ଭାରତରେ ଏହି ଦିନ କମିବ କରୋନା ମାମଲା, କିଛି ରାଜ୍ୟରେ ସୁଧୁରୁଛି ସ୍ଥିତି

pic- livehindustan.com
ନୂଆଦିଲ୍ଲୀ,୨୪/୦୧: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୩ ହଜାର ୫୩୩ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ସଂକ୍ରମିତ ସଂଖ୍ୟା ବଢ଼ି ୩ କୋଟି ୯୨ ଲକ୍ଷ ୩୭ ହଜାର ୨୬୪ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ତେବେ ଦେଶରେ ଲଗାତର କରୋନା ଗ୍ରାଫ ଉପର ତଳ ହେଉଥିବାରୁ ଚିନ୍ତା ବଢ଼ାଉଛି। ହେଲେ ଏହାରି ଭିତରେ ସରକାରଙ୍କ ପକ୍ଷରୁ ଭଲ ଖବର ସାମ୍ନାକୁ ଆସିଛି।
କେନ୍ଦ୍ର ସରକରାଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ପେବୃଆରୀ ୧୫ ବେଳକୁ କରୋନା ସଂକ୍ରମଣ ହ୍ରାସ ପାଇବ। ଖବର ସରବରାହ ସଂସ୍ଥା ଏଏନଆଇ ସରକାରୀ ସୂତ୍ରରୁ ପ୍ରକାଶ କରିଛି ଯେ କିଛି ରାଜ୍ୟରେ ପ୍ରଥମରୁ ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ବର୍ତ୍ତମାନ କିଛି ରାଜ୍ୟ ଓ ମେଟ୍ର ସହରରେ କରୋନା ମାମଲା କମିବାରେ ଲାଗିଛି।
ସୂତ୍ରରୁ ପ୍ରକାଶ ଯେ ଟିକାକରଣ ଯୋଗୁ ତୃତୀୟ ଲହର ବିପଦକୁ କମାଇ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଲୟ କେନ୍ଦ୍ର ଓ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି କରୋନା କାଳରେ କାମ କରିଛନ୍ତି। ଦେଶରେ ୭୪ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାରଣ କରାଯାଇଛି। ସରକାରଙ୍କ ସୂଚନା ଅନୁଯାୟୀ ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ଚିକିତ୍ସାଧିନ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧ ଲକ୍ଷ ୮୭ ହଜାର ୨୦୫ ଜଣ। ଯେତେବେଳେ କି ଗତ ୨୪ ଘଣ୍ଚାରେ ୫୨୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ପ୍ରାଣ ହରାଇଛନ୍ତି ୪ ଲକ୍ଷ ୮୯ ହଜାର ୪୦୯।