PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଲଜ୍ଜା : କରୋନାରେ ହେଲା ପିତାଙ୍କର ମୃତ୍ୟୁ , ମାନବିକତା ଭୁଲିଗଲେ ପୁଅମାନେ, JCBରେ ଗାତ ଖୋଳି ପୋତିଲେ ଶବ

www.aajtak.in

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ କରୋନାର ସ୍ଥିତି ନିଶ୍ଚୟ କାବୁରେ ଆସିବାର ଦେଖିବାକୁ ମଳିଛି , ହେଲେ ଲୋକଙ୍କ ମନରେ ଭୟ ଏବେ ବି ରହିଛି । ଏହା ଏମିତି ଭୟ , ଯେଉଁ କାରଣରୁ ଲୋକ ମାନବିକତାକୁ ବି ଭୁଲିବାକୁ ପଛାଉ ନାହାନ୍ତି । ଏମିତି ଏକ ସଦ୍ୟ ମାମଲା ୟୁପିର ସନ୍ତ କବୀର ନଗରରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ  ବୃଦ୍ଧ ପିତାଙ୍କର ଅନ୍ତିମ ସଂସ୍କାରର କରାଗଲା , ହେଲେ ରୀତିନୀତିରେ ନୁହେଁ ଜେସିବି ମେସିନ୍‌ର ସାହାଯ୍ୟରେ ।

୬୦ ବର୍ଷିୟ ବୟସ୍କ ରାମ ଲଳିତ ରୋଗରେ ପଡ଼ିବା ପରେ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ୩ଜଣ  ପୁଅଙ୍କୁ ଲାଗିଲା କି ତାଙ୍କ ବାପାଙ୍କୁ କରୋନା  ହୋଇଥିଲା । ଏହି ସ୍ଥିତିରେ ସେ ପିତାଙ୍କର ରୀତିନୀତିରେ ଅନ୍ତିମ ସଂସ୍କାର କରିନଥିଲେ । ଏହା ବଦଳରେ ତାଙ୍କ ତରଫରୁ ଏକ ଜେସିବି ମେସିନ୍‌ର ବନ୍ଦୋବସ୍ତ କରାଗଲା ଏବଂ ଭୂଇଁରେ ଗାତ ଖୋଳି ତାଙ୍କୁ ପୋତି ଦେଇଥିଲେ । କିଛି ଲୋକ ଏହି ପୂରା ଘଟଣାକୁ ନିଜର ଆଖିରେ ଦେଖୁଥିଲେ । ଭିଡ଼ିଓ ବି ରେକର୍ଡ  କରାଗଲା , ହେଲେ ତାଙ୍କ ବିରୋଧରେ କେହି  କାର୍ଯ୍ୟାନୁଷ୍ଠାନ ବି ନେଲେ ନାହିଁ ।

ଗାଁର ପ୍ରଶାସନ କହିଛନ୍ତି କି , ଆମର ଏଠାରେ ଗୋଟିଏ ଘଟଣା ଘଟିଛି । ମୁଁ ତାଙ୍କୁ କହିଥିଲି କି  ଆମେ ଯିବାକୁ ପ୍ରସ୍ତୁତ , ହେଲେ ସେହି ଲୋକ ମନା କରିଦେଲେ ଏବଂ ଜେସିବି ଡାକି ଗାତ ଖୋଳି ସେ ଶବକୁ ସେଥିରେ ପୋତି ଦେଇଥିଲେ । ଏହି କଥାର ସୂଚନା ଆମେ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କୁ ଦେଇଥିଲୁ , ହେଲେ ଗୋଟିଏ ସପ୍ତାହ ବିତି ଗଲା ପରେ ମଧ୍ୟ କେହି ଏଠାକୁ ଆସିନଥିଲେ ।