କରୋନାର ନୂଆ ଲକ୍ଷଣ କୋଭିଡ୍‌ ଟୋଜ୍‌, ଆକ୍ରାନ୍ତଙ୍କ ପାଦରେ ଜମାଟ ବାନ୍ଧୁଛି ରକ୍ତ- କେବଳ ଫୁସ୍‌ଫୁ୍‌ସ ନୁହଁ ସାରା ଶରୀରକୁ ଆକ୍ରମଣ କରୁଛି ଭାଇରସ୍‌

corona-2

ନୂଆଦିଲ୍ଲୀ – ଏବେ ସାରା ବିଶ୍ୱରେ କରୋନାକୁ ନେଇ କରୁଣ ପରିସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ଆତଙ୍କରେ ରହୁଛନ୍ତି ଅନ୍ୟମାନେ । କୋଭିଡ୍‌-୧୯ ଭୁତାଣୁକୁ ନେଇ ନୂଆ ନୂଆ ତଥ୍ୟ ଆସୁଛି। ଆଗରୁ କରୋନା ବହେଲେ କାଶ , ତଣ୍ଟି ଦରଜ ସଜ ଜର କୁହାଯାଉଥିବା ବେଳେ ଏବେ ନୂଆ ନୂଆ ଲକ୍ଷଣ ପ୍ରକାଶ ପାଇଲାଣି ।
ପାଦ ନୀଳ ପଡିବା, ଆଖି ନାଲି, ପ୍ରାଥମିକ ଅବସ୍ଥାରେ ଡାଇରିଆ ଲକ୍ଷଣ, ପରି ଛଅଟି ଲକ୍ଷଣ ପ୍ରକାଶ ପାଇଥିଲା । ଏବେ ପଣି ନୂଆ ଲକ୍ଷଣବିଷୟରେ ଡାକ୍ତରମାନେ ସୂଚନା ଦେଇଛନ୍ତି । କରୋନା ଭୁତାଣୁ ସାରା ଶରୀରକୁ ଆକ୍ରମଣ କରୁଥିବା ଦେଖାଯାଉଛି । ଏହାର ସଂକ୍ରମଣ ଅଧିକ ହେଲେ ମଲ୍ଟି ଅରଗାନ୍‌ ଫେଲ୍ୟୁଅର୍‌ ବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶ କାମ କରୁ ନଥିବା ଦେଖିବାକୁ ମିଳୁଛି ।

ଅଧିକ ବୟସ୍କଙ୍କ ଠାରୁ ଅଳ୍ପ ବୟସ୍କଙ୍କ ନିକଟରେ ସଂକ୍ରମଣର ଲକ୍ଷଣ କମ୍‌ ଦେଖାଯାଉଛି । ମାତ୍ର ବୟସ୍କ ଲୋକଙ୍କ ପାଇଁ ଏହା ବେଳେ ବେଳେ ମୃତ୍ୟୁର କାରଣ ହେଉଛି । ଆମେରିକାର ରାଜଧାନୀ ନ୍ୟୁୟର୍କରେ ୬ ବର୍ଷରୁ କମ୍‌ କିଛି ପିଲାଙ୍କ ନିକଟରେ କରୋନାର ଅଜବ ଲକ୍ଷଣ ପ୍ରକାଶ ପାଇଥିଲା । ଏହାକୁ ସେମାନେ କାଓ୍ୱାସାକି ସଂକ୍ରମଣ ବୋଲି କହିଥିଲେ । ମାତ୍ର ଏହାକୁ ଏବେ କରୋନା ସହ ଯୋଡା ଯାଇଛି । ଏଥିରେ ରକ୍ତ କଣିକା ଫୁଲୁଥିବା ଲକ୍ଷଣ ପ୍ରକାଶ ପାଇଛି । କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୩ ଲକ୍ଷ ଲୋକଙ୍କର ଜୀବନ ଗଲାଣି ।

କରୋନା ଯୋଗୁଁ ଏବେ ନିମ୍ନରେ ବର୍ଣ୍ଣନା କରାଯାଇଥିବା ଲକ୍ଷଣ ପ୍ରକାଶ ପାଉଛି ।
ରକ୍ତ ଜମାଟ ବାନ୍ଧିବା –
କେତକ କରୋନା ଆକ୍ରାନ୍ତଙ୍କ ଶରୀରେ ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧୁଛି । ୩୦ରୁ ୪୦ ବର୍ଷ ବୟସ୍କ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି । ଏଥିପାଇଁ ସେମାନଙ୍କୁ ଅସ୍ତ୍ରୋପଚାର କରିବାକୁ ପଡୁଛି । ଏଥିରେ ରକ୍ତକୁ ପତଳା ବା ବ୍ଲଡ ଥିନର ଔଷଧ କାମ କରୁନାହିଁ ।

ମଲ୍ଟି ଅରଗାନ୍‌ ଫେଲ୍ୟୁଅର୍‌ –
କରୋନାରେ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଉଛି । ଏହା ଶରୀରର ରକ୍ତ କଣିକା ଉପରେ ପ୍ରଭାବ ପକାଉଛି । ଫୁସ୍‌ଫୁସ୍‌କୁ ସଂକ୍ରମିତ କରିବାଠାରୁ ଏହା ସାମାନ୍ୟ ଅଲଗା । ଏଥିଯୋଗୁଁ ଅଧିକାଂଶ ରୋଗୀଙ୍କର ମୃତ୍ୟୁ ହେଉଛି । ଏଥିଯୋଗୁଁ ରୋଗୀଙ୍କର କିଡୀନ୍‌ କାମ କରୁନାହିଁ ।

କାଓ୍ୱାସାକି ପରି ସଂକ୍ରମଣ-
ଛୋଟ ପିଲାଙ୍କ ଦେହରେ କାଓ୍ୱାସାକି ପରି ସଂକ୍ରମଣ ଦେଖାଯାଉଛି । ଆମେରିକାରେ ଗବେଷକମାନେ ଏହାକୁ Pediatric multisystem inflammatory syndrome (PMIS) କହୁଛନ୍ତି । ଏହା ଏକ ପ୍ରକାର ସକ୍‌ ସିଣ୍ଡ୍ରୋମ୍‌ । ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ବିଭିନ୍ନ ବିଷକ୍ରିୟା ଯୋଗୁଁ ଏପରି ହେଉଛି । ରକ୍ତବାହୀ ଧମନୀ ଏଥିଯୋଗୁଁ ଫୁଲିଯାଉଛି । ଏଥିଯୋଗୁଁ ୬ ବର୍ଷରୁ କମ୍‌ କେତକ ଶିଶୁଙ୍କର ମୃତ୍ୟୁ ହୋଇଛି।

କୋଭିଡ୍‌ ଟୋଜ୍‌ –

ଏଥିଯୋଗୁଁ ଆକ୍ରାନ୍ତଙ୍କ ପାଦରେ ରକ୍ତ ଜମାଟ ବାନ୍ଧୁଛି। ପାଦରେ ଓ ଆଙ୍ଗୁଠିରେ ଛୋଟ ଛୋଟ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରୁ ଆକ୍ରାନ୍ତଙ୍କ ପାଦରେ ଫୁଲା ଦେଖା ଯାଉଛି । ଏହାକୁ ଡାକ୍ତର ଓ ଗବେଷକମାନେ କରୋନା ଯୋଗୁଁ ହେଉଥିବା କଥା କହିଛନ୍ତି।

ଲୋକମାନଙ୍କର ଘ୍ରାଣ ଓ ସ୍ୱାଦ ଶକ୍ତି ହ୍ରାସ ପାଉଛି ।
କରୋନା ଆକ୍ରାନ୍ତମାନଙ୍କର ଶୁଙ୍ଘିବା ବା ଘ୍ରାଣ ଶକ୍ତି ଓ ଖାଇବା ଜିନିଷର ସ୍ୱାଦକୁ ବାରି ନପାରିବା ଏହି ଶକ୍ତି ନଷ୍ଟ ହେଉଛି । ମାତ୍ର ଏହା ବେଶୀ ଜଟିଳ ନୁହେଁ । ମାତ୍ର ରୋଗୀ ଭଲ ହୋଇଯିବ ପରେ ପୁଣି ସେମାନେ ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଛନ୍ତି।

ପିଙ୍କ୍‌ ଆଇ ବା ଗୋଲାପୀ ଆଖି –
କରୋନା ଆକ୍ରାନ୍ତଙ୍କ ଆଖି ଲାଲ୍ କିମ୍ବା ଗୋଲାପୀ ପଡିଯାଉଛି । conjunctivaରେ ସଂକ୍ରମଣ ଯୋଗୁଁ ଏପରି ହେଉଛି ।

କରୋନା ଆକ୍ରାନ୍ତ ଭଲ ହେବାପରେ ମଧ୍ୟ ସେମାନଙ୍କର କେତକ ଲକ୍ଷଣ ଦେଖାଯାଉଛି । କେତେଜଣଙ୍କର ଶ୍ୱାସକ୍ରିୟା ସ୍ୱାଭାବିକ ହେଉ ନାହିଁ । ଥକାପଣ ସହ ଅତ୍ୟଧିକ କଷ୍ଟ ହେଉଛି । ସେମାନେ ସ୍ୱାଭାବିକ ଅବସ୍ଥାକୁ ଆସିବା ପାଇଁ ସମୟ ଲାଗୁଛି ।

   ସମ୍ବନ୍ଧିତ ଖବର


ବିଏମ୍‌ଡବ୍ଲୁ କାର୍‌ରେ ଆସି ଖୋର୍ଦ୍ଧାରେ ବାର୍‌ କର୍ମଚାରୀଙ୍କୁ ହତ୍ୟା ସିସିଟିଭିରେ କଏଦ୍‌- ବଣରେ ଲୁଚିଥିବା ବେଳେ ପୁଲିସ ଧରିଲା

ଆଲ୍‌ପ୍ସ ପର୍ବତରୁ ମିଳିଲା ୫୪ ବର୍ଷର ପୁରୁଣା ଭାରତୀୟ ଖବରକାଗଜ

CBSE ଦଶମ ଶ୍ରେଣୀ ରେଜଲ୍ଟ ଘୋଷିତ-ପୁଅଙ୍କ ଠାରୁ ଝିଅଙ୍କ ପ୍ରଦର୍ଶନ ଭଲ

ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ଘାତକ ହେଲାଣି କରୋନା : ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍‌ ଚିହ୍ନଟ