ଏହି ଟିକା ନେଇ ଅସୁସ୍ଥ ହେଲେ କ୍ଷତିପୂରଣ ଦେବ କମ୍ପାନୀ

https://science.thewire.in/
ନୂଆଦିଲ୍ଲୀ, ୧୬/ ୦୧: ଶନିବାର ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନର ଶୁଭାରମ୍ଭ ଭାରତରେ ହୋଇଛି। ଆଜି ପୂର୍ବାହ୍ନ ୧୦ ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ସାରା ଦେଶରେ ୧, ୯୧, ୧୮୧ ଜଣ ଲୋକ କରୋନା ଟିକା ନେଇଛନ୍ତି। ହେଲେ ଏବେ ସୁଦ୍ଧା କରୋନା ଭ୍ୟାକସିନକୁ ନେଇ ଦ୍ବନ୍ଦ ଲାଗି ରହିଛି। କରୋନା ଟିକା ନେବା ପରେ ପାର୍ଶ୍ବପ୍ରତିକ୍ରିୟା ହୋଇପାରେ ବୋଲି ଲୋକଙ୍କ ମନରେ ଧାରଣା ରହିଛି। ଅନ୍ୟପଟେ ଭ୍ୟାକସିନ୍ ପ୍ରସ୍ତୁକାରୀ ବିଶେଷଜ୍ଞ ଓ ସରକାର ଟିକା ନେଲେ କିଛି ହେବ ନାହିଁ ବୋଲି କହି ସାରିଛନ୍ତି।
ଲୋକଙ୍କ ମନରେ ଥିବା ଧାରଣାକୁ ନଜରରେ ରଖି ସ୍ବଦେଶୀ କରୋନା ଟିକା ବିକଶିତ କରିଥିବା ଭାରତ ବାୟୋଟେନ୍ କମ୍ପାନୀ ଲୋକଙ୍କୁ ଆଶ୍ବସନା ଖବର ଦେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଯଦି କୋଭିାକ୍ସିନ୍ ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ ଶରୀରରେ ଗଭୀର ପାର୍ଶ୍ବ ପ୍ରତିକ୍ରିୟା ପକାଇବ ତେବେ କମ୍ପାନୀ ପକ୍ଷରୁ କ୍ଷତି ଭରଣା କରାଯାିବ। ସରକାର ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକାର ୫୫ ଲକ୍ଷ ଡୋଜ୍ ଭାରତ ସରକାର ଅର୍ଡର ଦେଇଛନ୍ତି।
ସୂଚନାଥାଉକି, ଆଜି କେତେକ ସ୍ଥାନରେ ଡାକ୍ତରମାନେ କୋଭିସିଲ୍ଡ ଟିକା ନେବାକୁ ରାଜି ହୋଇଥିବା ବେଳେ କୋଭାକ୍ସିନ ଟିକା ନେବାକୁ ଅମଙ୍ଗ ହୋଇଛନ୍ତି।