PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା: ମିନିଟିଏ ଅଟକିଲା ଓଡ଼ିଶା, ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୬/୦୮ ଆଗରେ ଯୋଦ୍ଧା, ପଛରେ କାନ୍ଥ ଭଳି ସାରା ଓଡ଼ିଶା । କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଛନ୍ତି ସବୁ ଓଡ଼ିଆ । ଗାଁ ରୁ ସହର, ସହରୁ ଗାଁ । ବ୍ରହ୍ମପୁରରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ କଳାହାଣ୍ଡି । ସବୁଠି ବୁଧବାର ସନ୍ଧ୍ୟାରେ ଓଡ଼ିଆମାନେ କରିଥିଲେ ନିରବ ପ୍ରାର୍ଥନା । କରୋନା ଯୋଦ୍ଧା ତ୍ୟାଗ ଓ ନିଷ୍ଠା ପାଇଁ ଅଭିନବ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ସାଢ଼େ ୪ କୋଟି ଓଡ଼ିଆ । ସବୁଠି ଓଡ଼ିଆ ଦେଇଛନ୍ତି ‘ନିରବ ସମ୍ମାନ’ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଗଧାଡ଼ିରେ ରହି କରୋନା ସହ ଲଢୁଥିବା ଆମ ଯୋଦ୍ଧାଙ୍କ ମନୋବଳ ବଢ଼ାଇବାକୁ ପ୍ରତିଟି ଓଡ଼ିଆ ଏ ନିରବ ପ୍ରାର୍ଥନାରେ ସାମିଲ୍‌ ହୋଇଥିଲେ । ଏଥିପାଇଁ ଓଡ଼ିଆଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କରୋନାକୁ ହରାଇବାକୁ ଜିଦ୍‌ ଦେଖିବାକୁ ମିଳିଥିଲା ।

ନିରବ ସମ୍ମାନ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଶପଥ ପାଠ କରାଇଥିଲେ । କରୋନା ଲଢ଼େଇରେ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନ ବ୍ୟର୍ଥ ଯିବନି । ମୁଁ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବଜାତି ମଧ୍ୟ ନିଶ୍ଚୟ ଜିତିବ । ଆତ୍ମବିଶ୍ୱାସର ସହ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୁଧବାର ସନ୍ଧ୍ୟା ୬ । ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର, ଲୋକସେବା ଭବନରୁ ବିଧାନସଭା । କଳିଙ୍ଗ ଷ୍ଟାଡିୟମରୁ କ୍ଲଷ୍ଟର କ୍ୱାରେଣ୍ଟାଇନ କେନ୍ଦ୍ର । ଠିକ୍‌ ଏଇ ସମୟରେ କରେନା ଯୋଦ୍ଧାଙ୍କ ପାଇଁ ମିନିଟ୍‌ଏ ସବୁ ନିରବ ରହିଲା । ରାସ୍ତାଘାଟରେ ଟ୍ରାଫିକ୍‌ ବି ଅଟକିଗଲା । ଯିଏ ଯେଉଁଠି ଥିଲେ ଛିଡ଼ା ହୋଇ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କଲେ ।

ରାଜନେତା, ପ୍ରଶାସକ, ପୁଲିସ୍‌, କ୍ରୀଡ଼ାବିତ୍‌, ସିନେଷ୍ଟାର । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ । କରୋନା କଟକଣା ମଧ୍ୟରେ ଦଳ ମତ ନିର୍ବିଶେଷରେ କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ ସମସ୍ତେ ନିରବ ପ୍ରାର୍ଥନା ମାଧ୍ୟମରେ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ । ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ । ଏଯାଏ ସହିଦ ହୋଇଥିବା ୨୫ ଯୋଦ୍ଧାଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।

ଏଥିପାଇଁ ରାଜ୍ୟର ସବୁ ସହର, ଜିଲ୍ଲା ମୁଖ୍ୟାଳୟ, ପୌର ସଂସ୍ଥା, ସରକାରୀ ଅଫିସ, ବେସରକାରୀ ଅଫିସ, ଷ୍ଟାଡିୟମରୁ ଆରମ୍ଭ କରି ବଜାରଘାଟ ସବୁଠି ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପରିବେଶ । ସଂକଟ ସମୟରେ ଏ ନିଆରା ପ୍ରୟାସ କୋଭିଡ୍‌ ଯୋଦ୍ଧାମାନଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇଛି ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ରାଜ୍ୟରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି । ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡ଼ିଶାବାସୀଙ୍କର । ଜୀବନକୁ ବାଜି ଲଗାଇ ସେମାନେ ସେବା ଦେଉଛନ୍ତି । ୨୫ ଯୋଦ୍ଧା ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ୍‌ ଯୋଦ୍ଧାମାନଙ୍କୁ ସହଯୋଗ କରିବା ସହ ପ୍ରତିଟି ବ୍ୟକ୍ତି ଏ ଲଢ଼େଇରେ ସାମିଲ୍‌ ହେବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ । ମୁଁ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବଜାତି ବି ଜିତିବ, ଏ ସଂକଳ୍ପ ନେଇ କରୋନା ବିରୋଧରେ ଲଢ଼େଇକୁ ଆହୁରି ମଜବୁତ କରିବା, କୋଭିଡ ନିୟମାବଳୀ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । ସବୁ ଓଡ଼ିଆ ମଧ୍ୟ ଏହାକୁ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି