୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ନୂଆଦିଲ୍ଲୀ,୨୮।୧୧: ପାକିସ୍ତାନ କ୍ରିକେଟ ଟିମ୍‌ର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡିଛନ୍ତି। ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପାକିସ୍ତାନ ଦଳରେ ଏବେ ଏହି ମହାମାରୀ କାରଣରୁ ମୋଟ ୭ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନିୟମିତ ଟେଷ୍ଟିଂରେ ପାକିସ୍ତାନ ଦଳର ଆଉ ଜଣେ ଖେଳାଳି କରୋନା ପଜିଟିଭ ଜଣାପଡିଛନ୍ତି। ପାକିସ୍ତାନ ଟିମ୍‌ରେ କରୋନା ବ୍ୟାପିବା ପରେ ଅଭ୍ୟାସକୁ ରଦ୍ଦ କରିବାର ମଞ୍ଜୁରୀ ଦେଇଛନ୍ତି। ପାକିସ୍ତାନ ଟିମ୍ ତିନୋଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ। ପାକିସ୍ତାନର ଏହି ଗସ୍ତ ୧୮ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

ପାକିସ୍ତାନ କ୍ରିକେଟ କନଟ୍ରୋଲ ବୋର୍ଡ ସିଇଓ ନିଜର ଟିମକୁ ଚେତାବନୀ ଦେଇ କହିଛନ୍ତି, ଆଉ ଗୋଟିଏ ଭୁଲ ହେଲେ ଆମକୁ ଘରକୁ ପଠାଇ ଦିଆଯିବ। ପିସିବିର ସିଇଓ ଓ୍ବାସିମ୍ ଖାନ୍ କହିଛନ୍ତି, ନ୍ୟୁଜିଲାଣ୍ଡ ସରକାର ପାକିସ୍ତାନ ଟିମ୍‌କୁ କୋଭିଡ୍ ସମ୍ପର୍କିତ ନିୟମିତ ନିୟମ ପାଳନ କରିବାକୁ ନେଇ ଚେତାବନୀ ଦେଇଥିଲେ।

ଖାନଙ୍କ କହିବା ଅନୁସାରେ, ପାକିସ୍ତାନ କ୍ରିକେଟର୍ସ ୩ରୁ ୪ଟି ଏସଓପିର ଉଲଘଂନ କରିଛନ୍ତି। କ୍ରିକଇନଫୋର ସୂଚନା ଅନୁସାରେ, ଓ୍ବାସିମ ଖାନ କହିଛନ୍ତି ସେ ନିଜ ଟିମ୍‌କୁ କହିଛନ୍ତି, ମୁଁ ନ୍ୟୁଜିଲାଣ୍ଡ ସରକାରଙ୍କ ସହ କଥା ହୋଇଛି। ୩ରୁ ୪ ଟି ନିୟମ ଉଲଂଘନ ହୋଇଛି। ତାଙ୍କର ଜିରୋ ଟଲେରାନ୍ସ ନୀତି ରହିଛି। ସେ ଆମକୁ ଶେଷ ଚେତାବନୀ ଦେଇଛନ୍ତି। ଆମେ ଭାବୁଛୁ ଏହା ଆପଣଙ୍କ ପାଇଁ କଷ୍ଟକର ସମୟ ଓ ଆପଣ ଇଂଲଣ୍ଡରେ ଏହି ପରିସ୍ଥିତି ଦେଇ ଗତି କରିଛୁ।