PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଓଡ଼ିଶାରେ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ୍‌ ଆରମ୍ଭ

କଟକ, ୦୭/୦୮: ଗୁଜରାଟର ଅହମ୍ମଦାବାଦସ୍ଥିତ ନଭ୍ରଙ୍ଗାପୁରା ଅଞ୍ଚଳରେ ଏକ କୋଭିଡ୍‌ ହସ୍ପିଟାଲରେ ନିଆଁ ଲାଗି ପ୍ରାୟ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ଅଗ୍ନିକାଣ୍ଡ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଯାଞ୍ଚ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ୍‌ ହସ୍ପିଟାଲ୍‌ ଓ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକରେ ଅଗ୍ନି ନିରୋଧକ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ସେସବୁ ଯାଞ୍ଚ୍‌ କରିବା ପାଇଁ ବିଭାଗୀୟ ଡିଜି ଡିଜି ସତ୍ୟଜିତ୍‌ ମହାନ୍ତି ଡେପୁଟି ଫାୟାର ଅଫିସର(ଡିଏଫ୍‌ଓ) ଏବଂ ଆସିଷ୍ଟାଣ୍ଟ ଫାୟାର ଅଫିସର(ଏଏଫଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତରେ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶାନାମା ଅନୁସାରେ କିଛି ସ୍ଥାନରେ ଅଗ୍ନିଶମ ଅଧିକାରୀମାନେ କୋଭିଡ୍‌ ହସ୍‌ପିଟାଲ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ, ଡେପୁଟି ଫାୟାର ଅଫିସର ଏବଂ ଆସିଷ୍ଟାଣ୍ଟ ଫାୟାର ଅଫିସରମାନେ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରକୁ ପ୍ରତ୍ୟକ୍ଷ ଭାବେ ଯାଇ ଅଗ୍ନି ନିରୋଧକ ବ୍ୟବସ୍ଥା ଏବଂ ଅଗ୍ନିକାଣ୍ଡ ମୁକାବିଲା ପାଇଁ ଆବଶ୍ୟକ ସୁବିଧା ଅଛି କି ନାହିଁ ସେସବୁର ଟିକିନିଖି ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ ରିବେ । ଅଗ୍ନି ନିରୋଧକ ବ୍ୟବସ୍ଥା ନଥିଲେ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ କୋଭିଡ୍‌ କେୟାର ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରାଇବା ସହ ଏନେଇ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବେ । ଡିଜିଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ ସେବା ଅଧିକାରୀମାନେ କଟକ, ଭୁବନେଶ୍ୱର ସମେତ ଅନ୍ୟ କେତେକ ଜିଲ୍ଲାରେ ଥିବା କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର ସେଣ୍ଟରରେ ପହଞ୍ଚି ଅଗ୍ନି ନିରୋଧକ ବ୍ୟବସ୍ଥା ଯାଞ୍ଚ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ କୋଭିଡ୍‌ ହସ୍ପିଟାଲ ଏବଂ କରୋନା କେୟାର ସେଣ୍ଟର, ପରୀକ୍ଷା କେନ୍ଦ୍ର ଆଦିରେ ବିଶୋଧନ ମଧ୍ୟ କରାଯାଉଛି ।