ବିଳମ୍ୱିତ ରାତି ଯାଏ ଚାଲୁଛି ବାର୍ ଯୁବତୀଙ୍କ ନୃତ୍ୟ : କୋଭିଡ୍ -୧୯ ନିୟମକୁ ବେଖାତିର

https://www.aajtak.in/
ଆଜମଗଡ଼ – ସରକାରଙ୍କ ଦ୍ୱାରା ଅନେକ ଗାଇଡ୍ ଲାଇନ୍ ଜାରି କରିବା ଓ ଏହା ଉପରେ ସଚେତନତାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହାର ମୂଲ୍ୟ ଆମର ସାଧାରଣ ଲୋକ କେତେ ପାଳନ କରୁଛନ୍ତି, ଆଉ ଆପଣେଉଛନ୍ତି ଏହାର ଏକ ଉଦାହରଣ ୟୁପିର ଆଜମଗଡ଼ରେ ଦେଖିବାକୁ ମିଳିଛି । ଏଠାରେ କୋଭିଡ୍-୧୯ର ଗାଇଡ୍ଲାଇନ୍କୁ ଅଣଦେଖା କରି ଡିଜେ ସାଉଣ୍ଡରେ ବିଳମ୍ୱିତ ରାତି ଯାଏ ବାର୍ ଯୁବତୀଙ୍କ ନୃତ୍ୟ ଚାଲିଥିଲା , ଯାହାକୁ ଦେଖିବାକୁ ବହୁତ ଭିଡ଼ ଜମିଥିଲା।

ଆଜମଗଡ଼ ଜିଲ୍ଲାର କନ୍ଧରାପୁର ଥାନା ଅଞ୍ଚଳରେ ଉତ୍ସବ ସମୟରେ ବାର୍ ଯୁବତୀଙ୍କ ନୃତ୍ୟ ବିଳମ୍ୱିତ ରାତି ଯାଏ ଆୟୋଜିତ କରାଯାଇଥିଲା ଏବଂ ଏଥିରେ ଫୁହଡ଼ ଡ୍ୟାନ୍ସ ଡିଜେର ଧୂନ୍ରେ ହେଉଥିଲା । ଜଣେ ଦୁଇ ଜଣ ନୁହେଁ , ଅଧ ଡର୍ଜନରୁ ଅଧିକ ଝିଅ ଡ୍ୟାନ୍ସ କରୁ ଥିବାର ନଜର ଆସିଥିଲେ । ଆଉ ଏହା ଖୁବ୍ ରାତି ଯାଏ ଡିଜେ ଓ ଲାଉଡ୍ସ୍ପିକରର ମ୍ୟୁଜିକ୍ରେ ଚାଲିଥିଲା ।

ଆଉ ସବୁଠୁ ମୁଖ୍ୟ କଥା ହେଲା ସେଠାରେ କୋଭିଡ୍ ନିୟମକୁ ଉଲଙ୍ଘନ କରାଯାଇଥିଲା । ନା ଥିଲା ସୋସିଆଲ ଡିଷ୍ଟାନ୍ସିଂ ନା ପୁରା ଭିଡ଼ରେ କାହା ମୁହଁରେ ଥିଲା ମାସ୍କ । ସମସ୍ତେ ଭିଡ଼ ଜମେଇ ପାଖାପାଖି ବସିଥିଲେ , ଯେମିତି ଲାଗୁଥିଲା କି ସେମାନଙ୍କର କରୋନାର କୌଣସି ଚିନ୍ତା ନାହିଁ ।

ଏହି ମାମଲାକୁ ନେଇ ନା ସେଠାରେ ସ୍ଥାନୀୟ ପୁଲିସ୍ , ନା ଆଉ କିଏ ବ୍ୟକ୍ତି , କେହି ବି ରୋକି ନଥିଲେ ।
ଏବେ ପ୍ରଶ୍ନ ମଧ୍ୟ ଉଠୁଛି ଏହି ପ୍ରକାରର ଆୟୋଜନ କରିବାକୁ ଅନୁମତି କିଏ ଦେଲା ? ଏହି ପ୍ରକାରର ଆୟୋଜନ କରିବାରେ କିଏ ରୋକ୍ ଲଗାଇବାକୁ କେମିତି ଚିନ୍ତା କଲାନି । ତାଙ୍କୁ କଣ ଏହି ଭୟଙ୍କର କରୋନା ଭଳି ମହାମାରୀର କିଛି ବି ଚିନ୍ତା ନଥିଲା ?