ବାପାଙ୍କ ମୃତ୍ୟୁପରେ ଖୁବ୍ ସଂଘର୍ଷମୟ ଥିଲା କୋହଲିଙ୍କ ଜୀବନ,କହିଲେ- ମୁଁ ଭଲରେ ବି କାନ୍ଦି ପାରିନଥିଲି

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲି ତାଙ୍କ ଜୀବନର ଏକ ଅଜଣା କଥାକୁ ଏବେ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି। ତାହା ହେଲା ତାଙ୍କ ବାପାଙ୍କ ମୃତ୍ୟୁପରେ ତାଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସିଥିଲା। ଆମେରିକାର ସ୍ପୋର୍ଟସ ରିପୋର୍ଟର ଗ୍ରାହମ ବେନାସିଙ୍ଗରଙ୍କ ସହିତ ଏକ ସାକ୍ଷାତକାର ସମୟରେ  ସେ କହିଥିଲେ, ତାଙ୍କ ଆଖି ଆଗରେ ତାଙ୍କର ବାପା ଶେଷ ନିଶ୍ବାସ ନେଇଥିଲେ।ତାଙ୍କର ମୃତ୍ୟୁପରେ ଜୀବନରେ ବହୁତ ବଡ ପରିବର୍ତ୍ତନ ହୋଇଥିଲା। ସେତେବେଳେ ସେ ତାଙ୍କ ଭାଇଙ୍କୁ କହିଥିଲେ ଦେଶ ପାଇଁ ଖେଳିବାକୁ ଚାହାନ୍ତି ଓ ଏହା ମଧ୍ୟ ତାଙ୍କ ବାପାଙ୍କ ସ୍ବପ୍ନ ଥିଲା, ଯାହାକୁ ସେ ପୂରଣ କରିବେ। ଉଲ୍ଲେଖନୀୟ ଯେ, କୋହଲିଙ୍କ ବାପା ପ୍ରେମ କୋହଲିଙ୍କ ହୃଦଘାତରେ ପରଲୋକ ଡିସେମ୍ବର ୨୦୦୬ରେ ହୋଇଥିଲା। ସେତେବେଳେ ବିରାଟ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳୁଥିଲେ।

କୋହଲି କହିଛନ୍ତି, କୌଣସି କାରଣରେ ମଧ୍ୟ ସେ କ୍ରିକେଟ ମ୍ୟାଚ ଛାଡିପାରିବେ ନାହିଁ ଓ ବାପାଙ୍କ ପରଲୋକ ପରେ ସେ ଏହା କ୍ରିକେଟକୁ ତାଙ୍କ ଜୀବନର ଲକ୍ଷ୍ୟ କରିଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିଥିଲା। ଯେଉଁ ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ସେ କର୍ଣ୍ଣାଟକ ବିରୋଧରେ ଖେଳୁଥିଲେ, ଯେଉଁଥିରେ ୯୦ ରନ୍ କରିଥିଲେ।

ବେନସିଙ୍ଗରଙ୍କୁ କୋହଲି ନିଜର ସାକ୍ଷାତକାରରେ କହିଛନ୍ତି, ସେତେବେଳେ ମୁଁ ୪ ଦିନର ମ୍ୟାଚ ଖେଳୁଥିଲି ଓ ଯେତେବେଳେ ବାପାଙ୍କର ପରଲୋକ ମୃତ୍ୟୁ ହୋଇଥିଲା ତା’ର ପରଦିନ ମୋତେ ବ୍ୟାଟିଂ ଜାରି ରଖିବାର ଥିଲା। ରାତି ୨ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ଆମେ ସବୁ ଚାହିଁକି ଥିଲୁ କିନ୍ତୁ ସେ ସମୟରେ ଆମକୁ କିଛି ଜଣାନଥିଲା। ମୁଁ ତାଙ୍କୁ ଶେଷ ନିଶ୍ବାସ ନେବାର ଦେଖିଚି।

ଆମେ ଆଖପାଖରେ ଥିବା ଡାକ୍ତରଙ୍କ ଘରକୁ ଯାଇଥିଲୁ କିନ୍ତୁ କେହି କବାଟ ଖୋଲିନଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନେଇକି ଯାଇଥିଲୁ କିନ୍ତୁ ର୍ଦୁଭ୍ୟାଗବଶତଃ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ପରିବାର ଲୋକ ସମସ୍ତେ ଭାଙ୍ଗି ପଡିଥିଲେ ଓ କାନ୍ଦିବାରେ ଲାଗିଥିଲେ କିନ୍ତୁ ମୋର ଆଖିରେ ଲୁହ ଆସୁନଥିଲା। ମୁଁ ବୁଝିପାରୁନଥିଲି କ’ଣ ହୋଇଗଲା।

ଏହାପର ଦିନ ମୁଁ ମୋର କୋଚକୁ ଫୋନ୍ କରିଥିଲି ସବୁ କିଛି କହିଥିଲି। ଏହା ସହିତ କହିଥିଲି ମୁଁ ଆଗକୁ ଖେଳିବାକୁ ଚାହୁଁଛି କାରଣ ଯାହାକି କିଛି ବି ହୋଇଯାଉ ମୁଁ କ୍ରିକେଟ ଛାଡିପାରିବିନ ନାହିଁ। ପଡିଆରେ ଯେତେବେଳେ ପହଁଞ୍ଚିଥିଲି ମୋର ଜଣେ ସାଙ୍ଗକୁ କହିଥିଲି, ସେ ଅନ୍ୟ ଖେଳାଳିଙ୍କୁ ଖବର ଦେଇଥିଲା। ଯେତେବେଳେ ଡ୍ରେସିଂ ରୁମରେ ମୋର ସାଥୀ ଖେଳାଳି ମୋତେ ସ୍ବାନ୍ତନା ଦେଉଥିଲେ ମୁଁ ସେତେବେଳେ ଖୁବ୍ ଯୋରରେ କାନ୍ଦିଥିଲି ବୋଲି କହିଛନ୍ତି କୋହଲି।

ସାକ୍ଷାତକାରରେ କୋହଲି ଆହୁରି କହିଛନ୍ତି, ଏବେ ଲାଗୁଛି ସେ ସମୟ ମୋ ଉପରେ ଖୁବ୍ ପ୍ରଭାବ ପକାଇଲା। ମୁଁ ମ୍ୟାଚ ଖେଳିକି ଆସିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ ମୁଁ ମୋ ଭାଇଙ୍କୁ ପ୍ରତିଶୃତି ଦେଇଥିଲି ମୁଁ ଟିମ୍ ଇଣ୍ଡିଆ ପାଇଁ ଖେଳିବି ଓ ଏହାପରେ ଜୀବନରେ ସବୁ କିଛି ଦ୍ବିତୀୟ ସ୍ଥାନରେ ରହିବ।  ମୋ ବାପା ଚାହୁଁଥିଲେ ମୁଁ ସବୁବେଳେ ଦେଶ ପାଇଁ ଖେଳିବି, ଯାହାକୁ ମୁଁ ଏବେ ବି ଜାରି ରଖିଛି।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା