PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୧୦ ରାଜ୍ୟରେ ବଢିବାରେ ଲାଗିଛି କରୋନା ମାମଲା, କେନ୍ଦ୍ରର ନିର୍ଦେଶ-୧୦% ରୁ ଅଧିକ ପଜିଟିଭିଟି ଥିଲେ ବଢା ଯାଉ କଟକଣା

https://navbharattimes.indiatimes.com

ନୂଆଦିଲ୍ଲୀ,୧।୮: କରୋନା ମାମଲା ପୁଣିଥରେ ବଢିବାରେ ଲାଗିଛି। ଦେଶରେ ୧୭ ଦିନ ପରେ ଚଳିତ ସପ୍ତାହ ୪୦ ହଜାରରୁ ଅଧିକ କେସ୍ ପ୍ରତିଦିନ ଆସୁଛି। ଅଧାରୁ ଅଧିକ ମାମଲା କେରଳରେ ରହିଛି। ଲଗାତାର ଚତୁର୍ଥ ଦିନ ଦକ୍ଷିଣ ରାଜ୍ୟରେ ୨୦ ହଜାରରୁ ଅଧିକ କେସ୍ ମିଳିଛି। ଶନିବାର କେନ୍ଦ୍ରୀୟ ଟିମ୍ କେରଳର ଆଲାପୁଝା ଗସ୍ତ କରି ବଢୁଥିବା ସଂକ୍ରମଣ ମାମଲାର କାରଣ ଜାଣିଛନ୍ତି। ମହାରାଷ୍ଟ୍ର ଓ ତାମିଲନାଡୁରେ ମଧ୍ୟ ସଂକ୍ରମଣ ମାମଲା ବଢିବାରେ ଲାଗିଛି। କେରଳ ଓ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ କରୋନା ରିପୋର୍ଟ ନେଗେଟିଭ ହେଲେ ସେମାନେ କର୍ଣ୍ଣାଟକ ଯାଇପାରିବେ। କର୍ଣ୍ଣାଟକରେ ଅଚାନକ ନୂଆ ମାମଲାରେ ୩୪% ବୃଦ୍ଧି ଘଟିଛି।

ଦେଶର ୧୦ଟି ରାଜ୍ୟରେ କରୋନା ମାମଲା ଦୃତ ଗତିରେ ବଢୁଥିବାର ଦେଖି ସରକାର ଶନିବାର ଏହି ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେରଳ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ମଣିପୁରର ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ରାଜ୍ୟ ସବୁ ଯେଉଁଠି ପ୍ରତିଦିନ କରୋନା ସଂକ୍ରମର ମାମଲା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ରାଜ୍ୟରେ ସର୍ଭିଲାନ୍ସ ବଢିବା, ସଂକ୍ରମଣକୁ ହ୍ରାସ କରିବା ଓ କରୋନାର ଭଲ ଭାବରେ ମ୍ୟାନେଜମେଣ୍ଟ କରିବା ପାଇଁ ଉପାୟ ଉପରେ ଚର୍ଚ୍ଚା ହୋଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ, ତାଙ୍କୁ ସେଠାର ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଇବାକୁ ହେବ। ଭିଡ ଏକାଠି ଜମା କରିବାକୁ ଦିଆଯିବନି। ଯଦି ଏହି ରାଜ୍ୟ ଗୁଡିକରେ କଡା ନିୟମ ପାଳନ ନହୁଏ କରୋନା ସ୍ଥିତି ଅଣାୟତ ହୋଇପଡିବ ବୋଲି କୁହାଯାଇଛି।

କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଗତ କିଛି ସପ୍ତାହ ମଧ୍ୟରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେରଳରେ ଗତ କିଛି ଦିନ ହେବ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି। କେନ୍ଦ୍ର ସରକାରଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।  ରାଜ୍ୟ ସରକାର ଜିଲ୍ଲା ଗୁଡିକୁ ପରାମର୍ଶ ଦେଇଛନ୍ତି, ଯେଉଁସ୍ଥାନରେ ଏକାଠି ବହୁ ମାମଲା ଆସୁଛି, ସେଠାରେ ଛୋଟ ଛୋଟ କମେଣ୍ଟନମେଣ୍ଟ ଜୋନ୍ ତିଆରି କରନ୍ତୁ। ଏହାଛଡା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଥିବା ଲୋକଙ୍କର ଯାଞ୍ଚ, କ୍ବାରେଣ୍ଟାଇନ୍ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟରେ ଶୁକ୍ରବାର ୨୦ ହଜାରରୁ ଅଧିକ ନୂଆ କେସ୍ ଆସିଥିଲା ସେଭଳି ପଜିଟିଭିଟି ରେଟ୍ ୧୩.୬୧ ପ୍ରତିଶତରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର