କୋଭାକ୍ସିନ୍‌କୁ ନେଇ ଆଉ ଏକ ଭଲ ଖବର- ୩୨ ଜଣ ନେଲେ ଦ୍ୱିତୀୟ ଡୋଜ୍‌

ହାଇଦ୍ରାବାଦ – କୋଭାକିକ୍ସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ନେଇ ବେଶ୍ ସକରାତ୍ମକ ରିପୋର୍ଟ ଆସିଛି । ହାଇଦ୍ରାବାଦ ନିଜାମ ଇନ୍‌ଷ୍ଟିଟ୍ୟୁଟ୍‌ ଅଫର୍‌ ମେଡିକାଲ୍‌ ସାଇନସ୍‌ରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ବୁଷ୍ଟର ଡୋଜ୍‌ ବା ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଭାକ୍‌ସିନ୍‌। ଭାରତ ବାୟୋଟେକ୍ ସହ ଆଇସିଏମ୍‌ଆର ଏବଂ ପୁନେରେ ଥିବା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲଜି ମିଳିତ ଉଦ୍ୟମରେ ଏହି ଟିକା ବିକଶିତ କରାଯାଇଛି ।

ନିଜାମ ଇନ୍‌ଷ୍ଟିଟ୍ୟୁଟ୍‌ ଅଫର୍‌ ମେଡିକାଲ୍‌ ସାଇନସ୍‌ରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା । ଏହି ମାନବ ପରୀକ୍ଷଣରେ ସ୍ୱେଚ୍ଛାସେବୀ ଭାବେ ଅଂଶଗ୍ରହଣ କରିଥିବା ୩୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ । ସେ ବିଷୟରେ ପରୀକ୍ଷଣ କରାଯିବ ।

ଜୁଲାଇ ମାସରେ ଏମାନଙ୍କୁ ପ୍ରଥମ ପର୍ଯ୍ୟାରେ ଟିକା ଦିଆଯାଇଥିଲା। ଏବେ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ଆଉ ପ୍ରାୟମ ୧୪ ଦିନ ପରେ ଗୋଟିଏ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କଅଣ ପାର୍ଥକ୍ୟ ରହୁଛି ସେ ବିଷୟରେ ଅନୁଧ୍ୟାନ କରାଯିବ ।
ପ୍ରଥମ ପର୍ଯ୍ୟାୟର ଟିକା କାର୍ଯ୍ୟକ୍ରମରେ ବେଶ୍‌ ସକରାତ୍ମକ ଫଳାଫଳ ଆସିଥିବା ନିମସ୍‌ରେ ଜଣେ ବରଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

“ଏବେ ଟିକା କେତେ ସୁରକ୍ଷିତ ସେ ବିଷୟରେ ଅନେକ ରିପୋର୍ଟ ଆସିବ ବୋଲି କହିଛନ୍ତି । ଏହା ବ୍ୟତୀତ ଏହାର କଣ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ସେ ବିଷୟରେ ଜଣା ପଡିବ । ଲୋକଙ୍କ ମଧ୍ୟରେ ଟିକା ନେବା ପରେ କେତେ ଆଣ୍ଟିବଡି ବିକଶିତ ହେଉଛି ସେ ବିଷୟରେ ଅନୁଧ୍ୟାନ କରାଯିବ ।

   ସମ୍ବନ୍ଧିତ ଖବର


କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

କରୋନା ସହ ସତର୍କ ରହିବାକୁ ମୋଦି ଦେଲେ ପରାମର୍ଶ, ଏମିତି ଢଙ୍ଗରେ କହିଲେ ଅଜୟ ଦେବଗନ୍‌ଙ୍କ ଦିଲଓ୍ବାଲେ ଫିଲ୍ମର ଡାଇଲଗ୍‌…

ପ୍ରଥମ ପର୍ଯ୍ୟାୟରେ ୨୫ ହଜାର କରୋନା ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା, ସରକାରଙ୍କ ଘୋଷଣା

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି