PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍: ମ୍ୟାଚ୍‌ର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଘୋଷଣା କଲା ନିଜ ଟିମ୍, ଜାଣନ୍ତୁ କ’ଣ ରହିଛି ରଣନୀତି

https://www.amarujala.com

ନୂଆଦିଲ୍ଲୀ,୨୩।୧୦: ଭାରତ ବିରୋଧରେ ଟି-୨୦ ବିଶ୍ୱକପ୍ରେ ରବିବାର ହେବାକୁ ଥିବା ହାଇଭୋଲଟେଜ୍ ମୁକାବିଲା ପାଇଁ ପାକିସ୍ତାନ ନିଜ ଦଳ  ଘୋଷଣା କରିଛି। ୧୨ ସଦସ୍ୟ ବିଶିଷ୍ଟ ଏହି ଟିମ୍‌ର ଘୋଷଣା ହୋଇଛି। ଦଳର ଦାୟିତ୍ବ ବାବର ଆଜମଙ୍କ ହାତରେ ରହିବ। ଭାରତ ବିପକ୍ଷରେ ବଡ ମୁକାବିଲା ହେବା କାରଣରୁ ଶୋଏବ୍ ମଲିକ୍ ଓ ମହମ୍ମଦ ହଫିଜଙ୍କ ଭଳି ଅନୁଭବୀ ଖେଳାଳିଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି। ଏହି ମୁକାବିଲା ଦୁବାଇରେ ଖେଳାଯିବ। ପାକିସ୍ତାନ  ମ୍ୟାଚ୍‌ର ୨୪ ଘଣ୍ଟା ପୂର୍ବରୁ ନିଜ ଟିମ୍‌ର ଘୋଷଣା କରିଛି।

ଆସନ୍ତୁ ଜାଣିବା ପାକିସ୍ତାନର ୧୨ ଜଣିଆ ଟିମ୍‌ରେ କେଉଁ ଖେଳାଳି ସ୍ଥାନ ପାଇଛନ୍ତି। ଆସିଫ୍ ଅଲ୍ଲୀ(କ୍ୟାପଟେନ୍), ଫକର ଜମାନ୍, ହାଇଦର ଅଲ୍ଲୀ, ମହମ୍ମଦ ରିଜଓ୍ବାନ, ଇମାଦ୍ ଓ୍ବାସିମ୍, ମହମ୍ମଦ ହଫିଜ୍, ଶାଦାବ ଖାନ୍, ଶୋଏବ୍ ମଲ୍ଲିକ ହାରିସ୍ ରଉଫ, ହସନ୍ ଅଲ୍ଲୀ ଓ ଶାହିନ୍ ଶାହ ଆଫ୍ରିଦି। ପାକିସ୍ତାନ ଟିମ୍‌ରେ ୬ ଜଣ ବ୍ୟାଟସମ୍ୟାନ୍ ରହିଛନ୍ତି।  ସେଭଳି ମହମ୍ମଦ ହଫିଜ୍, ଇମାଦ୍ ଓ୍ବାସିମ ଓ ଶଦାବ ଖାନ୍‌ଙ୍କ ରୂପରେ ୩ ଜଣ ଅଲରାଉଣ୍ଡର ରହିବେ। ପାକିସ୍ତାନ ଟିମ୍‌ରେ ତିନି ଜଣ ଦୃତ ବୋଲର ମଧ୍ୟ  ରହିବେ। ବାବର ଓ ରିଜଓ୍ବାନ କରିବେ ଓପନିଂ।

ଏହି ୧୨ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନ୍‌ରେ ଚୟନ କରାଯିବ। ଆଇସିସି ରାଙ୍କିଙ୍ଗରେ ଭାରତ ଦ୍ବିତୀୟ ଓ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ବକପ୍‌ରେ ୫ଥର ମୁହାଁମୁହିଁ ହୋଇଛନ୍ତି। ସବୁଥର ଟିମ୍ ଭାରତ ଜିତିଛି। ଗତ ଥର ୨୦୧୬ ଟି-୨୦ ବିଶ୍ବକପ୍‌ରେ ଭାରତ ପାକିସ୍ତାନକୁ ହରାଇଥିଲା। ସେତେବେଳେ ବିରାଟ କୋହଲି ୩୭ ବଲରେ ୫୫ ରନ୍ କରିଥିଲେ। ଏହି ସମୟରେ କୋହଲି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପୂର୍ବରୁ ୨୦୧୪, ୨୦୧୨ ବିଶ୍ବକପ୍‌ରେ ଭାରତ ପଡୋଶୀ ଦେଶ ପାକିସ୍ତାନକୁ ହରାଇଥିଲା।  ପାକିସ୍ତାନକୁ ସବୁଠାରୁ ବଡ ପରାଜୟ ୨୦୦୭ ବିଶ୍ବକପ୍‌ରେ ସହିବାକୁ ପଡିଥିଲା। ସେତେବେଳେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ପ୍ରଥମ ଟି-୨୦ ବିଶ୍ବକପ୍ ଜିତିଥିଲା।

ସମ୍ବନ୍ଧିତ ଖବର