ସରକାରଙ୍କ ନିଷ୍ପତ୍ତି : ଏବେ ରେପିଡ୍ ଟେଷ୍ଟ ମାଧ୍ୟମରେ କରୋନା ଭାଇରସର ଯାଞ୍ଚ ହେବ ନାହିଁ

ନୂଆଦିଲ୍ଲୀ ୨୫।୪ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶନିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ବୈଠକ କରିଥିଲେ। ଯେଉଁଥିରେ ସମସ୍ତେ ସ୍ବୀକାର କରିଛନ୍ତି ଯେ କୋଭିଡ -୧୯ ବିଷୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ସକରାତ୍ମକ ଫଳାଫଳ ଦେଖାଉଛି। ଆହୁରି ମଧ୍ୟ ଦ୍ରୁତ ପରୀକ୍ଷଣ କିଟ୍ ବା ରେପିଡ଼୍ ଟେଷ୍ଟ ସାମଗ୍ରୀ ସହିତ କରୋନା ଅନୁସନ୍ଧାନକୁ ସ୍ଥଗିତ ରଖାଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟନଶକର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଛନ୍ତି।

ସୂଚନାନୁଯାୟୀ, ଦେଶରେ କୋଭିଡ -୧୯ର ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ସରକାର ଗ୍ରହଣ କରିଥିବା ପଦକ୍ଷେପ ସକରାତ୍ମକ ଫଳାଫଳ ଦେଖାଉଛି ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ତେଣୁ ରେପିଡ ଟେଷ୍ଟ କିଟ୍ ଗୁଡିକ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ତେବେ ସରକାରଙ୍କ ଅନୁଯାୟୀ ଦେଶରେ ୧.୫ ମିଲିୟନରୁ ଅଧିକ ପରୀକ୍ଷା କରିବାର କ୍ଷମତା ରହିଛି। ଏହା ସହିତ ଅନେକ ଭାରତୀୟ କମ୍ପାନୀ ପରୀକ୍ଷା କିଟ୍ ବିକଶିତ କରିବା ପ୍ରକ୍ରିୟାରେ ଅଛନ୍ତି । କୋଭିଡ -୧୯ ବିରୋଧରେ ଲଢ଼େଇରେ ୧.୨୫ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ପ୍ରସ୍ତୁତ ଅଛନ୍ତି

   ସମ୍ବନ୍ଧିତ ଖବର


କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶର ପ୍ରତ୍ୟେକ ଲୋକଙ୍କୁ ମିଳିବ କରୋନା ଭ୍ୟାକସିନ, କେହି ବି ଏହି ସୁବିଧାରୁ ହେବେନି ବଞ୍ଚିତ…

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି