PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ହୃଦଘାତରେ ଆଖି ବୁଜିଲେ ମୃତ ଡାକ୍ତରଙ୍କ ସଂପର୍କୀୟ ଭାଇ

ସମ୍ବଲପୁର,୧୫/୦୮: ସହରର ଷ୍ଟେସନପଡାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇବା ଦାବିରେଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଏହି ପଡାରେ ଅଧିବାସୀ ଜଣେ ଡାକ୍ତରଙ୍କ କରୋନାରେ ଗତକାଲି ମୃତ୍ୟୁ ହେବା ପରେ ଆଜି ପୁଣି ସଂପୃକ୍ତ ଡାକ୍ତରଙ୍କ ସଂପର୍କୀୟ ଭାଇ କିଶୋର ମୁଗୁରି ହୃଦଘାତରେ ଆଖି ବୁଜିଛନ୍ତି । କିଶୋର ହେଉଛନ୍ତି ମୃତ ଡାକ୍ତରଙ୍କ ପିଉସୀ ପୁଅ ଭାଇ । ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଥିବା ଜଣାପଡିଛି । ପଡାରେ କଣ୍ଟେନ୍‌ମେଣ୍ଟ କଟକଣା ଲାଗିଥିବାରୁ ଲୋକେ ଡାକ୍ତରଖାନା ମଧ୍ୟ ଯାଇପାରୁନାହାନ୍ତି, କାମ ନପାଇ ଭୋକ ଉପାସରେ ରହୁଛନ୍ତି ବୋଲି ପଡାବାସୀ ପ୍ରତିକ୍ରିୟାଶୀଳ ହୋଇ ପାଟିତୁଣ୍ଡ କରିବା ପରେ ଶେଷରେ ପଡାରୁ କଣ୍ଟେନ୍‌ମେଣ୍ଟ ହଟାଇ ଦିଆଯାଇଥିବା ସୂଚନାରହିଛି ।

ଉଲ୍ଲେଖଯୋଗ୍ୟ, ସହରର ଷ୍ଟେସନପଡାରେ ପ୍ରାୟ ୨୭୦ରୁ ଊଧ୍ୱର୍ ତଥା ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଡାରୁ ପ୍ରଥମ ରୋଗୀ ଚିହ୍ନଟ ହେଉ ହେଉ ପଡାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ଅନ୍ୟପଟେ ଏହା ଭିତରେ ପଡାରୁ କରୋନାରେ ଡାକ୍ତର କୁଳମଣି ସୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଦିନ ତଳେ ଡା. ସୁନାଙ୍କ ମା’ଙ୍କ ବି କୋଭିଡ୍‌ ହସ୍ପିଟାଲ୍‌ରେ ହିଁ ମୃତ୍ୟୁ ହୋଇଥିଲା । ତେବେ ଗୋଟିଏ ପରିବାରର ଦୁଇ ଜଣକଙ୍କ କ୍ରମାଗତ ଭାବେ ମୃତ୍ୟୁ ହେବା ପରେ କିଶୋର ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ।

ଆଜି ସକାଳେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା । ତେବେ ପଡାରେ କଣ୍ଟେନମେଣ୍ଟ ଜୋନ୍‌ ଯୋଗୁଁ ବାଡ ବନ୍ଧା ହୋଇଥିବାରୁ ହସ୍ପିଟାଲ୍‌ ନେବାରେ ବି ବିଳମ୍ବ ହୋଇଥିଲା । ବୁର୍ଲାରେ ତାଙ୍କର ପରଲୋକ ହେବା ଜାଣିବା ପରେ ପଡାବାସୀ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ତୁରନ୍ତ କଣ୍ଟେନ୍‌ମେଣ୍ଟ ହଟାଯାଉ, ନଚେତ୍‌ ଆମେ ସବୁ ବାଡବତା ଭାଙ୍ଗିଦେବୁ ବୋଲି ପାଟି କରିଥିଲେ । କଣ୍ଟେନମେଣ୍ଟ ପରଠୁ ଆମେ ଜୀବିକା ହରା ହୋଇ ବହୁ ଅସୁବିଧାରେ ଦିନ କାଟୁଛୁ । ଏବେ ଆଉ ଖାଇବାକୁ ବି କିଛି ନାହିଁ । ଅନ୍ୟପଟେ ଡାକ୍ତରଖାନାକୁ ବି ଲୋକେ ଯାଇପାରୁନାହାନ୍ତି ବୋଲି ଲୋକେ ପ୍ରତିକ୍ରିୟା ରଖିଥିଲେ । ଘଟଣା ସ୍ଥଳରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ପହଞ୍ଚିଥିଲେ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ । ଶେଷରେ ପଡାବାସୀଙ୍କ ଦାବି ଅନୁସାରେ ଆଜି ପ୍ରଶାସନ ପକ୍ଷରୁ ଷ୍ଟେସନପଡାରୁ କଣ୍ଟେନମେଣ୍ଟକୁ ହଟାଇ ଦିଆଯାଇଥିବା ସୂଚନା ରହିଛି ।