କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ଭାଇଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି,ଏତେ ଦିନ ଭିତରେ ଆତ୍ମସର୍ପଣ କରିବାକୁ କୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ,୨।୯: ପଶ୍ଚିମବଙ୍ଗର ଅଲିପୁର କୋର୍ଟ ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁଙ୍କ ଦ୍ବାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ କୋର୍ଟ ଶାମି ଏବଂ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। କୋର୍ଟ ଦୁଇ ଭାଇଙ୍କୁ ୧୫ ଦିନ ଭିତରେ ଆତ୍ମସପର୍ମଣ କରିବାକୁ କହିଛନ୍ତି।

 ଉଲ୍ଲେଖନୀୟ ଯେ, ଶାମିଙ୍କ ପତ୍ନୀ ହସିନ ଜାହାଁ ତାଙ୍କ ବିରୋଧରେ ମାରପିଟ୍, ଦୁଷ୍କର୍ମ ଏବଂ ହତ୍ୟା କରିବା ଚେଷ୍ଟା ସହିତ ଘରୋଇ ହିଂସାଭଳି ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ଦୁହିଁଙ୍କ ଛାଡପତ୍ର ମାମଲାରେ ଏବେ କୋର୍ଟରେ ଚାଲୁ ରହିଛି। କୋର୍ଟ କୋଲକାତାହ ପୋଲିସକୁ ନିର୍ଦେଶ ଦେଇଛନ୍ତି ଯଦି ଶାମି ୧୫ ଦିନ ଭିତରେ ଆତ୍ମସମର୍ପଣ କରନ୍ତି ନାହିଁ ତେବେ ତାଙ୍କୁ ଗିରଫ କରିଦିଆଯାଉ।

ଶାମିଙ୍କ ବିରୋଧରେ ହସିନ ଘରୋଇ ହିଂସା, ବିବାହପରେ ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ଏବଂ ମ୍ୟାଚ ଫିକ୍ସିଂ ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହସିନ ଏହା ମଧ୍ୟ କହିଥିଲେ ଯେ, ଶାମିଙ୍କର ଜଣେ ପାକିସ୍ତାନୀ ଝିଅ ସହିତ ସମ୍ପର୍କ ରହିଛି। ଏହି ମାମଲାର ଏବେ ଯାଞ୍ଚ ଚାଲୁଛି, କିନ୍ତୁ ମ୍ୟାଚ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶାମିଙ୍କୁ ଦୋଷୀ ବୋଲି ପାଇନଥିଲେ। ନିର୍ଦୋଷ ପ୍ରମାଣିତ ହେବାପରେ ତାଙ୍କୁ ଟିମରେ ସାମିଲ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଶାମିଙ୍କ ପତ୍ନୀ ହସିନ ଜଣେ ପ୍ରଫେସନାଲ ମଡେଲ। ସେ କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଚିୟରଲିଡର ଥିଲେ। ୨୦୧୪ରେ ସେ ଶାମିଙ୍କୁ ବିବାହ କରିବା ପରେ ମଡେଲିଂ ଛାଡି ଦେଇଥିଲେ।

   ସମ୍ବନ୍ଧିତ ଖବର


ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ବସ୍‌ ତୁମକୁ କେବେ ୧୦୦ କରିବାକୁ ଦେବିନି, ୭ ବର୍ଷ ତଳେ ଏମିତି ପ୍ରତିଜ୍ଞା କରିଥିଲେ ଜୋଫ୍ରା ଆର୍ଚର; ଆଉ ଆଇପିଏଲରେ ତାହା କରି ଦେଖାଇଲେ

ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ କଡ଼ା ଟକ୍କର

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା, ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ଶକ୍ତି ଖଟାଇବ ‘କ୍ୟାପିଟାଲ୍ସ ‘