PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କ୍ରିକେଟ୍‌ ପାସ୍‌ରେ ସାଂଘାତିକ ଘୋଟାଲା: ମିଡିଆ ମ୍ୟାନେଜର୍‌ ଅଂଜନ ଖୁଣ୍ଟିଆଙ୍କୁ ପୁଲିସର ତାଗିଦ୍‌

କଟକ ୨୩/୧୨: ବାରବାଟୀ ମ୍ୟାଚ୍‌ରେ ମିଡିଆ ଦାୟିତ୍ୱରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ଷ୍ଟୋଟର୍ସ ଅଧିକାରୀ ଅଂଜନ ଖୁଣ୍ଟିଆଙ୍କୁ ହଟହଟା ହେବାକୁ ପଡ଼ିଛି । ପାସ୍‌ ବଣ୍ଟନରେ ଗଫଲତି ଓ ବିନା ହଲୋଗ୍ରାମ ପାସ୍‌ ଦେଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କ ଉପରେ ବର୍ଷିଥିଲା କମିସନରେଟ୍‌ ପୁଲିସ । ଡିସିପି ଅଖିଳେଶ୍ୱର ସିଂହ ଭୀଷଣ କ୍ଷୁବ୍‌ଧ ହୋଇଥିଲେ । ଏପରିକି ପୁଲିସର ବରିଷ୍ଠ ଅଧିକାରୀମାନେ ତାଙ୍କୁ ତାଗିଦ୍‌ କରି ଗେଟ୍‌ ପାଖରୁ ତଡ଼ି ଦେଇଥିଲେ ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଖେଳର ରିପୋର୍ଟିଂ କରିବା ଓ ଖେଳ ଦେଖିବା ପାଇଁ ଆବଶ୍ୟକୀୟ ପାସ୍‌ ପ୍ରଦାନ କରିବାକୁ ଅଂଜନ ଖୁଣ୍ଟିଆଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଗତକାଲି ଖେଳ ସମୟରେ ଏହି ପାସ୍‌କୁ ନେଇ ବିଭ୍ରାଟ ଦେଖାଦେଇଥିଲା । ଗେଟ୍‌ ପାଖରେ ପାସ୍‌ ବା ଟିକେଟ୍‌କୁ ଯାଞ୍ଚ୍‌ କରୁଥିବା କର୍ମଚାରୀମାନେ ଦେଖିବାକୁ ପାଇଲେକି ସେଥିରେ ହଲୋଗ୍ରାମ୍‌ ନାହିଁ । ତେଣୁ ଟିକେଟ୍‌ ଆଣିଥିବା ସଂପୃକ୍ତ ସାମ୍ବାଦିକଙ୍କୁ ଭିତରକୁ ଛଡ଼ା ଗଲାନି । ଏହାକୁ ନେଇ ଗେଟ୍‌ ପାଖରେ ତୁତୁ ମେଁମେଁ ଆରମ୍ଭ ହୋଇଗଲା । ତେବେ ସଂପୃକ୍ତ ସାମ୍ବାଦିକମାନେ ଏଥିପାଇଁ ଅଂଜନ ଖୁଣ୍ଟିଆଙ୍କୁ ଦାୟୀ କଲେ । ଏପରିକି କିଛି ସାମ୍ବାଦିକ ଫୋନ୍‌ କରି ଗେଟ୍‌ ପାଖକୁ ଅଂଜନ ଖୁଣ୍ଟିଆଙ୍କୁ ଡାକିଲେ । କିଛି ସମୟରେ ସେ ଆସି ଗେଟ୍‌ ପାଖରେ ପହଞ୍ଚି ନିଜ ତରଫରୁ ତ୍ରୁଟି ହୋଇଥିବା କହି ସାମ୍ବାଦିକଙ୍କୁ ଭିତରକୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ ।

ହଲୋଗ୍ରାମ୍‌ ଲଗାଇବାକୁ ସମୟ ହେଲାନି ବୋଲି ଶ୍ରୀ ଖୁଣ୍ଟିଆ ସଫେଇ ଦେଇଥିଲେ । ମାତ୍ର ପୁଲିସ ଏହି କଥାକୁ ମାନିବାକୁ ପ୍ରସ୍ତୁତ ନଥିଲା । ଏହା ମଧ୍ୟରେ ପୁଲିସ କିଛି ସାମ୍ବାଦିକଙ୍କୁ ଭିତରକୁ ଛାଡ଼ିଲା । ମାତ୍ର ଏହା ପରେ ଏଭଳି ହଲୋଗ୍ରାମ୍‌ ନଥିବା ପାସ୍‌ ମାଳମାଳ ଆସି ଗେଟ୍‌ ପାଖରେ ପହଞ୍ଚିଲା । ଆଉ ଏହା ପରେ ପୁଲିସ କଠୋର ହୋଇ ଭିତରକୁ ଅନ୍ୟ ସାମ୍ବାଦିକଙ୍କୁ ଛାଡ଼ିଲାନି । ତେଣୁ ପୁନର୍ବାର ଅଂଜନ ଖୁଣ୍ଟିଆ ଆସି ଗେଟ୍‌ ପାଖରେ ଅନୁରୋଧ କଲେ । ହେଲେ ଏଥର ଘଟଣା ସ୍ଥଳରେ ଡିସିପି ପହଞ୍ଚି ସାରିଥିଲେ । ତେଣୁ ଏହି ଘଟଣାର ମୂଳ ଅଂଜନ ଖୁଣ୍ଟିଆ ଦାୟୀ ବୋଲି ଧରିନେଇ ଡିସିପି କଡ଼ା ତାଗିଦ କରିଥିଲେ । ତୁରନ୍ତ ସେଠାରୁ ଶ୍ରୀ ଖୁଣ୍ଟିଆଙ୍କୁ ହଟାଇ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଏକ ସ୍ଥାନରେ ବସାଇ ରଖିଥିଲା । ପରେ ପୁଲିସ ସବୁ ପାସ୍‌କୁ ତନତନ କରି ଯାଞ୍ଚ କରିବା ପରେ କିଛି ସାମ୍ବାଦିକଙ୍କୁ ଭିତରକୁ ଛାଡ଼ିଥିଲା ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅପର ପ୍ରେସ୍‌ ବକ୍ସରେ ସାମ୍ବାଦିକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେଠାରେ ଶ୍ରୀ ଖଣ୍ଟିଆଙ୍କ ପୁଅ ଓ ତାଙ୍କ ପରିବାରର ଆଉ କିଛି ଲୋକ ସାମ୍ବାଦିକଙ୍କ ପାସ୍‌ ନେଇ ବସିଥିବା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ଏପରିକି ଶ୍ରୀ ଖୁଣ୍ଟିଆଙ୍କ ପୁଅଙ୍କୁ ଏହି ବିଷୟ ପଚାରିବାରୁ ସେ ସାମ୍ବାଦିକଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହାକୁ ନେଇ ବିବାଦୀୟ ପରିିସ୍ଥିତି ସୃଷ୍ଟି ହୋଇଥିଲା । ଏଠି ପ୍ରଶ୍ନ ଉଠୁଛି ସାମ୍ବାଦିକଙ୍କ ପାଇଁ ରହିଥିବା ପାସ୍‌ ଶ୍ରୀ ଖୁଣ୍ଟିଆ ନିଜ ପରିବାର ଲୋକଙ୍କୁ ଦେଲେ କିପରି । ଶ୍ରୀ ଖୁଣ୍ଟିଆଙ୍କ ବିବାଦୀୟ ଭୂମିକାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।