PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କ୍ରିକେଟ ବିଶ୍ବକପ୍‌ରେ ବଡ଼ ପରିବର୍ତ୍ତନ: ୧୪ ଟି ଟିମ୍‌ ହେବେ ସାମିଲ, ୨୦୦୩ ଫର୍ମାଟରେ ଖେଳା ଯାଇପାରେ ମ୍ୟାଚ୍

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୨୭ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ଆଇସିସି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୭ ବିଶ୍ବକପ୍‌ରେ ୧୪ଟି ଟିମ୍‌ ଭାଗ ନେବେ। ରାଉଣ୍ଡ ରବିନ ଫର୍ମାଟକୁ ବାଦ୍‌ ଦେଇ ସୁପର ସିକ୍ସ ଫର୍ମାଟରେ ବିଶ୍ବକପ୍‌ ଖେଳାଯିବ ବୋଲି ଖବର ପ୍ରକାଶ ପାଇଛି। ଏଭଳି ଫର୍ମାଟ ୨୦୨୭ ବିଶ୍ବକପ୍‌ରେ ଆଇସିସି ଲାଗୁ କରିବ ବୋଲି ଚର୍ଚ୍ଚା ହେଉଛି।

ସୂଚନାଥାଉକି, ୨୦୦୩ ବିଶ୍ବକପ୍‌ ସୁପର ସିକ୍ସ ଫର୍ମାଟରେ ଖେଳା ଯାଇଥିଲା। ଆଇସିସି ୨୦୧୯ ବିଶ୍ବକପ୍‌ରେ ରାଉଣ୍ଡ ରବିନ୍‌ ଫର୍ମାଟର ପ୍ରୟୋଗ କରିଥିଲା। ଯାହାଫଳରେ ୧୦ଟି ଟିମ୍‌ ବିଶ୍ବକପ୍‌ରେ ଖେଳିଥିଲେ। ଆଉ ଗୋଟିଏ ଟିମ୍‌ ୯ଟି ମ୍ୟାଚ୍‌ ଖେଳିଥିଲା।

ଟେଲିଗ୍ରାଫ୍‌ ମୁତାବିକ ଆଇସିସି ବୈଠକରେ ୨୦୧୫, ୨୦୧୯ ବିଶ୍ବକପ୍‌ ଫର୍ମାଟ ଓ ୨୦୦୩ର ସୁପର ସିକ୍ସ ମଡେଲ ଉପରେ ଚର୍ଚ୍ଚା ହୋଇଥିଲା। ବୈଠକ ଶେଷରେ ଫଳାଫଳ ଆସିଥିଲା ଯେ, ୧୦ ଟିମ୍‌ ମଡେଲରେ ସବୁଠୁ ଅଧିକ ଫାଇଦା ମିଳିଥିବା ବେଳେ ୨୦୧୫ ମଡେଲରୁ ସବୁଠୁ କମ୍‌ ଫାଇଦା ମିଳିଛି। ଏହାରି ମଧ୍ୟରେ ସୁପର ସିକ୍ସ ମଡେଲ ଦୁଇ ଫର୍ମାଟ ମଧ୍ୟରେ ରହିଛି। ଟେଲିଗ୍ରାଫ୍‌ ରିପୋର୍ଟ ମୁତାବିକ ବିଶ୍ବକପ୍‌ ୧୦ ଟି ଟିମରେ ସୀମିତ ରହିବାର ପକ୍ଷରେ ନଥିଲା ଇଂଲଣ୍ଡ ।

ସୁପର ସିକ୍ସ ମଡେଲ କ’ଣ:

ସୁପର ସିକ୍ସ ମଡେଲରେ ୧୪ଟି ଟିମ୍‌ ସାମିଲ ହେବେ। ଆଉ ୨ଟି ଗ୍ରୁପରେ ସମସ୍ତ ଟିମକୁ ବଣ୍ଟା ଯାଇଥାଏ। ଦୁଇ ଗ୍ରୁପରେ ଥିବା ଦଳ ଗୁଡ଼ିକ ପରସ୍ପର ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ଦୁଇ ଗ୍ରୁପର ଟପ୍‌ ୩ ଦଳ ସୁପର ସିକ୍ସ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ। ଆଉ ଯେଉଁ ଟିମ୍‌ ପ୍ରଥମ ରାଉଣ୍ଡରେ ଅଧିକ ମ୍ୟାଚ୍‌ ଜିତିବ ସୁପର ସିକ୍ସ ପର୍ଯ୍ୟାୟରେ ତାକୁ ଫାଇଦା ହେବ। ପରେ ସମସ୍ତ ୬ଟି ଟିମ୍‌ ୫ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ତାପରେ ଟପ୍‌ ୪ ଟିମ୍‌ ସେମିଫାଇନାଲ ପର୍ଯ୍ୟାୟରେ ପହଁଞ୍ଚି। ସୁପର ସିକ୍ସ ଫର୍ମାଟରେ ଯଦି ବିଶ୍ବକପ୍‌ ଖେଳାଯାଏ ତେବେ ବିଶ୍ବକପରେ ମ୍ୟାଚ୍‌ ସଂଖ୍ୟା ୫୪ ରହିବ। ଆଉ ଯଦି ୨୦୧୯ ଫର୍ମାଟରେ ବିଶ୍ବକପ୍‌ ଖେଳାଯାଏ ତେବେ ୪୮ ଟି ମ୍ୟାଚ୍‌ ଖେଳାଯିବ।

ସୂଚନାଥାଉକି, ୨୦୦୩ ମସିହା ବିଶ୍ବକପରେ ଟିମ୍‌ ଇଣ୍ଢିଆର ଶାନଦାର ପ୍ରଦର୍ଶନ ରହିଥିଲା। ଟିମ୍‌ ଇଣ୍ଡିଆ ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଲିଗ୍‌ ପର୍ଯ୍ୟାୟ ଓ ସୁପର ସିକ୍ସ ପର୍ଯ୍ୟାୟରେ ଶାନଦାର ପ୍ରଦର୍ଶନ କରି ଭାରତ ସେମି ଫାଇନାଲରେ ପ୍ରବେଶ କରିଥିଲା। ସେମି ମ୍ୟାଚରେ କେନିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ୍‌ ଇଣ୍ଡିଆ। ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ।