ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ବେଳେ ଧରାପଡିଲେ ୩ ଲୁଟେରା

ଭୁବନେଶ୍ୱର ୫/୯ : ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଲୁଟ୍‌ପାଟ କରି ଆତଙ୍କ ଖେଳାଉଥିବା ୩ ଲୁଟେରାଙ୍କୁ ଲୋକେ ଧରି ନିସ୍ତୁକ ମାଡ଼ ମାରି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଛନ୍ତି । ୩ ଲୁଟେରା ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳର ସେକ୍‌ ରାଜୁ ଓରଫ ବାପି(୨୫), ସେକ୍‌ ରହିମ୍‌(୧୯) ଓ ଡୁମୁଡୁମାରେ ରହୁଥିବା ଗଞ୍ଜାମ ଆସ୍କାର ସ୍ୱାଧୀନ ସ୍ୱାଇଁ(୨୩) । ସେମାନଙ୍କ ଠାରୁ ଲୁଟ୍‌ରେ ବ୍ୟବହୃତ ବାଇକ୍‌, ଟଙ୍କା ଓ ମୋବାଇଲ ଜବତ ହୋଇଛି ।

ପୁଲିସ ସୂଚନା ଅନୁଯାୟୀ, ଜଗତସିଂହପୁର କୁଜଙ୍ଗର ପଦ୍ମନାଭ ମିଶ୍ର ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ କଡ଼ ପାତ୍ରପଡ଼ରେ ଥିବା ଭିଶାଲ ସୋ’ରୁମ୍‌କୁ ଆସିଥିଲେ । ସେ ସୋ’ରୁମ୍‌ ସମ୍ମୁଖରେ ଗାଡ଼ି ରଖୁଥିବାବେଳେ ହଠାତ୍‌ ଏକ ବାଇକ୍‌ରେ ରାଜୁ, ରହିମ ଓ ସ୍ୱାଧୀନ ସେଠାରେ ପହଞ୍ଚିିଥିଲେ । ପ୍ରଥମେ ସେମାନେ ତାଙ୍କ ଉପରକୁ ପାନଛେପ ପକାଇଥିଲେ । ପଦ୍ମନାଭ ପ୍ରତିବାଦ କରିବାରୁ ୩ ଜଣ ତାଙ୍କ ବାଇକ୍‌ ଚାବି ଛଡ଼ାଇ ରାସ୍ତା ଆରପଟକୁ ପକାଇ ଦେଇଥିଲେ । ତା’ପରେ ତାଙ୍କ ପକେଟରୁ ୫ ହଜାର ୫ ଶହ ଟଙ୍କା ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ । ପଦ୍ମନାଭ ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ଜାତୀୟ ରାଜପଥରେ ପୁଣି ଦୁଇଜଣଙ୍କୁ ଲୁଟ୍‌ପାଟ କରୁଥିଲେ । ସ୍ଥାନୀୟ ଲୋକେ ଘେରିଯାଇ ୩ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ।

ଲୋକଙ୍କ ମାଡ଼ରେ ୩ ଜଣ ପୂରା ଘାଇଲା ହୋଇ ଯାଇଥିଲେ । ଖବରପାଇ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଲୋକଙ୍କ କବଳରୁ ୩ ଲୁଟେରାଙ୍କୁ ଉଦ୍ଧାର କରିଥିଲା । ଥାନାରେ ପଦ୍ମନାଭ ୩ ଲୁଟେରାଙ୍କୁ ଚିହ୍ନଟ କରିଥିଲେ । ପୁଲିସ ୩ ଲୁଟେରାଙ୍କ ଠାରୁ ୫ହଜାର ୫ଶହ ଟଙ୍କା, ମୋବାଇଲ ଫୋନ୍‌ ଓ ଲୁଟ୍‌ରେ ବ୍ୟବହୃତ ବାଇକ୍‌କୁ ଜବତ କରିଥିଲା । ରାଜୁ, ରହିମ୍‌ ଓ ସ୍ୱାଧୀନଙ୍କୁ ପୁଲିସ ନେଇ ହସ୍ପିଟାଲରେ ଚିକିତ୍ସା କରାଇ ଆଣିଥିଲା । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ୩ ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ଅଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଚଳାଇଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା