PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଚିନ୍ତାରେ କମିଶନରେଟ୍‌ ପୁଲିସ୍‌ : ଲୁଟେରାଙ୍କଠୁ ଡେଇଁଲା କରୋନା, କ୍ୱାରେଣ୍ଟାଇନ୍‌ରେ ସ୍ପେଶାଲ୍‌ ସ୍କ୍ୱାଡ୍‌, କ୍ୟୁଏଟି !

ଭୁବନେଶ୍ୱର,୧୧/୦୮: ଚୋର ଲୁଟେରା ଠାରୁ କରୋନା ଡେଇଁଛି ସ୍ପେସାଲ ସ୍କ୍ୱାଡ୍‌ ଓ କ୍ୟୁଏଟିର କିଛି ସଦସ୍ୟଙ୍କୁ। କମିଶନରେଟ୍‌ ପୁଲିସ୍‌ର ଆଖି ଓ କାନ କୁହା ଯାଉଥିବା ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କ୍ୟୁଏଟିର ସଂପୃକ୍ତ ସଦସ୍ୟମାନେ ଏବେ କ୍ୱାରେଣ୍ଟାଇନ୍‌ରେ । ଏହି କଥା ଜଣାପଡ଼ିବା ପରେ ପୁଲିସ୍‌ ମହଲରେ ଛନକା ପଶି ଯାଇଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ଠାରୁ ଲୁଟ୍‌ ଘଟଣାରେ ପୁଲିସ୍‌ ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ।

ସେପଟେ ବାଲିଅନ୍ତା ଥାନା ଅଞ୍ଚଳରେ କ୍ୟୁଏଟି ଚଢ଼ଉ କରି ଯେଉଁ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା, ସେ ବି କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ପୁଲିସଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ୫ ଦିନ ପରେ ଏହି ୨ ଟି ଟିମ୍‌ର ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯିବ । ଯଦି ଏମାନଙ୍କ ମଧ୍ୟରୁ ଏକାଧିକ କର୍ମଚାରୀ କରୋନା ପଜିଟିଭ୍‌ ବାହାରିବେ ତେବେ କଥା ସରିଲା । ଏହାର ଫାଇଦା ନେଇ ଅପରାଧୀମାନେ ସହରରେ ତାଣ୍ଡବ ରଚିବେ । କାରଣ କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱରର ସବୁ ଥାନାରେ କରୋନା ପଶି ସାରିଛି । ପ୍ରତ୍ୟେକ ଥାନାର ୪ରୁ ୫ ଜଣଙ୍କୁ କରୋନା ଗ୍ରାସି ସାରିଛି । ଏମିତି କି ଟ୍ରାଫିକ୍‌ ଥାନା କର୍ମଚାରୀ ବି କରୋନା ପଜିଟିଭ ହୋଇସାରିଛନ୍ତି । କ୍ୟାପିଟାଲ୍‌ ଥାନାରେ ସର୍ବାଧିକ ୨୦ ଜଣଙ୍କୁ କରୋନା ହୋଇଛି । ଏ ଥାନା ଏକ ପ୍ରକାର ସିଲ୍‌ ହୋଇଯାଇଛି ।

କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱରର ୧୧୦ ଜଣ ପୁଲିସ୍‌ କର୍ମଚାରୀ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଫଳରେ ଥାନା କାମରେ ଅନେକ ସମସ୍ୟା ଦେଖା ଦେଇଛି । ପାଟ୍ରୋଲିଂ କରିବାକୁ କର୍ମଚାରୀ ନାହାନ୍ତି । ଚୋର ଓ ଲୁଟେରାଙ୍କୁ ଧରିବାକୁ ସବୁ ଥାନା ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କ୍ୟୁଏଟି ଉପରେ ନିର୍ଭର କରନ୍ତି । ହେଲେ ଏବେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କ୍ୟୁଏଟି କର୍ମଚାରୀମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସ୍ପେଶାଲ୍‌ ସ୍କ୍ୱାଡ୍‌ କର୍ମଚାରୀମାନେ ୨ ଜଣ କରୋନା ପଜିଟିଭ୍‌ ରୋଗୀଙ୍କୁ ୨ ଦିନ ପାଖରେ ରଖି ଜେରା କରିଥିଲେ । ସୁନା ଜବତ କରିବାକୁ ଗୋଟିଏ ଗାଡ଼ିରେ ସେମାନଙ୍କୁ ନେଇ ବୁଲୁଥିଲେ । ଏନେଇ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ କ୍ୟୁଏଟିର କର୍ମଚାରୀମାନେ କହିଛନ୍ତି, ଆମ ଦାୟିତ୍ୱ ଆମେ ସମ୍ପାଦନ କରିବୁ । ଆମର ମନୋବଳ ଭାଙ୍ଗିନାହିଁ ।