PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆଇପିଏଲ ୨୦୨୦: ପଞ୍ଚତାରକା ହୋଟେଲ ନୁହେଁ, ରିସୋର୍ଟ ଓ ଭଡାରେ ଥିବା ଆପାର୍ଟମେଣ୍ଟରେ ରହିବେ ଖେଳାଳି!

https://hindi.news18.com/

ନୂଆଦିଲ୍ଲୀ,୫।୮: ଆଇପିଏଲର ୧୩ ତମ ସିଜିନ୍ ୧୯ ଡିସେମ୍ବରରୁ ୧୦ ନଭେମ୍ବର ଭିତରେ ୟୁଏଇରେ ହେବ। ଏହାକୁ ନେଇ ଫ୍ରାଞ୍ଚାଇଜମାନେ ନିଜର ଅଣ୍ଟା ଭିଡି ନେଇଛନ୍ତି। ଖେଳାଳିମାନଙ୍କୁ କରୋନା ବିପଦଠାରୁ ଦୂରେଇ ରଖିବା ପାଇଁ ବହୁ ନିୟମ ମଧ୍ୟ ଲାଗୁ କରିଦିଆଯାଇଛି। ସେଭଳି ଫ୍ରାଞ୍ଚାଇଜ୍ ମଧ୍ୟ ନିଜ ସ୍ତରରେ ଚେଷ୍ଟା କରୁଛନ୍ତି।

ଏଭଳି ଖବର ଆସୁଛି ଯେ, ଫ୍ରାଞ୍ଚାଇଜ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ପାଇଁ ପଞ୍ଚତାରକା ଷ୍ଟାର ହୋଟେଲ ବଦଳରେ ରିସୋର୍ଟ ଓ ଭଡାରେ ଆପାର୍ଟମେଣ୍ଟ ନେବା ଉପରେ ବିଚାର କରାଯାଉଛି। ମିଳିଥିବା ଖବର ଅନୁସାରେ, ସନରାଇଜ୍ ହାଇଦ୍ରାବାଦ ପୂର୍ବରୁ ହିଁ ଗଲଫ୍ ରିସୋର୍ଟର ସମ୍ପର୍କରେ ରହିଛି। ସେଭଳି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଅବୁଧାବୀରେ ନିଜର କ୍ୟାମ୍ପ ଲଗାଇ ପାରନ୍ତି। ଏପରିକି ମୁମ୍ବାଇ ଇଣ୍ଡିଆନ୍ସର ଭଡାରେ ଆପାର୍ଟମେଣ୍ଟ ​‌ନେବାର ବିଚାର କରୁଛି।​‌

ବିସିସିଆଇ ଏସଓପିରେ କହିଛି ଯେ, ଯଦି ଖେଳାଳି ହୋଟେଲରେ ରୁହନ୍ତି ତେବେ ତାଙ୍କୁ ଅଲଗା ବ୍ଲକ କିମ୍ବା ଫ୍ଲୋରରେ ବାକି ଅତିଥିଙ୍କ ସହିତ ଅଲଗା ରଖିବାକୁ ହେବ। ସେଭଳି ହୋଟେଲରେ ସମସ୍ତଙ୍କ ଉପରେ ନଜର ରଖିବା ସହଜ ହେବନି ଓ ତାହା ପୁରି ୬୦ ଦିନ। ତେଣୁ ବିକଳ୍ପ ଦେଖାଯାଉଛି।

ସମ୍ବନ୍ଧିତ ଖବର