୍କର ଦ୍ବାରା କୌଣସି ପ୍ରକାର ହସ୍ତକ୍ଷେପ କରାଯିବା ସମ୍ପର୍କିତ ଅଭିଯୋଗ ନହେବା କାରଣରୁ ଚାମ୍ପରେ ମହିଳାଙ୍କ ଉପସ୍ଥିତିରେ କେବଳ ଏଥିପାଇଁ ଥିଲା ଯାହାଫଳରେ ପୀଡିତା ତାଙ୍କର ବୟାନ ଦେଖା ସମୟରେ ସହଜ ଏବଂ ସୁରକ୍ଷିତ ବୋଲି ମନେକରିବେ।

   ସମ୍ବନ୍ଧିତ ଖବର


୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର