ଧୋନି ଏବେ କେଉଁଠି ? କେଦାର ଯାଦବଙ୍କ ଏହି ଫଟୋ ଖୋଲିଲା ରାଜ୍

ନୂଆଦିଲ୍ଲୀ,୩୦।୮:   ଟି-୨୦ ଭାରତୀୟ ଟିମ୍ ଘୋଷଣା ଗତକାଲି ହୋଇସାରିଛି। ତେବେ ଏହି ଟିମରେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସାମିଲ ନାହିଁ। ଯଦିଓ ଏହି ଘୋଷଣା ନେଇ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଦେଇଥିଲେ, କିନ୍ତୁ ଧୋନି ଏହାକୁ ନେଇ କୌଣସି ଜବାବ୍ ଦେଇନାହାନ୍ତି।  ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିରୋଧରେ ୧୫ ସେପ୍ଟେମ୍ବରରୁ ଟି-୨୦ ସିରିଜ୍ ଖେଳିବ। ତେବେ ଏହା ଭିତରେ ଜଣାପଡିଛି ଧୋନି କ୍ରିକେଟ ଖେଳର ଚିନ୍ତାଠାରୁ ଦୂରେଇ ଏବେ ଆମେରିକାରେ ଛୁଟି କାଟୁଛନ୍ତି। ଏବେ ଧୋନିଙ୍କ ସହିତ ସାଥୀ ଖେଳାଳି କେଦାର ଯାଦବଙ୍କୁ ମଧ୍ୟ ଆମେରିକାରେ ଦେଖିବାକୁ ମିଳିଛି। ଦୁହିଁଙ୍କୁ ଗତକାଲି ଗଲଫ୍ ଖେଳୁଥିବାର ଦେଖିବାକୁ ମିଳିଥିଲା। ଯାଦବଙ୍କ ଇନଷ୍ଟାଗ୍ରାମ​‌ରେ ପୋଷ୍ଟ କରାଯାଇଥିବା ପୋଷ୍ଟରୁ ଏହି ସୂଚନା ମିଳିଛି।

କେଦାର ଯାଦବ ପୋଷ୍ଟ କରିଛନ୍ତି, ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ଖେଳ ଦିବସର ଶୁଭକାମନା।’ ଯାଦବ ଯେଉଁ ଫଟୋ ପୋଷ୍ଟା କରିଛନ୍ତି, ସେଥିରେ ସେ ଧୋନିଙ୍କ ସହିତ ଠିଆ ହୋଇଛନ୍ତି। କେଦାର ଯାଦବଙ୍କୁ ଭାରତର ଟେଷ୍ଟ ଟିମରେ ସାମିଲ କରାଯାଇ ନାହିଁ। ଏହି କାରଣରୁ ସେ ଟିମ ସହିତ ଖେଳୁନାହାନ୍ତି। ଭାରତୀୟ ଟିମ୍ ଏବେ ଓ୍ବେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ୍ ଖେଳୁଛି। ଉଲ୍ଲେଖନୀୟ ଯେ, ଧୋନି  ଓ୍ବେଷ୍ଟଇଣ୍ଡିଜ ଗସ୍ତର ଟି-୨୦ ଓ ଓ୍ବାନଡେ ସିରିଜରୁ ନିଜର ନାମ ଫେରାଇ ନେଇଥିଲେ। କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ବିରୋଧରେ ଆଗାମୀ ଟି-୨୦ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇ ନାହିଁ।

   ସମ୍ବନ୍ଧିତ ଖବର


ଏଥର ପୂଜା ପେଣ୍ଡାଲରେ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ଆୟୋଜକଙ୍କୁ ପ୍ରବେଶକୁ ଅନୁମତି ଦେଲେ କୋର୍ଟ

ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ଆଇପିଏଲ୍‌ରେ ଆଉ ଏକ ନୂଆ ରେକର୍ଡ଼ କଲେ ଧୋନି, ରୋହିତ ଓ ରାଇନାଙ୍କୁ ପଛରେ ପକାଇଲେ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

IPL-2020: ବଦଳିଲା ସୁପର ଓଭର ନିୟମ, ମ୍ୟାଚ୍‌ ‘ଟାଇ’ ହେଲେ କ’ଣ ହେବା ଜାଣନ୍ତୁ…