PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସରକାରୀ ସଂସ୍ଥାର ବିଶେଷଜ୍ଞଙ୍କ ସୁପାରିଶ; ଖୋଲା ବଜାରରେ ବିକ୍ରି ହୋଇପାରିବ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା

pic-indiatoday

ନୂଆଦିଲ୍ଲୀ: ଏବେ ଆଉ କଟକଣା ନୁହେଁ ଖୋଲା ବଜାରରେ ବିକ୍ରି ହୋଇପାରିବ କୋଭିଡ୍ ଟିକା। କୋଭାକ୍ସିନ ଓ କୋଭିଶିଲ୍ଡକୁ ବିଭିନ୍ନ ଔଷଧ ଦୋକାନରେ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାନ(CDSCO)ର ବିଷୟ ବିଶେଷ କମିଟି(ଏସ୍ଇସି) ଟିକା ଦ୍ୱୟକୁ ଖୋଲା ବଜାରରେ ବିକ୍ରି କରିବାକୁ ସୁପାରିଶ କରିଛନ୍ତି। ଖୋଲା ବଜାରରେ ଟିକା ବିକ୍ରି ହେବା ଅର୍ଥ ଏଥିରେ କୌଣସି ଟକଟଣା ରହିବ ନାହଁ। ଲୋକମାନେ ବିନା ସର୍ତ୍ତରେ ଟିକା କିଣି ନେଇପାରିବେ। ଚିକା ଦୁଇିଟିକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ଏସ୍ଇସି ସୁପାରିଶ କରିଥିବା ଉଭୟ ସେରମ ଇନ୍‌ଷ୍ଟୁଟ୍ ଓ ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି।

CDSCO ପକ୍ଷରୁ ମଧ୍ୟ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏସ୍‌ଇସି ଏହି ଦୁଇଟି ଟିକାକୁ ଖୋଲା ବଜାରରେ ବିକ୍ରି କରିବାକୁ ସୁପାରିଶ କରିଥିବା CDSCO ଟ୍ୱିଟ୍ କରିଛି। ଏସ୍ଇସି କିଛି ସର୍ତ୍ତ ରଖି ଟିକାକୁ ବିକ୍ରି କରିବାକୁ ସୁପାରିସ କରିଛି। ତେବେ ବର୍ତ୍ତମାନ ପାଇଁ କୋଭିଡ୍‌ ଟିକା ଉପରେ କଟକଣା ରହିଛି। ଟିକାକୁ ଜରୁରୀ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ରହିଛି। ତେବେ ଖୋଲାବଜାରରେ ଟିକାର ବିକ୍ରି ନେଇ ଏସ୍‌ଇଶିର ସୁପାରଶି ପରେ CDSCOର ବିଚାର କମିଟି ଏହାର ବିଚାର ବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର