PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଡେଲ୍‌ଟା ପ୍ଲସ୍‌ ବିରୋଧରେ କୋଭାକ୍ସିନ୍‌ ପ୍ରଭାବୀ, ତୃତୀୟ ଲହରୀ ବେଳେ ସାଜିବ ଅମୋଘ ଅସ୍ତ୍ର

ନୂଆଦିଲ୍ଲୀ ୦୩/୦୮: ଭାରତର ପ୍ରଥମ ସ୍ୱଦେଶୀ କରୋନା ପ୍ରତିଶେଧକ ଟିକା ‘କୋଭାକ୍ସିନ’କୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। କରୋନା ଭାଇରସର ମାରାତ୍ମକ ଭାରିଆଣ୍ଟ ‘ଡେଲ୍‌ଟା ପ୍ଲସ’ (ଏୱାଇ.୧)ବିରୋଧରେ ଏହି ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । କୋଭାକ୍ସିନ ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍‌ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ ଅଧ୍ୟୟନରୁ ଏହି ଖୁଲାସା ହୋଇଛି । ଡେଲ୍‌ଟା ପ୍ଲସ ସମେତ ଡେଲ୍‌ଟା ଭାରିଆଣ୍ଟ ବିରୋଧରେ ମଧ୍ୟ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି ।

ଡେଲ୍‌ଟା ଭାରିଆଣ୍ଟର ମ୍ୟୁଟେସନରୁ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଗତ ଏପ୍ରିଲରେ ଭାରତରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ଏହା ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରରୁ ଦ୍ରୁତ ଗତିରେ ବ୍ୟାପିଥାଏ । ଫଳରେ ଏହି ଭାରିଆଣ୍ଟ ଦ୍ୱାରା ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ପ୍ରାୟ ୨୦ଟି ଦେଶରେ ଡେଲ୍‌ଟା ପ୍ଲସ ମାମଲା ବଢ଼ିବାରେ ଲାଗିଛି । ଡେଲ୍‌ଟା ପ୍ଲସ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଉଛି । ଭାରତ ସମେତ ୧୬ଟି ଦେଶରେ କୋଭାକ୍ସିନ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ବ୍ରାଜିଲ, ଫିଲିପାଇନ୍ସ, ମେକ୍ସିକୋ ଏବଂ ଇରାନ ଆଦି ଦେଶରେ ମଧ୍ୟ କୋଭାକ୍ସିନ ଟିକା ବ୍ୟବହାର ହେଉଛି । କୋଭାକ୍ସିନ ଟିକା ଡେଲ୍‌ଟା ପ୍ଲସ ବିରୋଧରେ ପ୍ରଭାବଶାଳୀ ହେଉଥିବାରୁ ଏହି ଟିକା ନେଇଥିବା ଲୋକ ଡେଲ୍‌ଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି । କରୋନା ଭାଇରସ ବିରୋଧରେ କୋଭାକ୍ସିନ ୭୭.୮% ପ୍ରଭାବଶାଳୀ ହୋଇଥିବା ପୂର୍ବରୁ ପ୍ରମାଣିତ ହୋଇସାରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସର ୪ଟି ଭାରିଆଣ୍ଟକୁ ‘ଭାଇରସ ଅଫ କନ୍‌ସର୍ନ’ ଶ୍ରେଣୀରେ ରଖିଛି । ଡେଲ୍‌ଟା ପ୍ଲସ ଭାଇରସ ଅଫ କନ୍‌ସର୍ନ ଶ୍ରେଣୀରେ ରହିଛି । ଆଲ୍‌ଫା, ବିଟା ଏବଂ ଗାମା ଭାଇରସ ମଧ୍ୟ ଭାଇରସ ଅଫ୍‌ କନ୍‌ସର୍ନ ଶ୍ରେଣୀରେ ରହିଛନ୍ତି । ଯେଉଁ ଭାଇରସଗୁଡ଼ିକ ତୀବ୍ର ଭାବରେ ବ୍ୟାପିଥାଏ ସେସବୁକୁ ଡବ୍ଲ୍ୟୁଏଚ୍‌ଓ ଭାଇରସ ଅଫ କନ୍‌ସର୍ନ ଶ୍ରେଣୀରେ ତାଲିକାଭୁକ୍ତ କରିଥାଏ । ସୂଚନା ମୁତାବକ, ଭାରତରେ ୭୦ରୁ ଊଦ୍ଧ୍ୱର୍ ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ ହୋଇଛି । ଦେଶବ୍ୟାପୀ ୨୮ଟି ଲ୍ୟାବରେ ପଜିଟିଭ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇ ଡେଲ୍‌ଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି ।

ସମ୍ବନ୍ଧିତ ଖବର