କରୋନା ପ୍ରଥମେ ମା’କୁ ନେଲା ତା’ପରେ ସାନ ପୁଅ : ବଡ଼ଭାଇ ଓ ଦୁଇ ଶିଶୁ ଆକ୍ରାନ୍ତ

କାକକଟପୁର, ୨୯/୦୮: କାକଟପୁର ତହସିଲ ଅନ୍ତର୍ଗତ ବାଜପୁର ଗ୍ରାମର ସ୍ୱର୍ଣ୍ଣକାର ସଂଘର ଯୁବ କାରିଗର କୈଳାସ ଚନ୍ଦ୍ର ସାହୁ (ଧୁନ) ୪୦ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍‌ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ତଳେ ତାଙ୍କ ମା ସରୋଜିନୀ (୭୦)ଙ୍କର କୋଭିଡ୍‌ ଯୋଗୁଁ ମୁତ୍ୟୁ ହୋଇଥିବା ବେଳେ, ବଡ଼ଭାଇ ଓ ଦୁଇ ପିଲା ମଧ୍ୟ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ଧୁନଙ୍କର ଅକାଳ ବିୟୋଗ ପରିବାର ତଥା କାକଟପୁର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ସ୍ୱର୍ଣ୍ଣକାର ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ଅକାଳ ମୃତ୍ୟୁରେ ସ୍ୱର୍ଣ୍ଣକାର ସଂଘର ଉପସଭାପତି ଶଙ୍କର ପ୍ରସାଦ ସାହୁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ସାହୁଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି