ଭାରତର ଜାତୀୟ ସଙ୍ଗୀତ ଗାଇଥିବା ଏହି ପାକିସ୍ତାନୀ ଫ୍ୟାନ୍ ୱାର୍ଲ୍ଡ କପ୍ ମ୍ୟାଚ୍କୁ ନେଇ କହିଲେ.., ଦେଖନ୍ତୁ ଭିଡିଓ

source:hindi.news18.com
ନୁଆଦିଲ୍ଲୀ ୨୧/୨: ୨୦୧୮ର ଏସିଆ କପ୍ ସମୟରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ଜାତୀୟ ସଙ୍ଗୀତ ଗାଇଥିବା ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ଆଦିଲ୍ ତାଜ୍ ପୁଲୱାମା ଆକ୍ରମଣପରେ ଆଗାମୀ ବିଶ୍ୱକପରେ ଭାରତ-ପାକିସ୍ତାନ ନଖେଳିବାର ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି । ଆଦିଲ କହିଲେ ମ୍ୟାଚର ବୟକଟ୍ କରିବା ଠିକ୍ ନୁହେଁ । ଏଥିରେ କିଛି ଫାଇଦା ହେବନି ।
କହିରଖୁଛୁ ଗତ ସେପ୍ଟେମ୍ବରରେ ଆଦିଲଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଭାରତର ଜାତୀୟ ସଙ୍ଗୀତ ଗାଉଥିଲେ । ଏହି ଭିଡିଓକୁ ଭଏସ୍ ଅଫ ରାମ ନାମ ନାମକ ଏକ ପେଜ୍ ଫେସବୁକରେ ସେୟାର କରିଥିଲା । ଉଭୟ ଦେଶର ଦର୍ଶକ ଏହି ଭିଡିଓକୁ ବହୁତ ପ୍ରଶଂସା କରିଥିଲେ ।
ଏବେ ଆଦିଲ ଏକ ଭିଡିଓ ଜାରି କରିଛନ୍ତି ଏବଂ କହିଛନ୍ତି ଯେ କ୍ରିକେଟ ବୟକଟ୍ କଲେ କିଛି ହେବନି । ପୁଲୱାମା ଆକ୍ରମଣ ପରେ ମଧ୍ଯ ସାଉଦୀ ଆରବରେ ଭାରତ ଓ ପାକିସ୍ତାନର ଲୋକେ ପୂର୍ବଭଳି ରହିଆସୁଛନ୍ତି । ସେ ଏହାମଧ୍ଯ କହିଛନ୍ତି ଯେ ଶାହିଦ୍ ଆଫରିଦି, ସୋଏବ୍ ଅଖତର ଅନେକ ଥର ଅନ୍ ରେକର୍ଡ ଏହା କହିଆସିଛନ୍ତି ଯେ ସେମାନଙ୍କୁ ପାକିସ୍ତାନ ଅପେକ୍ଷା ଭାରତରେ ଅଧିକ ସ୍ନେହ ମିଳିଛି । କ୍ରିକେଟର୍ସ ଓ କ୍ରିକେଟ୍ ଫ୍ୟାନ୍ସ ଏହା ସବୁବେଳେ ଭଲ ବଣ୍ଡ୍ସ ସେୟାର କରିଆସିଛନ୍ତି । ଶାହିଦ ଆଫରିଦିଙ୍କ ଘରେ ଏବେବି ସଚିନ୍ ତେନ୍ଦୁଲକରଙ୍କ ସାଇନ୍ ଥିବା ଇଣ୍ଡିୟାନ୍ ଟିମର ଜର୍ସି ଫ୍ରେମ୍ ଅଛି ଓ ବିରାଟ କୋହଲି ଶାହିଦ ଅଫରିଦିଙ୍କ ରିଟାୟରମେଣ୍ଟ ପରେ ତାଙ୍କୁ ନିଜ ଇଣ୍ଡିଆନ୍ ଟିମ୍ ଜର୍ସି ଗିଫ୍ଟ କରିଥିଲେ ଯେଉଁଥିରେ ଇଣ୍ଡିଆନ୍ ଟିମ୍ ପ୍ଲେୟାର୍ସଙ୍କ ସାଇନ୍ ରହିଛି ।
#WATCH: Pakistani cricket fan Adil Taj who sang the Indian national anthem during Indo-Pak Asia Cup match in 2018 on India-Pak clash in World Cup 2019. pic.twitter.com/j4lBrkALZJ
— ANI (@ANI) February 21, 2019
ଆଦିଲ କହିଛନ୍ତି ଏହି ମ୍ୟାଚକୁ ବୟକଟ୍ କରିବା ଉଚିତ୍ ନୁହେଁ । ମ୍ୟାଚ୍ ନିଜ ସମୟରେ ହେବା ଉଚିତ୍ । ଏହା ବହୁ ପ୍ରତିକ୍ଷୀତ ମ୍ୟାଚ୍ । କାଲି ଆଇସିସିର ନିର୍ଦ୍ଦେଶକ କହିଛନ୍ତି ଯେ ଭାରତ- ପାକିସ୍ତାନ ମ୍ୟାଚ୍ ପାଇଁ ୪ ଲକ୍ଷରୁ ଅଧିକ ଟିକେଟ୍ ଆବେଦନ ମିଳିଛି କିନ୍ତୁ ଷ୍ଟାଡିୟମର କ୍ଷମତା କେବଳ ୨୫ ହଜାର । ତେଣୁ ଆଶା କରୁଛି ମ୍ୟାଚ୍ ନିଜ ସମୟରେ ହେଉ । ସେ ଏହା ମଧ୍ଯ କହିଛନ୍ତିଯେ ଉଭୟ ଦେଶର ପରିସ୍ଥିତି ସୁଧୁରିଯିବ । ନିଶ୍ଚୟ ଏହାର କିଛି ସମାଧାନ ବାହାରିବ ବୋଲି ସେ କହିଛନ୍ତି ।