ଷଷ୍ଠ ପର୍ଯ୍ୟାୟରେ ରାଜନେତାଙ୍କ ଠାରୁ ନେଇ କ୍ରିକେଟ ଷ୍ଟାର କଲେ ମତଦାନ

ନୂଆଦିଲ୍ଲୀ,୧୨।୫: ଲୋକସଭା ନିର୍ବାଚନ ପାଇଁ ରବିବାର ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟରେ ୫୯ ଆସନ ପାଇଁ ମତଦାନ ଜାରି ରହିଛି । ଏଥିରେ ଉତ୍ତର ପ୍ରଦେଶର ୧୪, ହରିୟାନାର ୧୦, ବିହାର ଓ ମଧ୍ୟ ପ୍ରଦେଶରେ ୮-୮, ଦିଳ୍ଲୀର ୭ ଓ ଉତ୍ତରାଖଣ୍ଡର ୪ଟି ଆସନ ସାମିଲ ରହିଛି।  ଦିଲ୍ଲୀର ସମସ୍ତ ୭ଟି ଏବଂ ହରିୟାଣାର ସମସ୍ତ ୧୦ଟି ଆସନ ସାମିଲ ରହିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନର୍ଥ ଇଷ୍ଟ ଦିଲ୍ଲୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ , କ୍ରିକେଟର ବିରାଟ କୋହଲିଙ୍କ ଗୌତମ ଗମ୍ଭୀରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭାରତର ପ୍ରଥମ ନାଗରିକ ତଥା ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ପୋଲିଂ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।  ଅନ୍ୟପକ୍ଷେ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ଓ ନର୍ଥ-ଇଷ୍ଟ ଦିଲ୍ଲୀର ବିଜେପି ପ୍ରାର୍ଥୀ ମନୋଜ ତିଓ୍ବାର ଯମୁନା ବିହାର ପୋଲିଂ ବୁତରେ  ନିଜର ଭୋଟ ଦେଇଥିଲେ।

ସିଭିଲ ଲାଇନ୍ସର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଔରଙ୍ଗଜେବ୍ ଲେନ୍ ସ୍ଥିତ ଏକ ବୁଥରେ ମତଦାନ କରିଛନ୍ତି ।

ସେହିପରି ଦଳର ଉପ-ସଭାପତି ପ୍ରିୟଙ୍କା ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ଗାନ୍ଧି ପରିବାର ସହ ଥିଲେ  ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ନିଜାମୁଦ୍ଦୀନର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଶୀଲା ଦୀକ୍ଷିତ୍ ଉତ୍ତର ପୂର୍ବ ଦିଲ୍ଲୀର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରୁ ଲଢୁଛନ୍ତି ।

କେବଳ ରାଜନେତା ନୁହେଁ ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ରବିବାର ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ଗୁଡଗାଓଁର ଏକ ବୁଥରେ ନିଜର ମତଦାନ କରିଛନ୍ତି ।

ପୂର୍ବତନ କ୍ରିକେଟର ଏବଂ ପୂର୍ବ ଦିଲ୍ଲୀର ଆଶାୟୀ ପ୍ରାର୍ଥୀ ଗୌତମ ଗମ୍ଭୀର ତାଙ୍କ ପତ୍ନୀଙ୍କ ସହ ଓଲ୍ଡ ରାଜିନ୍ଦର ନଗରରୁ ଭୋଟ ଦେଇଥିଲେ।

ସେଭଳି କେନ୍ଦ୍ରମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ପ୍ରୟାଗରାଜର ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ କରିଛନ୍ତି। ଏହି ସମୟରେ ତାଙ୍କର  ପତ୍ନୀ ମଧ୍ୟ ସାଥିରେ ଥିଲେ।  ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲର ଏକ ବୁଥରେ ପହଞ୍ଚି ଭୋଟ୍ ଦେଇଛନ୍ତି ।

ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ଆଶାୟୀ ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ରବିବାର ସକାଳେ ମତଦାନ କରିଛନ୍ତି । ଏହି ଆସନ ପାଇଁ ସାଧ୍ବୀ ପ୍ରଜ୍ଞାଙ୍କୁ କଂଗ୍ରେସର ଦିଗ୍ବିଜୟ ସିଂହ ଟକ୍କର ଦେଇଛନ୍ତି ।   

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଣ୍ଡବ ନଗରରେ ଥିବା ଏକ ବୁଥରେ ମତଦାନ କରିଛନ୍ତି । ଦିଲୀର ବିଜେପି ଅଧ୍ୟକ୍ଷ ଏବଂ ଉତ୍ତର-ପୂର୍ବର ଆଶାୟୀ ପ୍ରାର୍ଥୀ ମନୋଜ ତିୱାରୀ ଯମୁନା ବିହାରର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଔରଙ୍ଗଜେବ ଲେନ୍ ସ୍ଥିତି ଏନପି ସିନିୟର  ସେକେଣ୍ଡାରୀ ସ୍କୁଲ ପୋଲିଂ ବୁଥରେ ନିଜର ଭୋଟ ଦେଇଛନ୍ତି। ଭୋଟ ଦେଇ ବାହାରକୁ ଆସିବା ପରେ ସୁଷମା ଗଣମାଧ୍ୟମକୁ ତାଙ୍କ ସ୍ୟାହି ଲଗା ଅଙ୍ଗୁଳି ଦେଖାଇଥିଲେ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…