ଜଗମୋହନରେ ଫାଟ! ଫୋନିରେ ଭିଜିଲେ ଶ୍ରୀଜୀଉ!

ପୁରୀ,୬।୫: ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଅଧିକ ଯାଞ୍ଚ ପରେ ଯାଇ ସବୁ କଥା ସ୍ପଷ୍ଟ ହେବ। ତେବେ କିଛି ସେବାୟତଙ୍କ କଥାକୁ ଯଦି ବିଶ୍ବାସକୁ ନିଆଯାଏ ତାହେଲେ ଜଗମୋହନରେ ଫାଟଯୋଗୁଁ ଗତ ୩ ତାରିଖ ଦିନ ଫୋନି ଲ୍ୟାଣ୍ଡଫଲ କରିବା ପରେ ବର୍ଷା ବେଳେ ମନ୍ଦିରର ଗର୍ଭଗୃହ ଭିତରକୁ ପାଣି ପଶିଛି ଓ ଶ୍ରୀଜୀଉମାନେ ଠା ଠା ଓଦା ହୋଇଛନ୍ତି। ୧୯୯୯ ମହାବାତ୍ୟା ବେଳେ ମଧ୍ୟ ଶ୍ରୀମନ୍ଦିରର କୌଣସି କ୍ଷତି ହୋଇନଥିଲା। ତେବେ ଫୋନି ସମୟରେ ଜଗମୋହନରେ ଫାଟ ସୃଷ୍ଟି ନେଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତ୍ୟେକ ବ​‌ର୍ଷ ରଥଯାତ୍ରା ବେଳେ ଜଗମୋହନ ଓ ଗର୍ଭଗୃହର ମରାମତି କାମ ଏଏସ୍ଆଇ କରିଥାଏ।  ତଥାପି ଜଗମୋହନରେ କିଭଳି ଫାଟ ସୃଷ୍ଟି ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

   ସମ୍ବନ୍ଧିତ ଖବର


ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା