PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କରୋନାରେ ପୁଲିସ୍‌ ସବ୍‌ଇନ୍ସପେକ୍ଟର ମୃତ

ଢେଙ୍କାନାଳ,୧୮/୦୮: ଢେଙ୍କାନାଳ ଜିଲ୍ଲାରେ ସୋମବାର ମହାମାରୀ କରୋନାରେ ଦ୍ୱିତୀୟ ମୃତ୍ୟୁ ହୋଇଛି। ମୃତକ ଜଣେ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ତଥା ପୁଲିସ୍‌ ସବ୍‌ଇନ୍ସପେକ୍ଟର। ମୃତକ ଢେଙ୍କାନାଳ ରିଜର୍ଭ ପୁଲିସ୍‌ର ଡ୍ରିଲ୍‌ ସବ୍‌ଇନ୍ସପେକ୍ଟର ପ୍ରାଣବନ୍ଧୁ ସେଠୀ (୫୮) । ଜିଲ୍ଲାରେ କରୋନାରେ ଜଣେ ପୁଲିସ୍‌ଙ୍କ ମୃତ୍ୟୁ ପ୍ରଥମ ଘଟଣା। ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଢେଙ୍କାନାଳ ଡାକ୍ତରଖାନାରେ ପହଞ୍ଚି ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରିଛନ୍ତି । ସରକାରୀ କୋଭିଡ୍‌ ନିୟମ ଅନୁସାରେ ତାଙ୍କ ମୃତଦେହକୁ ପୌରସଂସ୍ଥା ପକ୍ଷରୁ ସତ୍କାର କରାଯାଇଛି ।

ଢେଙ୍କାନାଳ ରିଜର୍ଭ ପୁଲିସ୍‌ରେ ଡ୍ରିଲ୍‌ ସବ୍‌ଇନ୍ସପେକ୍ଟର ଭାବେ ପ୍ରାଣବନ୍ଧୁ ସେଠୀ କାର୍ଯ୍ୟ କରନ୍ତି । ତାଙ୍କ ଦେହରେ ଜ୍ୱର, ଥଣ୍ଡା ଆଦି ଲକ୍ଷଣ ଦେଖାଦେବାରୁ ସେ ଗତ ୯ ତାରିଖରେ ସ୍ୱାବ୍‌ ପରୀକ୍ଷା କରାଇଥିଲେ । ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଢେଙ୍କାନାଳ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ରବିବାର କୋଭିଡ୍‌ ହସ୍ପିଟାଲରୁ ଘରକୁ ଫେରିଥିଲେ । ମାତ୍ର ସୋମବାର ସକାଳେ ଘର ଲୋକ ତାଙ୍କୁ ଡାକିବାରୁ ସେ ଉଠିନଥିଲେ । ତାଙ୍କୁ ତୁରନ୍ତ ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ପୁନଶ୍ଚ ତାଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଢେଙ୍କାନାଳ ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା ।