କରୋନା ମୁକାବିଲାପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ

ଭୁବନେଶ୍ୱର ମେ୯- କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଓ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

–       ୧୪ ଦିନ କ୍ୱାରାଣ୍ଟାଇନ୍ ଅବଧି ପୂରଣ ପରେ କେତେକ କ୍ଷେତ୍ରରେ କୋଭିଡ୍-୧୯ ଚିହ୍ନଟ ହେବା ଲକ୍ଷ୍ୟ କରି ତଥା ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟକୁ ବିଚାର କରି ପୂର୍ବରୁ ଘୋଷିତ ୧୪ ଦିନ କ୍ୱାରାଣ୍ଟାଇନ୍ ଅବଧିକୁ ରାଜ୍ୟ ସରକାର ୨୮ ଦିନକୁ ବୃଦ୍ଧି କରିଛନ୍ତି । ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ପୁନଃ ଗୁରୁତ୍ୱାରୋପ କରିଛନ୍ତିା୨୧ ଦିନ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ ନିମନ୍ତେ ଅନୁମତି ମିଳିପାରିବା ହୋମ୍ କ୍ୱାରାଣ୍ଟାଇନ୍ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରାଣ୍ଟାଇନ୍ ନିୟମଗୁଡ଼ିକ କଡ଼ାକଡ଼ି ପାଳନ କରିବୋ

–       ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ଏଥି ପାଇଁ ଜନସାଧାରଣ ବିଶେଷ ଭୟଭୀତ ହେବାର କାରଣ ନାହିଁ । ଏହି ପଜିଟିଭ୍ଗୁଡ଼ିକ ବାହାର ରାଜ୍ୟରୁ ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍ ସେଣ୍ଟର)ରେ ରହିଥିବା କିଛି ଲୋକଙ୍କଠାରେ ହିଁ ଚିହ୍ନଟ ହୋଇଛି । ମାତ୍ର ସଙ୍ଗରୋଧ ଓ ନିର୍ଦ୍ଦେଶାବଳୀ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବା

–       ମାନ୍ୟବର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ, କୋଭିଡ୍-୧୯ ଲକ୍ ଡାଉନ୍‌ରେ ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହିତ ସେମାନଙ୍କ ନିଃସ୍ୱାର୍ଥପର ସେବା, ଉତ୍ସାହ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତିା

–       ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟ ଲୋକମାନଙ୍କୁ ଲକ୍‌ଡାଉନ ସମୟରେ ମାଗଣା ରନ୍ଧାଖାଦ୍ୟ ଯୋଗାଇବାରେ ୭୧୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ୧ କୋଟି ୫୬ ଲକ୍ଷ ମିଲ୍ ଯୋଗାଇ ଦେଇଛନ୍ତିା ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ସେମାନେ ସକି୍ରୟ ଭୂମିକା ଗ୍ରହଣ କରିଛନ୍ତିା ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡ଼ିକୁ ୨ ଲକ୍ଷ ୫ ହଜାର ମିଲ୍ ଯୋଗାଇ ଦେଇଛନ୍ତିା ହସ୍ପିଟାଲ୍ରେ ଚିକିତ୍ସିତ ୪୪,୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତିା କୋଭିଡ୍-୧୯ କଠିନ ପରିସ୍ଥିତିରେ ନିରାଶ୍ରିତ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବାରେ ଏହି ମା’ମାନଙ୍କ ଅବଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତିା

–       ଲକ୍ ଡାଉନ୍ ସମୟରେ ୧୨୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତିା ଲକ୍ ଡାଉନ୍‌ରେ ଦୋକାନବଜାର ବନ୍ଦଥିବାବେଳେ ରାସନ୍ ଏବଂ ପନିପରିବା ଯୋଗାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀର ୮୦୦୦ ସଦସ୍ୟା ଅନୁରୂପ ଭାବେ ଅଂଶଗ୍ରହଣ କରୁଛନ୍ତିା ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ୧୫,୨୭୪ କ୍ୱିଣ୍ଟାଲ୍ ପରିମାଣର ପନିପରିବା ଓ ଶୁଖିଲା ରାସନ୍ ସାମଗ୍ରୀ ବିକ୍ରି ହୋଇଛିା

–       ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ ଏସବୁ କାର୍ଯ୍ୟକ୍ରମ ସହିତ ମାଛଚାଷ, ଛତୁଚାଷ, ପନିପରିବା ଚାଷ, ଫାର୍ମ ପଣ୍ଡ ପରିଚାଳନା, ଗୋପାଳନ, ଅଙ୍ଗନବାଡିକୁ ଟେକ୍ ହୋମ୍ ରାସନ୍ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟ ଦୋକାନ ପରିଚାଳନା ଆଦି ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତିା

–       ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଅପ୍ରେଲ ମାସରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛିା

–       ନିଜ ପରିବାରର ସଦସ୍ୟମାନଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ପୃଥକ ରଖିବା ସହିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ବାଧ୍ୟତାମୂଳକ ସଙ୍ଗରୋଧ ପାଳନ କରିନଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ଆସିବାକୁ ନଦେଇ ସେମାନଙ୍କ ଗ୍ରାମରେ କୋଭିଡ୍-୧୯ ବିରୋଧରେ ହେଉଥିବା ଯୁଦ୍ଧରେ ଜଣେ ଜଣେ କୋଭିଡ୍ ସଂଗ୍ରାମୀ ଭାବରେ ଭୂମିକା ନିର୍ବାହ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶିକା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତିା

–       ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୬୩୪୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫୨,୭୨୩ ଜଣ ଫେରିଛନ୍ତିା ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତିା

–       ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏସ୍ସିବି ମେଡିକାଲ୍ କଲେଜ, କଟକର ଟେଲିମେଡିସିନ୍ ସେଣ୍ଟରରେ ଘରୋଇ ଚିକିତ୍ସକ/ଇଏସ୍ଆଇ ହାସପାତାଳଗୁଡ଼ିକ ନିମନ୍ତେ କୋଭିଡ୍-୧୯ ପରିଚାଳନା ସଂପର୍କିତ ଓ୍ୱେବ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଡାକ୍ତର ଅଂଶଗ୍ରହଣ କରଛନ୍ତିା

–       କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୩୦୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୫,୭୫,୨୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛିା

–       ଆଜି ରାଜ୍ୟର ୪୯୯୪ ଗ୍ରାମ ପଞ୍ଚାୟତରେ ୩,୧୮,୬୩୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୧୫୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା

–       ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୮ରୁ ମଇ ୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୧ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ, ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୪୯ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

–       ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୬,୩୨୨ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା

–       ଶନିବାର ଅପରାହ୍ନ ସୁଦ୍ଧା ସମୁଦାୟ ୨୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା

–       ୬୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା

–       ୨ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା

–       ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୨୪ ରହିଛିା

        ୩୪୩ ଜଣ ହସ୍ପିଟାଲ୍ ଆଇସୋଲେସନ୍‌ରେ ଅଛନ୍ତିା

   ସମ୍ବନ୍ଧିତ ଖବର


ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କରୋନା ଆକ୍ରାନ୍ତ ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ