PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଏଥର ସ୍ୱାଧୀନତା ଦିବସରେ ସ୍କୁଲ୍‌ ଆସିବେନି ପିଲା

ଭୁବନେଶ୍ୱର,୧୪/୦୮: ସ୍ୱାଧୀନତା ଦିବସ ସ୍କୁଲରେ ପାଳନ ହେବ । କିନ୍ତୁ କରୋନା ପାଇଁ କୌଣସି ସ୍କୁଲକୁ ଛାତ୍ରଛାତ୍ରୀ ଆସିବେ ନାହିଁ । କେବଳ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ । ସେମାନେ ୯ଟାରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ । ଏନେଇ ଗାଇଡ୍‌ଲାଇନ୍‌ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

କରୋନା ମହାମାରୀ ମୁକାବିଲା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲକୁ ଛାତ୍ରଛାତ୍ରୀ ଆସୁନାହାନ୍ତି । ଏପରି ସମୟରେ ଆସନ୍ତା ଶନିବାର ସ୍ୱାଧନତା ଦିବସ ଅବସରରେ ବି ଛାତ୍ରଛାତ୍ରୀ ଆସିବେ ନାହିଁ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗ ପକ୍ଷରୁ ବାରଣ କରାଯାଇଛି । କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସି ପତାକା ଉତ୍ତୋଳନ କରିବେ । ସ୍କୁଲ ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯିବ । କିନ୍ତୁ ପରିସରରେ ୧୦ ଜଣରୁ ଅଧିକ ଏକାଠି ହେବେନି । ସାମାଜିକ ଦୂରତା ରକ୍ଷା କରିବେ ଓ ସମସ୍ତେ ମାସ୍କ ପିନ୍ଧିବେ । ଏହା ସହ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।